Nepal flood: ନେପାଳ ବନ୍ୟା ମୃତକଙ୍କ ପରିଚୟ ପାଇଁ ଭାରତରେ ହେବ ଡିଏନ୍ଏ ପରୀକ୍ଷା
"ନୂଆଦିଲ୍ଲୀ: ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟାରେ ନିଖୋଜ ଲୋକଙ୍କ ମୃତଦେହ ଚିହ୍ନଟ କରିବାରେ ସହାୟତା ପାଇଁ କେନ୍ଦ୍ର ସରକାର ଭାରତରେ ଡିଏନ୍ଏ ପ୍ରୋଫାଇଲିଂ ସୁବିଧା ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି।
ବିଦେଶ ମନ୍ତ୍ରଣାଳୟ (ଏମ୍ଇଏ) ପକ୍ଷରୁ ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି।Advertisment ଏହି ବ୍ୟବସ୍ଥା ଅନୁସାରେ ନେପାଳରେ ନିଖୋଜ ଥିବା ବ୍ୟକ୍ତିଙ୍କ ଭାରତରେ ରହୁଥିବା ସମ୍ପର୍କୀୟଙ୍କଠାରୁ ନମୁନା ସଂଗ୍ରହ କରାଯିବ।
ଏଥିରେ ବାପା-ମା", ସନ୍ତାନ ଓ ଭାଇ-ଭଉଣୀଙ୍କ ନମୁନା ନିଆଯାଇ ଡିଏନ୍ଏ ପ୍ରୋଫାଇଲ୍ ପ୍ରସ୍ତୁତ କରାଯିବ।
ଭାରତର କେନ୍ଦ୍ରୀୟ ଫରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର (ସିଏଫ୍ଏସ୍ଏଲ୍), ରାଜ୍ୟ ଫରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର (ଏସ୍ଏଫ୍ଏସ୍ଏଲ୍), ଜାତୀୟ ଫରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନ୍ଏଫ୍ଏସ୍ୟୁ) ଏବଂ ଡିଏନ୍ଏ ପ୍ରୋଫାଇଲିଂ ସୁବିଧା ଥିବା ଅନ୍ୟ ଏନ୍ଏବିଏଲ୍-ମାନ୍ୟତାପ୍ରାପ୍ତ ପରୀକ୍ଷାଗାରରେ ଏହି ପ୍ରକ୍ରିୟା କରାଯାଇପାରିବ।
Heavy Rain: ଆକସ୍ମିକ ବନ୍ୟାରେ ୧୪ ଘର ଓ ଗୁହାଳ ଭାସିଗଲା ବନ୍ୟା ମୃତକଙ୍କ ଚିହ୍ନଟ ପାଇଁ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଜାରି ପ୍ରକ୍ରିୟା ଅନୁସାରେ ଏହି ପଦକ୍ଷେପ ନିଆଯାଇଛି।
ନେପାଳ ପୁଲିସର ପରାମର୍ଶ ଅନୁସାରେ "ଅଟୋସୋମାଲ୍ ଏସ୍ଟିଆର୍" ପଦ୍ଧତିରେ ଡିଏନ୍ଏ ପ୍ରୋଫାଇଲିଂ କରିବାକୁ କୁହାଯାଇଛି।
ପ୍ରସ୍ତୁତ ଡିଏନ୍ଏ ପ୍ରୋଫାଇଲ୍ ଓ ଆବଶ୍ୟକ ପ୍ରାରମ୍ଭିକ ତଥ୍ୟ ନେପାଳ ପୁଲିସକୁ ଇ-ମେଲ୍ ଯୋଗେ ପଠାଯିବ।
ସେଠାରେ ଅଚିହ୍ନା ମୃତଦେହରୁ ମିଳିଥିବା ଡିଏନ୍ଏ ସହ ଏହାର ତୁଳନା କରାଯିବ।
ସମନ୍ୱୟ ଓ ସହାୟତା ପାଇଁ ଡିଏନ୍ଏ ପ୍ରୋଫାଇଲ୍ର ଏକ ନକଲ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସକୁ ମଧ୍ୟ ପଠାଯାଇପାରିବ।
ଏହି ପ୍ରକ୍ରିୟା ପାଇଁ ଡିଏନ୍ଏ ପରୀକ୍ଷା ସୁବିଧା ଥିବା ସରକାରୀ ପରୀକ୍ଷାଗାରର ତାଲିକା ଏମ୍ଇଏ ପ୍ରକାଶ କରିଛି।
ସହାୟତା ପାଇଁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଦିଆଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।