2 Babies Died: ହସ୍ପିଟାଲ୍ ଏସଏନସିୟୁରେ ନିଆଁ ଲାଗି ୨ ନବଜାତଙ୍କ ମୃତ୍ୟୁ, ୨୮ ଶିଶୁ ଉଦ୍ଧାର

Sep 22, 2026 - 12:05
2 Babies Died: ହସ୍ପିଟାଲ୍ ଏସଏନସିୟୁରେ ନିଆଁ ଲାଗି ୨ ନବଜାତଙ୍କ ମୃତ୍ୟୁ, ୨୮ ଶିଶୁ ଉଦ୍ଧାର

"ହାଇଦ୍ରାବାଦ: ତେଲେଙ୍ଗାନା ଆଦିଲାବାଦ୍ ସ୍ଥିତ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (ଆରଆଇଏମଏସ୍)ର ବିଶେଷ ନବଜାତ ଯତ୍ନ ୟୁନିଟ୍ (ଏସଏନସିୟୁ)ରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି।

ରାତି ପ୍ରାୟ ୧୧:୫୦ ସମୟରେ ହଠାତ୍ ନିଆଁ ଲାଗି ସମ୍ପୂର୍ଣ୍ଣ ୱାର୍ଡ ଧୂଆଁମୟ ହୋଇପଡ଼ିଥିଲା।

ତେବେ ଉଦ୍ଧାରକାରୀ ଦଳ ଓ ହସ୍ପିଟାଲ କର୍ମଚାରୀଙ୍କ ତୁରନ୍ତ ପଦକ୍ଷେପ ଯୋଗୁଁ ଆଉ ୨୮ ଜଣ ନବଜାତ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।Advertisment ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଏସିରୁ ସୋର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଥିଲେ ହେଁ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଖବର ପାଇ ନିଆଁଲିଭା ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏହି ଦୁଃଖଦ ଘଟଣାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଉଦ୍ଧାର କରାଯାଇଥିବା ଶିଶୁମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହିତ ଭବିଷ୍ୟତରେ ଏପରି ଦୁର୍ଘଟଣା ଏଡ଼ାଇବା ପାଇଁ ରାଜ୍ୟର ସମସ୍ତ ହସ୍ପିଟାଲରେ ବିଦ୍ୟୁତ୍ ଓ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସେ ପ୍ରଶାସନକୁ ଆଦେଶ ଦେଇଛନ୍ତି।

ChatGPT: ସ୍କୁଲ ଗୁଳିକାଣ୍ଡ ଅଭିଯୁକ୍ତଙ୍କୁ ସହାୟତା କରିଥିବା ଅଭିଯୋଗ: କାନାଡାରେ ଚାଟ୍ ଜିପିଟି ବିରୋଧରେ ମାମଲା ରୁଜୁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।