ନାମକୁମାତ୍ର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ: ସାରସପଡ଼ାର ଭାଗ୍ୟ ଫିଟୁନି, କୌଣସି ମାନଦଣ୍ଡରେ ଖାପ ଖାଉନି

Oct 08, 2026 - 09:24
ନାମକୁମାତ୍ର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ: ସାରସପଡ଼ାର ଭାଗ୍ୟ ଫିଟୁନି, କୌଣସି ମାନଦଣ୍ଡରେ ଖାପ ଖାଉନି

"ବଲାଙ୍ଗୀର (ଅଞ୍ଜନ କୁମାର ପ୍ରଧାନ): ବଲାଙ୍ଗୀର ଜିଲ୍ଲାରେ ସମୁଦାୟ ୧୭୯୪ ଗାଁ।

ଜିଲ୍ଲାର ମୋଟ ଜନସଂଖ୍ୟାର ୮୮ ପ୍ରତିଶତ ଗ୍ରାମାଞ୍ଚଳରେ ବସବାସ କରନ୍ତି।

ବର୍ଷତମାମ ପ୍ରତି ଗାଁର ସମାନ ସମସ୍ୟା ସାମନାକୁ ଆସୁଛି।

ରାସ୍ତାଘାଟ ଅଭାବ।

ପାନୀୟ ଜଳସଙ୍କଟ।

ବିଜୁଳି ଠପ୍‌।

ପ୍ରଶାସନର ଜନଶୁଣାଣିରେ ଏଭଳି ଅଭିଯୋଗ ଫର୍ଦ୍ଦରେ ଫାଇଲ୍‌ ମୋଟା ହୋଇଯାଉଛି।

ଅନ୍ୟ ଗାଁ କଥା ଦୂରେ ଥାଉ; ଜିଲ୍ଲାର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଅନ୍ୟଠାରୁ ନିଶ୍ଚିତ ଭାବେ ଭିନ୍ନ ଥିବ ବୋଲି ଆଶା କରାଯିବା କଥା।

ଏହି ଆଶା ନେଇ ଆମେ ପହଞ୍ଚିଥିଲୁ ମୁରିବାହାଲ ବ୍ଲକ୍‌ ଡଙ୍ଗରପଡ଼ା ପଞ୍ଚାୟତ ସାରସପଡ଼ା ଗାଁରେ।

୨୦୧୪ ମସିହାରେ ଏହି ଦାଦନପ୍ରବଣ ଗାଁକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଥିଲା।

ଆଦର୍ଶ ଗ୍ରାମ ହିସାବରେ ଏହାର ପାରିପାର୍ଶ୍ବିକ ବିକାଶ ହେବା କଥା।

ଗାଁ ଭିତରେ ଚକାଚକ୍‌ ରାସ୍ତାଘାଟ, ଡ୍ରେନେଜ୍‌ ସୁବିଧା, ବର୍ଜ୍ୟବସ୍ତୁ ପରିଚାଳନା, ସ୍ବଚ୍ଛ ପିଇବା ପାଣି, ସୁଦୃଢ଼ ଶିକ୍ଷା ବ୍ୟବସ୍ଥା ରହିବା କଥା।

Advertisment Skil development: ଗ୍ରାମାଞ୍ଚଳର ଯୁବପିଢିଙ୍କ ଦକ୍ଷତା ବିକାଶ କରୁଛି ବେଦକ୍ଷତା ହେଲେ ଗାଁକୁ ପହଞ୍ଚିବା ପରେ ସେଭଳି କିଛି ସ୍ବତନ୍ତ୍ରତା ଦେଖିବାକୁ ମିଳିଲା ନାହିଁ।

ବରଂ ସାଧାରଣ ଗାଁରୁ ଏହି ଆଦର୍ଶ ଗାଁର ସ୍ଥିତି ଆହୁରି ଖରାପ।

ଗାଁ ଲୋକଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମରେ ସେମାନେ ସାମିଲ ଥିବା କହିଥିଲେ।

