Mayurbhanj Police Returns Recovered Mobile: ସାଇବର ପୋଲିସର ବଡ଼ ସଫଳତା, ମାଲିକଙ୍କୁ ମିଳିଲା ହଜିଥିବା ଫୋନ୍
ମୟୂରଭଞ୍ଜ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପକ୍ଷରୁ ମୋବାଇଲ ଫେରସ୍ତ ମେଳା। ସାଇବର ପୋଲିସ ଷ୍ଟେସନ ପକ୍ଷରୁ ହଜିଥିବା ମୋବାଇଲ୍ ଫେରସ୍ତ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ ୩ ମାସ ମଧ୍ୟରେ ଉଦ୍ଧାର ହୋଇଥିବା ପ୍ରାୟ ୯ ଲକ୍ଷ ୨୬ ହଜାର ଟଙ୍କା ମୂଲ୍ୟର ମୋଟ ୪୭ଟି ମୋବାଇଲକୁ ଫେରସ୍ତ କରାଯାଇଛି। ଫୋନ୍ ଗୁଡ଼ିକୁ ପ୍ରକୃତ ମାଲିକମାନଙ୍କୁ ଆନୁଷ୍ଠାନିକ ଭାବେ ହସ୍ତାନ୍ତର କରାଯାଇଛି।
ପୂର୍ବରୁ ମଧ୍ୟ ଗତ ମେ’ ମାସରେ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇ ୫୮ଟି ଫୋନ୍ ଫେରସ୍ତ କରାଯାଇଥିଲା। ଲୋକଙ୍କ ସମ୍ପତ୍ତି ଫେରାଇବା ପ୍ରାଥମିକତା ବୋଲି ସ୍ପଷ୍ଟ କରିଛି ମୟୂରଭଂଜ ପୋଲିସ। ଏହା ପଛରେ ଥିବା ବେଆଇନ କାରବାର ଓ ଚୋରି ଲିଙ୍କ୍ ଉପରେ ତଦନ୍ତ ଜାରି ରହିଛି। ମୋବାଇଲ୍ ହଜିଲେ ତୁରନ୍ତ ସାଇବର ଥାନାରେ ଅଭିଯୋଗ କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।