2 Crore Lamborghini Gift: କର୍ମଚାରୀଙ୍କ ପରିଶ୍ରମର ମିଳିଲା ରାଜକୀୟ ପୁରସ୍କାର ! ଉପହାର ଦେଖି ତାଜୁବ୍ ହେଲେ ସମସ୍ତେ

Nov 01, 2026 - 10:46
2 Crore Lamborghini Gift: କର୍ମଚାରୀଙ୍କ ପରିଶ୍ରମର ମିଳିଲା ରାଜକୀୟ ପୁରସ୍କାର ! ଉପହାର ଦେଖି ତାଜୁବ୍ ହେଲେ ସମସ୍ତେ

ବେଷ୍ଟ ଏପ୍ଲୋଇଙ୍କୁ ମିଳିଲା ୨କୋଟିର କାର୍ ଗିଫ୍ଟ।

ଆୱାର୍ଡ ସେରିମନିରେ ମିଳିଲା ସରପ୍ରାଇଜ୍।

ଚାକିରି କରୁଛନ୍ତି, ଆଉ ଭଲ କାମ କରିବାକୁ ଦିନରାତି ପରିଶ୍ରମ କରୁଛନ୍ତି।

ଆଶା ଥାଏ, କାମକୁ ନେଇ କମ୍ପାନୀ ପ୍ରଶଂସା କରିବ, ହୁଏତ କିଛି ପୁରସ୍କାର ବି ମିଳିବ।

କିନ୍ତୁ ଜଣେ କର୍ମଚାରୀଙ୍କୁ ତାଙ୍କ ପରିଶ୍ରମର ପୁରସ୍କାର ସ୍ୱରୂପ ମିଳିଛି କୋଟି କୋଟି ଟଙ୍କାର ଲାମ୍ବୋର୍ଗିନି କାର୍‌।

ଏଭଳି ଏକ ଅଭୂତପୂର୍ବ ଉପହାର ଦେଇ ଚର୍ଚ୍ଚାକୁ ଆସିଛି ଦୁବାଇର ଏକ ରିଅଲ୍‌ ଇଷ୍ଟେଟ୍‌ କମ୍ପାନୀ।

Advertisment ଏହି କମ୍ପାନୀର ତାର ଟପ୍‌ ପରଫର୍ମର୍‌ ନତାଲିଆ ଚାଭେଜ୍‌ଙ୍କୁ ଏହି ଦାମୀ ଉପହାର ମିଳିଛି।

କମ୍ପାନୀର ତୃତୀୟ ବାର୍ଷିକୀ ଉତ୍ସବ ଓ ଆୱାର୍ଡ ସେରିମନିରେ ତାଙ୍କୁ ୨୦୨୬ର ଶ୍ରେଷ୍ଠ କର୍ମଚାରୀ ଭାବେ ଘୋଷଣା କରାଯାଇଥିଲା।

ତେବେ ମଞ୍ଚରେ ଟ୍ରଫି ନେଇ ଫେରିବାକୁ ବାହାରିଥିବା ନତାଲିଆଙ୍କୁ କମ୍ପାନୀର ସିଇଓ ଅଟକାଇଥିଲେ।

ଏହାପରେ କାଉଣ୍ଟଡାଉନ୍‌ ଆରମ୍ଭ ହେଲା, ରିବନ୍‌ କଟାଗଲା ଆଉ ସାମ୍ନାକୁ ଆସିଲା ଚକ୍‌ଚକ୍‌ ନୀଳ ରଙ୍ଗର ଲାମ୍ବୋର୍ଗିନି ଉରୁସ୍‌।

ଏହି ସରପ୍ରାଇଜ୍‌ ପଛରେ ରହିଛି ନତାଲିଆଙ୍କ ଚମତ୍କାର ବ୍ୟବସାୟିକ ସଫଳତା।

ରିପୋର୍ଟ ଅନୁସାରେ, ମାତ୍ର ଦୁଇ ବର୍ଷ ମଧ୍ୟରେ ସେ ୫୦୦ ନିୟୁତ ଡଲାରରୁ ଅଧିକ ମୂଲ୍ୟର ରିଅଲ୍‌ ଇଷ୍ଟେଟ୍‌ ବିକ୍ରି କରିଛନ୍ତି।

ଚଳିତ ବର୍ଷ ପ୍ରଥମ ତିନିଟି କ୍ୱାର୍ଟରରେ ମଧ୍ୟ ତାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା।

ଫଳରେ ସେହି ଗୋଟିଏ ଉତ୍ସବରେ ସେ ମୋଟ୍‌ ଚାରିଟି ପୁରସ୍କାର ହାତେଇଛନ୍ତି।

Advertisment ଦୁବାଇରେ ଲାମ୍ବୋର୍ଗିନି ଉରୁସ୍‌ର ଆନୁମାନିକ ମୂଲ୍ୟ ୨ କୋଟି ୩୦ ଲକ୍ଷରୁ ୪ କୋଟି ଟଙ୍କା।

ଏହି ଘଟଣାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ କମ୍ପାନୀର ଏଭଳି ପୁରସ୍କାରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।