220 medicine outlets: ୨୨୦ ଔଷଧ ବିକ୍ରି ପ୍ରତିଷ୍ଠାନରେ ଚଢ଼ଉ: କେନ୍ଦ୍ରାପଡ଼ାରୁ ୧୦ଲକ୍ଷର ନିଶା ଇଞ୍ଜେକସନ୍‌ ଓ ଯନ୍ତ୍ରପାତି ଜବତ

Oct 08, 2026 - 08:42
220 medicine outlets: ୨୨୦ ଔଷଧ ବିକ୍ରି ପ୍ରତିଷ୍ଠାନରେ ଚଢ଼ଉ: କେନ୍ଦ୍ରାପଡ଼ାରୁ ୧୦ଲକ୍ଷର ନିଶା ଇଞ୍ଜେକସନ୍‌ ଓ ଯନ୍ତ୍ରପାତି ଜବତ

"ଭୁବନେଶ୍ବର: ନିଶାମୁକ୍ତ ଅଭିଯାନ ଅଧୀନରେ ଚଳିତମାସ ପହିଲାରୁ ରାଜ୍ୟବ୍ୟାପୀ ଔଷଧ ଦୋକାନରେ ଚଢ଼ଉ ଆରମ୍ଭ ହୋଇଛି।

ପୁଲିସ ଓ ଭେଷଜ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଏହି ଚଢ଼ଉ ଜାରି ରହିଛି।

ବର୍ତ୍ତମାନସୁଦ୍ଧା ମୋଟ ୨୨୦ଟି ଔଷଧ ବିକ୍ରି ପ୍ରତିଷ୍ଠାନରେ ଚଢ଼ଉ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟର ବିଭିନ୍ନ ହୋଲ୍‌ସେଲ୍‌ ଓ ଖୁଚୁରା ଔଷଧ ବିକ୍ରୟ ପ୍ରତିଷ୍ଠାନରେ ବ୍ୟାପକ ଚଢ଼ଉ ଚାଲିଛି।

ଚଢ଼ଉ ସମୟରେ ଆଲ୍‌ପ୍ରାଜୋଲାମ୍, ନାଇଟ୍ରାଜେପାମ୍, ପେଣ୍ଟାଜୋସିନ୍, ଟ୍ରାମାଡୋଲ୍‌ ଭଳି ସାଇକୋଟ୍ରୋପିକ୍ ଔଷଧର କ୍ରୟ ଓ ପଞ୍ଜୀକୃତ ଚିକିତ୍ସକଙ୍କ ବୈଧ ପ୍ରେସ୍‌କ୍ରିପ୍‌ସନ୍‌ ଆଧାରରେ ଏହାର ବିକ୍ରୟ କରାଯାଇଛି କି ନାହିଁ ତାହାର ଯାଞ୍ଚ କରାଯାଉଛି।

Advertisment Skil development: ଗ୍ରାମାଞ୍ଚଳର ଯୁବପିଢିଙ୍କ ଦକ୍ଷତା ବିକାଶ କରୁଛି ବେଦକ୍ଷତା ଚଢ଼ଉ ହୋଇଥିବା ଔଷଧ ଦୋକାନ ମଧ୍ୟରେ ୧୩୭ଟି ପ୍ରତିଷ୍ଠାନ ବିରୋଧରେ ଡ୍ରଗ୍‌ ଏଣ୍ଡ କସ୍‌ମେଟିକ୍‌ସ ଆଇନ, ୧୯୪୦ ଓ ଏହା ଅଧୀନରେ ପ୍ରଣୀତ ନିୟମାବଳୀର ଉଲ୍ଲଂଘନ ନେଇ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ଏକ ଚଢ଼ଉ ସମୟରେ ୧୧୦୦ ଆମ୍ପୁଲ୍ ପେଣ୍ଟାଜୋସିନ୍ ଇଞ୍ଜେକ୍ସନ୍ ସମେତ ଅନ୍ୟାନ୍ୟ ଔଷଧ ଓ ମେଡିକାଲ୍ ଯନ୍ତ୍ରପାତି ଜବତ କରାଯାଇଛି।

ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ।

ସେହିପରି ପୁରୀ ଜିଲ୍ଲାର ଅସ୍ତରଙ୍ଗ ଥାନା, ନୂଆପଡ଼ା ଜିଲ୍ଲାର ଜୋଙ୍କ ଥାନା ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଇସେନ୍‌ସବିହୀନ ପ୍ରତିଷ୍ଠାନରୁ ପ୍ରାୟ ୨ଲକ୍ଷ ଟଙ୍କା ମୂଲ୍ୟର ଔଷଧ ଜବତ କରାଯାଇଛି।

ଏହି ଘଟଣାଗୁଡ଼ିକରେ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଏହି ଅଭିଯାନରେ ଆସିଷ୍ଟାଣ୍ଟ ଡ୍ରଗ୍‌ସ କଣ୍ଟ୍ରୋଲର ଓ ଡ୍ରଗ୍‌ ଇନ୍ସପେକ୍ଟରମାନେ ସାମିଲ ହୋଇଛନ୍ତି।

ଏହା ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଚାଲିବ।

Protest: ସିଇସି ବିରୋଧରେ ଆନ୍ଦୋଳନ ଜାରି ରଖିବେ ଛାତ୍ର ସଂଗଠନ, ସିଜେପି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।