2 Swept Away in Jajpur Floodwaters ବଢ଼ିପାଣିରେ ଭାସିଗଲେ, ମହିଳାଙ୍କ ମୃତଦେହ ଉଦ୍ଧାର, ଅନ୍ୟଜଣଙ୍କ ମିଳୁନି ପତ୍ତା
"ଦଶରଥପୁର (ଚନ୍ଦ୍ରଶେଖର ସାହୁ): ଉପରମୁଣ୍ଡରେ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ଅଧା ଅଞ୍ଚଳ ପାଣିଘେରରେ ରହିଛି।
ଆଜି ବୈତରଣୀ ନଦୀର ଜଳରେ ଜଣେ ମହିଳାଙ୍କ ସମେତ ଦୁଇଜଣ ଭାସି ଯାଇଛନ୍ତି।
ଅନେକ ପରିଶ୍ରମ ଓ ଦୀର୍ଘ ସମୟର ଖୋଜାଖୋଜି ପରେ ଅଗ୍ନିଶମବାହିନୀ ଓ ଓଡ୍ରାଫ୍ ଟିମ୍ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ପୁରୁଷଙ୍କୁ ଏଯାଏଁ ଠାବ କରାଯାଇପାରିନାହିଁ।
Advertisment Schools Closed: ଭଦ୍ରକର ୩୪୧ ଓ ଯାଜପୁର ଜିଲ୍ଲାର ୯୧ ସ୍କୁଲ୍ ଆଜି ବନ୍ଦ ରହିବ ମିଳିଥିବା ସୂଚନାନୁସାରେ, ଉଦ୍ଧାର ହୋଇଥିବା ମୃତଦେହଟିକୁ ଚିହ୍ନଟ କରାଯାଇଛି।
ସେ ମଙ୍ଗଳପୁର ଥାନା କଁୟା ଅଞ୍ଚଳର ମମତା ମହାକୁଢ଼ (୪୨)ବୋଲି ଜଣାଯାଇଛି।
ମମତା ଆଜି ଦିନ ପ୍ରାୟ ସାଢେ ୪ଟା ସମୟରେ ବନ୍ୟା ପାଣିରେ ବୁଡ଼ିଥିବା କଁୟା ପଞ୍ଚାୟତ ଲକ୍ଷ୍ମୀପୁର ଗାଁ ରାସ୍ତାରେ ଯାଉଥିବା ବେଳେ ଗୋଡ଼ ଖସି ଯିବାରୁ ରାସ୍ତା କଡ଼କୁ ଖସି ପାଣିରେ ଭାସି ଯାଇଥିଲେ।
ତାଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକ ଏବଂ ଓଡ୍ରାଫ ଓ ଦଶରଥପୁର ଅଗ୍ନିଶମ ବାହିନୀ ମିଳିତ ଭାବେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ।
ପ୍ରାୟ ୨ଘଣ୍ଟା ପରେ ମମତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
Unemployment: ଶିଳ୍ପ ଯେଉଁଠି, ବେକାରି ସେଇଠି: ଯାଜପୁରରେ ବେକାରି ହାର ସର୍ବାଧିକ, କେନ୍ଦୁଝରରେ ସର୍ବନିମ୍ନ ସେହିପରି କସପା ପଞ୍ଚାୟତ ଅହିୟାସ ପୁରୁଣାସାହି ଅଞ୍ଚଳର ଗୋବର୍ଦ୍ଧନ ରାଉତ (୫୨) ଆଜି ମଧ୍ୟାହ୍ନରେ କାଣୀ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ବନ୍ୟା ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ।
ତୁରନ୍ତ ତାଙ୍କୁ ଠାବ କରିବାକୁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଗୋବର୍ଦ୍ଧନଙ୍କ ପତ୍ତା ମିଳିନଥିବା ସୂଚନା ମିଳିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।