2027 ODI Cricket World Cup: ୨୦୨୭ ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ ଖେଳସୂଚୀ ଘୋଷିତ: ଗୋଟିଏ ଗ୍ରୁପ୍‌ରେ ଭାରତ, ପାକିସ୍ତାନ

Oct 02, 2026 - 07:41
2027 ODI Cricket World Cup: ୨୦୨୭ ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ ଖେଳସୂଚୀ ଘୋଷିତ: ଗୋଟିଏ ଗ୍ରୁପ୍‌ରେ ଭାରତ, ପାକିସ୍ତାନ

"କେପ୍‌ଟାଉନ୍‌: ଆସନ୍ତା ବର୍ଷ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ବକପ୍‌ ପାଇଁ ଆଇସିସି ପକ୍ଷରୁ ଗୁରୁବାର ଖେଳସୂଚୀ ଘୋଷଣା ହୋଇଛି।

ଏହି ବିଶ୍ବକପ୍‌ର ପ୍ରଥମ ଗ୍ରୁପ ସ୍ତରୀୟ ମ୍ୟାଚ୍‌ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅକ୍ଟୋବର ୭, ୨୦୨୭ରେ ଖେଳାଯିବାକୁ ଥିବାବେଳେ ଅକ୍ଟୋବର ୧୦ରେ ଭାରତ ଚିରାଚରିତ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ।

ସେହିଭଳି ଅକ୍ଟୋବର ୧୪ରେ ଆଫଗାନିସ୍ତାନ, ୧୭ରେ କ୍ବାଲିଫାୟର-ଏ" ଏବଂ ୨୪ରେ ଜିମ୍ବାୱେକୁ ଭେଟିବ।

Advertisment Walkathon: ସନ୍‌ସାଇନ୍‌ ହସ୍ପିଟାଲ୍‌ର ୱାକାଥନ୍‌ ଏହା ପୂର୍ବରୁ ଅକ୍ଟୋବର ୨ରୁ ଏକ "ସୁପର ସିରିଜ୍‌" ଖେଳାଯିବ।

ଏଥିରୁ ଦୁଇଟି ଦଳ ବିଶ୍ବକପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ।

ସମସ୍ତ ଦଳଙ୍କୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି।

ଗ୍ରପ୍‌ "ଏ"ରେ ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଜିମ୍ବାୱେ ଓ ଯୋଗ୍ୟତା ଅର୍ଜନ କରିଥିବା ପ୍ରଥମ ଦଳ ରହିବେ।

ସେହିପରି ଗ୍ରୁପ "ବି"ରେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ବାଂଲାଦେଶ ଓ ଯୋଗ୍ୟତା ଅର୍ଜନ କରିଥିବା ଦ୍ବିତୀୟ ଦଳ ରହିବେ।

ପ୍ରତ୍ୟେକ ଗ୍ରୁପରୁ ୩ ଲେଖାଏଁ ଦଳ ସୁପର-୭କୁ ଉନ୍ନୀତ ହେବେ।

ଏହା ସହିତ ଦୁଇ ଗ୍ରୁପରେ ଚତୁର୍ଥ ସ୍ଥାନରେ ଥିବା ଦୁଇ ଦଳ ମଧ୍ୟରୁ ଭଲ ପ୍ରଦର୍ଶନ କରିଥିବା ଦଳ ସପ୍ତମ ଦଳଭାବେ ସୁପର-୭ ଖେଳିବ।

Horoscope 2026 October 02: ଜାଣନ୍ତୁ ଆଜିର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।