The Odisha High Court: ଗଜପତି ତେଲୁଗୁ ଶିକ୍ଷା ସହାୟକ ନିଯୁକ୍ତି ମାମଲା: ରାଜ୍ୟ ସରକାରଙ୍କ ରିଟ୍ ଅପିଲ୍ ଖାରଜ କଲେ ହାଇକୋର୍ଟ
"କଟକ: ଗଜପତି ଜିଲ୍ଲାରେ ଦ୍ବିଭାଷୀ ସ୍କୁଲରେ ତେଲୁଗୁ ଶିକ୍ଷା ସହାୟକ ନିଯୁକ୍ତିକୁ ନେଇ ଚାଲିଥିବା ଆଇନଗତ ବିବାଦରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
ପ୍ରତିପକ୍ଷ ପ୍ରାର୍ଥୀ ଜଣକ ତେଲୁଗୁ ମାଧ୍ୟମରେ ପଢ଼ିଥିଲେ ହେଁ, ଦଶମ ପର୍ଯ୍ୟନ୍ତ "ଓଡ଼ିଆ" ବିଷୟ ରଖିଥିବାରୁ ଏହି ପଦବି ପାଇଁ ଯୋଗ୍ୟ।
ତାଙ୍କର ଉଭୟ ଓଡ଼ିଆ ଓ ତେଲୁଗୁ ଭାଷାରେ ଜ୍ଞାନ ରହିଛି।
ଦ୍ୱିଭାଷୀ ବିଦ୍ୟାଳୟରେ ତେଲୁଗୁ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇବା ପାଇଁ ଆବଶ୍ୟକ ଯୋଗ୍ୟତା ସେ ପୂରଣ କରୁଛନ୍ତି।
ତେଣୁ ପ୍ରତିପକ୍ଷଙ୍କୁ ତେଲୁଗୁ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପ୍ରଦାନ ସପକ୍ଷରେ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୫, ଜାନୁଆରି ୧୭ରେ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି।
ଏଥି ସହିତ ୨୦୨୫, ଜାନୁଆରି ୧୭ର ରାୟ ବିରୋଧରେ ରାଜ୍ୟ ସରକାରଙ୍କ ତରଫରୁ ଦାୟର ରିଟ୍ ଅପିଲକୁ ହାଇକୋର୍ଟଖାରଜ କରିଛନ୍ତି।
ଜଷ୍ଟିସ ବି.
ପି.
ରାଉତରାୟ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ତରଫରୁ ଦାୟର ରିଟ ଅପିଲର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।Advertisment ଓଡ଼ିଆକୁ ଗୋଟିଏ ବିଷୟ ଭାବେ ରଖି ତେଲୁଗୁ ମାଧ୍ୟମ ସ୍କୁଲରେ ପଢ଼ି ପାସ୍ କରିଛନ୍ତି ମାମଲାର ବିବରଣୀରୁ ପ୍ରକାଶ ଯେ ପୁରୁଷୋତ୍ତମ ଦଲ୍ଲୀ ନାମକ ଜଣେ ପ୍ରାର୍ଥୀ ଗଜପତି ଜିଲ୍ଲାରେ ତେଲୁଗୁ ଶିକ୍ଷା ସହାୟକ ପଦବିରେ ନିଯୁକ୍ତି ପାଇଁ ଦାଖଲ କରିଥିବା ଆବେଦନକୁ ୨୦୧୮, ଜୁନ୍ ୨୫ରେ ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଖାରଜ କରିଥିଲେ।
ସେ ଓଡ଼ିଆ ମାଧ୍ୟମରେ ମାଟ୍ରିକ ପାସ୍ କରିନଥିବା ଦର୍ଶାଇ ଆବେଦନକୁ ଖାରଜ କରାଯାଇଥିଲା।
ଏପରି ନିର୍ଦ୍ଦେଶକୁ ଚାଲେଞ୍ଜ କରି ପୁରୁଷୋତ୍ତମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
୨୦୨୫, ଜାନୁଆରି ୧୭ରେ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଜିଲ୍ଲାପାଳଙ୍କ ଆଦେଶକୁ ରଦ୍ଦ କରିବା ସହ ପୁରୁଷୋତ୍ତମଙ୍କୁ ତେଲୁଗୁ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପ୍ରଦାନ ସପକ୍ଷରେ ରାୟ ଦେଇଥିଲେ।
ଏହି ରାୟ ବିରୋଧରେ ରାଜ୍ୟ ସରକାର ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠରେ ରିଟ ଅପିଲ୍ ଦାୟର କରିଥିଲେ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୦୧୬, ଡିସେମ୍ବର ୨୬ର ବିଜ୍ଞପ୍ତି ଅନୁଯାୟୀ ପ୍ରାର୍ଥୀ ଓଡ଼ିଆ ମାଧ୍ୟମରେ ଏଚଏସସି ପରୀକ୍ଷା ପାସ କରିଥିବେ।
ଉର୍ଦ୍ଦୁ, ବଙ୍ଗଳା ଓ ତେଲୁଗୁ ଶିକ୍ଷା ସହାୟକ ପଦବି ପାଇଁ ପ୍ରାର୍ଥୀ ଏଚଏସସି ପର୍ଯ୍ୟନ୍ତ ସମ୍ପୃକ୍ତ ଭାଷାକୁ ଏମଆଇଏଲ ଭାବେ ପଢ଼ିଥିବା ଆବଶ୍ୟକ।
ଆବେଦନକାରୀ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆକୁ ଗୋଟିଏ ବିଷୟ ଭାବେ ରଖି ତେଲୁଗୁ ମାଧ୍ୟମ ସ୍କୁଲରେ ପଢ଼ି ପାସ୍ କରିଛନ୍ତି।
ତେଲୁଗୁ ମାଧ୍ୟମରେ ପଢ଼ିଥିଲେ ହେଁ, ଦଶମ ପର୍ଯ୍ୟନ୍ତ ଓଡ଼ିଆ ବିଷୟ ଥିବାରୁ ତାଙ୍କର ଓଡ଼ିଆ ଓ ତେଲୁଗୁ ଉଭୟ ଭାଷାରେ ଜ୍ଞାନ ରହିଛି ଓ ସେ ନିଯୁକ୍ତି ପାଇଁ ଆବଶ୍ୟକ ଯୋଗ୍ୟତାର ଅଧିକାରୀ ବୋଲି ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା।
Seriously Injured: ଇଣ୍ଟରନେଟ୍ କେବୁଲ କାମ ବେଳେ ବିଦ୍ୟୁତ୍ ଆଘାତରେ ଯୁବକ ଗୁରୁତର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।