Private Detective Scam: ଜ୍ୱାଇଁଙ୍କ ଗୁପ୍ତ ତଥ୍ୟ ଜାଣିବାକୁ ଡିଟେକ୍ଟିଭ୍ ଲଗାଇଲେ ଶ୍ୱଶୁର, ନିଜେ ହେଲେ ଫ୍ରଡ୍ର ଶିକାର!
ବାହାଘର ପୂର୍ବରୁ ବର ପଛରେ ଡିଟେକ୍ଟିଭ୍ ଲଗେଇଥିଲେ ଶ୍ବଶୂର।
ବର ଘରର ଟିକିନିକି ତଥ୍ୟ ଦେବାକୁ ଦେଇଥିଲେ ଅର୍ଡର।
ହେଲେ ଏମିତି ହେଲା ଫ୍ରଡ୍ କାନମୁଣ୍ଡା ଆଉଁସିଲେ।
ଝିଅର ବିବାହ ପୂର୍ବରୁ ଭାବିଥିଲେ, ବରର ପରିବାର ଓ ପୃଷ୍ଠଭୂମି ବିଷୟରେ ସବୁ ତଥ୍ୟ ଯାଞ୍ଚ କରିନେବେ।
ଏଥିପାଇଁ ନିଯୁକ୍ତ କଲେ ଏକ ପ୍ରାଇଭେଟ୍ ଡିଟେକ୍ଟିଭ୍ ଏଜେନ୍ସି।
ହେଲେ ଯାଞ୍ଚ କରିବା ବଦଳରେ ଏଜେନ୍ସି ଫ୍ରଡ୍।
ଘଟଣାଟି ହରିୟାଣାର ଯମୁନାନଗର ଜିଲ୍ଲାର।
ରିପୋର୍ଟ ଅନୁସାରେ, ଝିଅର ବାପା ନିଜ ଭାବୀ ଜ୍ବାଇଁଙ୍କ ପାରିବାରିକ ପୃଷ୍ଠଭୂମି ଯାଞ୍ଚ କରିବାକୁ ନୋଏଡାର ଏକ ଡିଟେକ୍ଟିଭ୍ ଏଜେନ୍ସି ସହ ଯୋଗାଯୋଗ କରିଥିଲେ।
ଏହି କାମ ପାଇଁ ୨୪ ହଜାର ଟଙ୍କା ଫି' ଧାର୍ଯ୍ୟ ହୋଇଥିଲା।
୧୦ରୁ ୧୨ ଦିନ ମଧ୍ୟରେ ବରଙ୍କ ପୈତୃକ ଘର, ବର୍ତ୍ତମାନର ଠିକଣା ଓ କର୍ମସ୍ଥଳୀ ଯାଞ୍ଚ କରି ରିପୋର୍ଟ ଦେବାକୁ ଏଜେନ୍ସି ପ୍ରତିଶ୍ରୁତି ଦେଇଥିଲା।
Advertisment କିନ୍ତୁ ବାରମ୍ବାର ଯୋଗାଯୋଗ ସତ୍ତ୍ୱେ ତାଙ୍କୁ ମିଳିନଥିଲା ସନ୍ତୋଷଜନକ ତଥ୍ୟ।
ଏଜେନ୍ସି ଦେଇଥିବା ବରର ଘରର ଫଟୋକୁ ଝିଅ ଚିହ୍ନିପାରିନଥିଲେ।
ପରେ ଜଣାପଡ଼ିଥିଲା, ଫଟୋଟି ଉତ୍ତରପ୍ରଦେଶର ଏକ ଅଞ୍ଚଳର ଏକ OLX ସମ୍ପତ୍ତି ବିଜ୍ଞାପନରୁ ନିଆଯାଇଥିଲା।
ଫ୍ରଡ ହୋଇଥିବା ଜାଣି ଝିଅର ବାପା ଏଜେନ୍ସିକୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ।
ନମିଳିବାରୁ ଉପଭୋକ୍ତା ଆୟୋଗର ଆଶ୍ରୟ ନେଇଥିଲେ।
କୋର୍ଟ ଏନେଇ ଏଜେନ୍ସି ବିରୋଧରେ ରାୟ ଦେଇଥିଲେ।
ଆଉ ୫୧ ହଜାର ଟଙ୍କା କ୍ଷତିପୂରଣ ଦେବାକୁ କହିଛନ୍ତି।
ତେବେ ଏହି ଘଟଣାରେ ଏକ ଆଶ୍ୱସ୍ତିର କଥା ହେଉଛି, ଯାଞ୍ଚରେ ଅନିୟମିତତା ହୋଇଥିଲେ ମଧ୍ୟ ପରିବାର ଶେଷରେ ନିଜେ ବରଙ୍କ ଘରକୁ ଯାଇ ତଥ୍ୟ ଯାଞ୍ଚ କରିଥିଲେ ଏବଂ ଯୁବକ-ଯୁବତୀଙ୍କ ବିବାହ ହୋଇଥିଲା।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।