20-Kg Tumour Removed from 17-Year-Old Girl in Rare Surgery at Malkangiri Hospital
#ପେଟରୁ_ବାହାରିଲା_୨୦କିଲୋ_ଟ୍ୟୁମର
ନାବାଳିକାଙ୍କ ପେଟରୁ ବାହାରିଲା ୨୦କିଲୋର ଟ୍ୟୁମର। ଏଭଳି ଖବର ଆସିଛି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ। ଡାକ୍ତର ସପନ କୁମାର ଦିଣ୍ଡାଙ୍କ ନେତୃତ୍ୱରେ ହୋଇଛି ଏହି ବିରଳ ଅସ୍ତ୍ରୋପଚାର। ଛତିଶଗଡ଼ର କାଙ୍କେର ଜିଲ୍ଲାର ବାଙ୍ଗାବାଡ଼ି ଗାଁର ୧୭ବର୍ଷୀୟ ତୁଳସୀ ସୋଡ଼ିଙ୍କର ଦୀର୍ଘଦିନ ଧରି ପେଟ ଯନ୍ତ୍ରଣା ହେଉଥିଲା। ବିଭିନ୍ନ ସ୍ଥାନରେ ଚିକିତ୍ସା କରାଇବା ପରେ ମଧ୍ୟ ରୋଗ ଚିହ୍ନଟ ହୋଇପାରିନଥିଲା। ଶେଷରେ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ପରୀକ୍ଷା ପରେ ପେଟରେ ବିଶାଳ ଟ୍ୟୁମର ଥିବା ଜଣାପଡ଼ିଥିଲା। ଏହାପରେ ଡାକ୍ତର ସପନ କୁମାର ଦିଣ୍ଡା ଅସ୍ତ୍ରୋପଚାର କରି ଟ୍ୟୁମରଟିକୁ ସଫଳତାର ସହ ବାହାର କରିଛନ୍ତି। ଅସ୍ତ୍ରୋପଚାର ପରେ ତୁଳସୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି। ଏହି ସଫଳ ଅସ୍ତ୍ରୋପଚାର ପରେ ଜିଲ୍ଲା ଚିକିତ୍ସାଳୟର ଚିକିତ୍ସା ସେବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
#OTVShorts#OdishaNews#Malkangiri#RareSurgery#TumourRemoval#MedicalAchievement#SapanKumarDinda#TulasiSodi#Healthcare#ChhattisgarhNews#HospitalNews#OdishaTV#OTV
In a rare surgical achievement, doctors at Malkangiri District Headquarters Hospital in Odisha have successfully removed a massive 20-kg tumour from the abdomen of a 17-year-old girl, Tulasi Sodi, from Bangabadi village in Chhattisgarh’s Kanker district. She had been suffering from abdominal pain for a long time, but the condition remained undiagnosed despite treatment at various places. Further medical examinations at Malkangiri hospital revealed the massive tumour. The surgery was performed successfully under the leadership of Dr Sapan Kumar Dinda. According to the doctor, Tulasi is recovering well after the operation. The successful procedure has brought attention to the medical services available at the district hospital.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।