2 Soldiers Death: ଯମୁନାରେ ଡଙ୍ଗା ବୁଡ଼ି ଘଟଣା: ୨ ନିଖୋଜ ପାରା ସ୍ପେଶାଲ ଫୋର୍ସ ଯବାନଙ୍କ ମୃତଦେହ ଉଦ୍ଧାର
"ଚଣ୍ଡୀଗଡ଼: ହରିୟାଣାର ଯମୁନାନଗର ସ୍ଥିତ ହାଥିନୀକୁଣ୍ଡ ବ୍ୟାରେଜ୍ ନିକଟରେ ଯମୁନା ନଦୀରେ ତାଲିମ ସମୟରେ ଡଙ୍ଗା ବୁଡ଼ି ନିଖୋଜ ହୋଇଥିବା ଭାରତୀୟ ସେନାର ୧ ପାରା ସ୍ପେଶାଲ ଫୋର୍ସର ଦୁଇଜଣ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଗୁରୁବାର ସେନା, ବାୟୁସେନା, ଏନଡିଆରଏଫ୍ ଓ ସ୍ଥାନୀୟ ପ୍ରଶାସନର ମିଳିତ ଖୋଜାଖୋଜି ଓ ଉଦ୍ଧାର ଅଭିଯାନ ପରେ ମୃତଦେହଗୁଡ଼ିକ ଉଦ୍ଧାର ହୋଇଛି।Advertisment ମୋଟରବୋଟରେ ଥିଲେ ୫ ଜଣ ଯବାନ ଗତ ମଙ୍ଗଳବାର ସନ୍ଧ୍ୟାରେ ଏକ ରାତ୍ରିକାଳୀନ ଵାଟର-ଟ୍ରେନିଂ ଅଭ୍ୟାସ ସମୟରେ ୫ ଜଣ ଯବାନଙ୍କୁ ନେଇ ଯାଉଥିବା ସେନାର ଏକ ମୋଟରବୋଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା।
ବ୍ୟାରେଜର ଗେଟ୍ ନିକଟରେ ସ୍ରୋତ ଅତ୍ୟନ୍ତ ପ୍ରବଳ ଥିବାରୁ ଡଙ୍ଗାଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇ ସ୍ରୋତରେ ଫସି ଓଲଟି ପଡ଼ିଥିଲା।
ଡଙ୍ଗାରେ ଥିବା ୫ ଜଣ ଯବାନଙ୍କ ମଧ୍ୟରୁ ୩ ଜଣ ସ୍ରୋତ ସହ ଲଢ଼ି ସୁରକ୍ଷିତ ଭାବେ କୂଳକୁ ଆସିବାରେ ସଫଳ ହୋଇଥିବା ବେଳେ, ଅନ୍ୟ ୨ ଜଣ ଯବାନ ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ।
୪୮ ଘଣ୍ଟାର ନିରବଚ୍ଛିନ୍ନ ଖୋଜାଖୋଜି ପରେ ଶେଷରେ ସେମାନଙ୍କ ଶବ ଉଦ୍ଧାର କରାଯାଇଛି।
Data Leak: ହେଗସେଥ୍ଙ୍କ ସମେତ ୧୫ କୋଟିରୁ ଅଧିକ ଆମେରିକୀୟଙ୍କ ତଥ୍ୟ ଲିକ୍: ଡାର୍କ ୱେବ୍ରେ ବିକ୍ରି କରିଛନ୍ତି ହ୍ୟାକର୍ସ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।