Environmental Concern: ପରିବେଶ ଚିନ୍ତା: ସମୁଦ୍ରଜୀବ ଚୋରାଚାଲାଣ ରୋକିବ ଏଆଇ

Oct 02, 2026 - 07:41
Environmental Concern: ପରିବେଶ ଚିନ୍ତା: ସମୁଦ୍ରଜୀବ ଚୋରାଚାଲାଣ ରୋକିବ ଏଆଇ

"ସମୁଦ୍ରର ଗଭୀରତାରେ ଥିବା ଜୀବଜନ୍ତୁଙ୍କ ବେଆଇନ ଚୋରାଚାଲାଣ ସାମୁଦ୍ରିକ ଜୈବବିବିଧତା ପାଇଁ ବଡ଼ ଚିନ୍ତାର କାରଣ।

ତେବେ ଏହି ଚୋରା କାରବାର ରୋକିବାରେ ଏବେ ସାହାଯ୍ୟ କରିବ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ।

୩-ଡି ଏକ୍ସ-ରେ ମାଧ୍ୟମରେ ଲୁଚାଇ ନିଆଯାଉଥିବା ସାମୁଦ୍ରିକ ଜୀବ କିମ୍ବା ସେମାନଙ୍କ ଅଙ୍ଗକୁ ଚିହ୍ନଟ କରିପାରିବ ଏହି ନୂଆ ପ୍ରଯୁକ୍ତି।Advertisment Horoscope 2026 September 29: ଜାଣନ୍ତୁ ଆଜିର ରାଶିଫଳ...

ମାଛ, ସି-ହର୍ସ, ଅକ୍ଟୋପସ୍‌, କଙ୍କଡ଼ା, ସାର୍କ ଓ ସି-କ୍ୟୁକମ୍ବର ଭଳି ଅନେକ ସାମୁଦ୍ରିକ ଜୀବ ବେଆଇନ ଭାବେ ଚାଲାଣ ହେଉଛନ୍ତି।

ଅନେକ ସମୟରେ ଏହି ଜୀବଗୁଡ଼ିକୁ ବିମାନର ବ୍ୟାଗ୍‌ କିମ୍ବା ଡାକ ପାର୍ସଲ୍‌ ଭିତରେ ଲୁଚାଇ ନିଆଯାଏ।

ଏହି କାରଣରୁ ସେଗୁଡ଼ିକୁ ଚିହ୍ନଟ କରିବା କଷ୍ଟକର ହୋଇଥାଏ।

ଏହି ସମସ୍ୟାର ସମାଧାନ ପାଇଁ ଅଷ୍ଟ୍ରେଲିଆର ମାକ୍ୱାରି ୟୁନିଭର୍ସିଟିର ଗବେଷକମାନେ ଏକ ନୂଆ ଏଆଇ ବ୍ୟବସ୍ଥା ପ୍ରସ୍ତୁତ କରିଛନ୍ତି।

ସାମୁଦ୍ରିକ ଜୀବବିଜ୍ଞାନୀ ଭାନେସା ପିରୋଟାଙ୍କ ନେତୃତ୍ୱରେ ଏହି ଗବେଷଣା ହୋଇଛି।

ଏହି ଏଆଇ ଏକ୍ସ-ରେ ଚିତ୍ର ଦେଖି ବ୍ୟାଗ୍‌ ଭିତରେ ଲୁଚାଇ ରଖାଯାଇଥିବା ସି-ହର୍ସ, ସାର୍କର ପଙ୍ଖ ଓ ସି-କ୍ୟୁକମ୍ବରକୁ ଚିହ୍ନଟ କରିପାରେ।

ଗବେଷକମାନେ ୬୮ଟି ନମୁନାକୁ ୩-ଡି ଏକ୍ସ-ରେ ମାଧ୍ୟମରେ ସ୍କାନ୍‌ କରି ତଥ୍ୟ ସଂଗ୍ରହ କରିଥିଲେ।

ଏହାପରେ ପ୍ରାୟ ୬,୦୦୦ଟି ବ୍ୟାଗ୍‌ ପ୍ରସ୍ତୁତ କରାଯାଇଥିଲା।

Delhi High Court: ସର୍ଜିଲ ଇମାମ୍‌ଙ୍କ ପିଏଚ୍‌ଡି ସାମଗ୍ରୀ ପ୍ରସଙ୍ଗ: ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ପକ୍ଷ ରଖିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ କିଛି ବ୍ୟାଗ୍‌ରେ ପୋଷାକ, ଖେଳନା ଓ ଟିନ୍‌ ଫଏଲ୍‌ ଭିତରେ ସାମୁଦ୍ରିକ ଜୀବର ନମୁନା ଲୁଚାଇ ରଖାଯାଇଥିଲା।

ଆଉ କିଛି ବ୍ୟାଗ୍‌ ଖାଲି ରଖାଯାଇଥିଲା।

ଏହା ମାଧ୍ୟମରେ ଏଆଇ କେତେ ଭଲ ଭାବେ ଚିହ୍ନଟ କରିପାରୁଛି, ତାହା ପରୀକ୍ଷା କରାଯାଇଥିଲା।

ପରୀକ୍ଷାରେ ଏଆଇ ଶାର୍କର ପଙ୍ଖ ଓ ସି-ହର୍ସକୁ ପ୍ରାୟ ୯୫ରୁ ୯୬ ପ୍ରତିଶତ ଠିକ୍‌ ଭାବେ ଚିହ୍ନଟ କରିଥିଲା।

ସି-କ୍ୟୁକମ୍ବରକୁ ମଧ୍ୟ ପ୍ରାୟ ୮୬ ପ୍ରତିଶତ ଠିକ୍‌ ଭାବେ ଚିହ୍ନଟ କରିଥିଲା।

ତେବେ ଏହି ପ୍ରଯୁକ୍ତି ଏବେ ମଧ୍ୟ ପରୀକ୍ଷା ପର୍ଯ୍ୟାୟରେ ରହିଛି।

ଏଆଇ ଜୀବକୁ ଚିହ୍ନଟ କରିପାରିବ, କିନ୍ତୁ ତା"ପରେ ତଦନ୍ତ, ଯାଞ୍ଚ ଓ ଆଇନଗତ କାର୍ଯ୍ୟ ପାଇଁ ମଣିଷର ଭୂମିକା ଆବଶ୍ୟକ।

ବର୍ତ୍ତମାନ ଏହା ମୁଖ୍ୟତଃ ମୃତ କିମ୍ବା ଶୁଖିଲା ନମୁନା ଏବଂ ଛୋଟ ଚାଲାଣ ଉପରେ ପରୀକ୍ଷା କରାଯାଇଛି।

ଆଗକୁ ଅଧିକ ପ୍ରଜାତିକୁ ଚିହ୍ନଟ କରିବା ପାଇଁ ଏହି ଏଆଇ ବ୍ୟବସ୍ଥାକୁ ଆହୁରି ବିକଶିତ କରିବାକୁ ଗବେଷକମାନେ ଉଦ୍ୟମ ଚଳାଇଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।