କ"ଣ ବିଶେଷ ସୁବିଧା ପାଇଛନ୍ତି ତାହା କେହି ହୃଦ୍‌ବୋଧ କରିନଥିବା କ୍ଷୋଭର ସହ କହିଥିଲେ।

୨ଟି ୱାର୍ଡ ବିଶିଷ୍ଟ ଏହି ଗାଁର ଜନସଂଖ୍ୟା ୯୫୦ ପାଖାପାଖି।

ପ୍ରାୟ ୧୯୦ ପରିବାର ଏଠି କୌଣସି ବିଶେଷ ମୌଳିକ ସୁବିଧା ପାଇନାହାନ୍ତି।

ଆଦର୍ଶ ଗାଁର ସବୁ ଅନାର୍ଦଶ ଚିତ୍ର ଏଠାରେ ଦେଖିବାକୁ ମିଳିଥିଲା।

ଗାଁ‌ରେ କାଦୁଅ ସରସର ମାଟି ରାସ୍ତା ଲମ୍ବି ରହିଛି।

ଡ୍ରେନ୍‌ର ନାମଗନ୍ଧ ନାହିଁ।

ଘରଗୁଡ଼ିକର ବ୍ୟବହୃତ ପାଣି ରାସ୍ତା ଉପରେ ମାଡୁଛି।

ଲୋକେ ରାସ୍ତାକଡ଼ ଓ ବିଲରେ ଶୌଚ କରୁଛନ୍ତି।

ଆବର୍ଜନା ପକାଇବାକୁ ଡଷ୍ଟବିନ୍‌ ନଥିବାରୁ ଏଣେ‌ତେଣେ ସବୁ ଖେଳାଇ ହୋଇପଡ଼ିଛି।

ସ୍ବଚ୍ଛ ପାନୀୟଜଳ ପାଣି ଯୋଗାଣ ପାଇଁ ଗାଁରେ ପାଇପ୍‌ ବିଛାଇବାକୁ ଦୁଇଥର ଖନନ କରାଯାଇଛି।

Protest: ସିଇସି ବିରୋଧରେ ଆନ୍ଦୋଳନ ଜାରି ରଖିବେ ଛାତ୍ର ସଂଗଠନ, ସିଜେପି ହେଲେ ଲୋକଙ୍କୁ ପୁରୁଣା ଖୋଲା କୂଅରୁ ପାଣି ଯୋଗାଣ ହେଉଛି।

ଓଭର୍‌ହେଡ୍‌ ଟ୍ୟାଙ୍କ୍‌ରୁ ପାଣି ଆସୁନାହିଁ।

ପିଲାଙ୍କ ପାଇଁ ପ୍ରାଥମିକ ସ୍କୁଲ୍‌ ଥିଲେ ହେଁ ଜମିକୁ ନେଇ ବିବାଦ ଲାଗିରହିଛି।

ସରକାରୀ ଜମିରେ ସ୍କୁଲ୍‌ ଥିବା ଗ୍ରାମବାସୀ ଦାବି କରୁଥିବାବେ‌ଳେ ଜଣେ ବ୍ୟକ୍ତି ଜମିକୁ ଜବରଦଖଲ କରି ତାଙ୍କ ଦଖଲରେ ଥିବା କହୁଛନ୍ତି।

ଆଦର୍ଶ ଗାଁରେ ବିଜୁଳି ସେବାର ବ୍ୟବସ୍ଥା ନିଶ୍ଚିତ କରିବା ଗାଇଡ୍‌ଲାଇନ୍‌ ରହିଛି।

କିନ୍ତୁ ସାରସପଡ଼ାରେ ଟିକିଏ ପବନ ହେଲେ ବିଜୁଳି ଠପ୍‌।

ଆଦର୍ଶ ଗାଁର କୌଣସି ସୁବିଧା ସୁଯୋଗ ମିଳୁନଥିବା ପ୍ରଦୀପ ପ୍ରଧାନ ଆଲୋଚନା ବେଳେ କହିଛନ୍ତି।

ସରପଞ୍ଚ ରାମଦାସ ମହାକୁର ସାଧାରଣ ଗାଁ ଓ ଆଦର୍ଶ ଗାଁର ପ୍ରଭେଦ ଉପରେ କିଛି ଟିପ୍ପଣୀ କରି ପାରିନଥିଲେ।

ଯୋଜନାରେ କେତେ ଟଙ୍କା ଆସିିଛି, ତାହା ମଧ୍ୟ ସ୍ଥାନୀୟ ସରପଞ୍ଚଙ୍କୁ ଜଣାନାହିଁ।

କେଉଁ ଉଦ୍ଦେଶ୍ୟରେ ସାରସପଡ଼ାକୁ ଆଦର୍ଶ ଗ୍ରାମ କରାଯାଇଛି, ତାହା ଗ୍ରାମବାସୀ ଠଉରାଇ ପାରୁନାହାନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।