₹18,690 Crore Transferred to Farmers: ଚାଷୀଙ୍କ ଖାତାକୁ ଆସିଲା PM-KISAN ଟଙ୍କା! ୯.୩୪ କୋଟି ଚାଷୀଙ୍କୁ ମିଳିଲା ୧୮,୬୯୦ କୋଟି

Oct 30, 2026 - 14:38
₹18,690 Crore Transferred to Farmers: ଚାଷୀଙ୍କ ଖାତାକୁ ଆସିଲା PM-KISAN ଟଙ୍କା! ୯.୩୪ କୋଟି ଚାଷୀଙ୍କୁ ମିଳିଲା ୧୮,୬୯୦ କୋଟି

ଚାଷୀଙ୍କ ପାଇଁ ଖୁସି ଖବର!

ଚାଷ କାମରେ ଆର୍ଥିକ ସହାୟତା ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତି ଟଙ୍କା ଚାଷୀଙ୍କ ଖାତାକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଦେଶର ୯.୩୪ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ମୋଟ ୧୮,୬୯୦ କୋଟି ଟଙ୍କା ଡିବିଟି ମାଧ୍ୟମରେ ପଠାଯାଇଛି।

Advertisment ଗୁଜରାଟର ବନାସକାଣ୍ଠାରୁ ପ୍ରଧାନମନ୍ତ୍ରୀ ଏହି ଅର୍ଥରାଶି ହସ୍ତାନ୍ତର କରିଛନ୍ତି।

ଏହାଦ୍ୱାରା ଦେଶର କୋଟି କୋଟି କୃଷକ ପରିବାର ଉପକୃତ ହେବେ।

ଚାଷ କାମ ପାଇଁ ବିହନ, ସାର ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ କିଣିବାରେ ଏହି ଟଙ୍କା ଚାଷୀଙ୍କୁ ସହାୟତା କରିବ।

ଓଡ଼ିଶାର ୩୫.୩୯ ଲକ୍ଷ ଚାଷୀ ଉପକୃତ ଏହି କିସ୍ତିରେ ଓଡ଼ିଶାର ଚାଷୀଙ୍କ ପାଇଁ ମଧ୍ୟ ଆସିଛି ବଡ଼ ଖୁସି ଖବର।

ରାଜ୍ୟର ୩୫.୩୯ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ମୋଟ ୭୦୭.୮୬ କୋଟି ଟଙ୍କା ଜମା କରାଯାଇଛି।

ଏହାଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ସିଧାସଳଖ ଆର୍ଥିକ ସହାୟତା ପାଇଛନ୍ତି।

Advertisment କ'ଣ ଏହି PM-KISAN ଯୋଜନା?

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଯୋଗ୍ୟ ଚାଷୀ ପରିବାରଙ୍କୁ ବର୍ଷକୁ ୬ ହଜାର ଟଙ୍କା ଆର୍ଥିକ ସହାୟତା ମିଳିଥାଏ।

ଏହି ଟଙ୍କା ୨ ହଜାର ଟଙ୍କାର ତିନୋଟି କିସ୍ତିରେ ସିଧାସଳଖ ବ୍ୟାଙ୍କ ଖାତାକୁ ପଠାଯାଏ।

ତେବେ ଏହି ଅର୍ଥ ପାଇବା ପାଇଁ ଚାଷୀଙ୍କ ଇ-କେୱାଇସି ଏବଂ ବ୍ୟାଙ୍କ ଖାତା ସମ୍ପର୍କିତ ତଥ୍ୟ ଠିକ୍ ରହିବା ଆବଶ୍ୟକ।

ଚାଷୀମାନେ ନିଜ ଖାତାକୁ ଟଙ୍କା ଆସିଛି କି ନାହିଁ, PM-KISANର ଅଫିସିଆଲ୍ ୱେବସାଇଟ୍‌ରେ ଯାଞ୍ଚ କରିପାରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।