170 bags of fertilizer seized: କୃଷି ବିଭାଗର ଚଢ଼ାଉ, ୧୭୦ ବସ୍ତା ସାର ଜବତ
କୃଷି ବିଭାଗର ଚଢ଼ାଉ, ବେଆଇନ ଗଚ୍ଛିତ ୧୭୦ ବସ୍ତା ସାର ଜବତ। ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଡାହାଣୀଖିଆ ଗ୍ରାମରେ କୃଷି ବିଭାଗ ଚଢ଼ାଉ କରିଛି।
ଗ୍ରାମର ତାରକ ସାହୁଙ୍କ ଜଣେ ସମ୍ପର୍କୀୟଙ୍କ ଘରେ ତାଲା ପକାଇ ରଖାଯାଇଥିବା ୟୁରିଆ, ଡିଏପି, ଗ୍ରୋମର ଓ ପଟାସ ସାର ଏବଂ ତାଙ୍କ ଦୋକାନରୁ ମଧ୍ୟ ସାର ଜବତ ହୋଇଛି। ସମସ୍ତ ସାର ଜବତ କରିବା ସହ ଗୁଣବତ୍ତା ପରୀକ୍ଷା ପାଇଁ ସାମ୍ପୁଲ ସଂଗ୍ରହ କରି ଲାବୋରେଟୋରିକୁ ପଠାଇଛି କୃଷି ବିଭାଗ।
ରିପୋର୍ଟ ଆସିବା ପର୍ଯ୍ୟନ୍ତ ଜବତ ସାରକୁ ଡେରିକି ପ୍ରାଥମିକ କୃଷି ସମବାୟ ସମିତିରେ ସୁରକ୍ଷିତ ରଖାଯାଇଛି। ବେଆଇନ ଭାବେ ସାର ଗଚ୍ଛିତ ଓ ବିକ୍ରି ନେଇ ବିଭାଗର ଯାଞ୍ଚ ଜାରି ରହିଛି। ଚାଷୀଙ୍କ ଆବଶ୍ୟକତା ସମୟରେ ସାରର ଅଭାବକୁ ନେଇ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ମଧ୍ୟ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।