288 Indians Missing Amid Nepal Flood Crisis: ନେପାଳ ବନ୍ୟାରେ ୨୮୮ ଭାରତୀୟ ନିଖୋଜ, ସୂଚନା ଦେଲେ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର
ନେପାଳ ବନ୍ୟାରେ ୨୮୮ ଭାରତୀୟ ନିଖୋଜ, ବଢୁଛି ଚିନ୍ତା
ନେପାଳରେ ଭୟଙ୍କର ବନ୍ୟା ଓ ବିପର୍ଯ୍ୟୟ ମଧ୍ୟରେ ବହୁ ସଂଖ୍ୟକ ଭାରତୀୟ ନିଖୋଜ ଥିବା ନେଇ ଚିନ୍ତା ବଢିଛି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପ୍ରେସମିଟ୍ କରି ଏନେଇ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ମୋଟ ୨୮୮ ଜଣ ଭାରତୀୟଙ୍କ ପତ୍ତା ମିଳୁନାହିଁ।
ନିଖୋଜ ଭାରତୀୟଙ୍କ ମଧ୍ୟରେ ନେପାଳର ତ୍ରିଶୁଳି ପାୱାର ପ୍ରୋଜେକ୍ଟରେ କାର୍ଯ୍ୟରତ ୭୩ ଜଣ ଥିବା ଜଣାପଡ଼ିଛି। ଏହାବ୍ୟତୀତ ତାମିଲନାଡୁର ଦୁଇଟି ଗ୍ରୁପ୍ର ଯଥାକ୍ରମେ ୩୭ ଓ ୩୯ ଜଣଙ୍କ ସହ ଏଯାବତ୍ ଯୋଗାଯୋଗ ହୋଇପାରିନାହିଁ। ପଶ୍ଚିମବଙ୍ଗର ମଧ୍ୟ ୩୨ ଜଣଙ୍କୁ ଏଯାବତ୍ ଠାବ କରାଯାଇପାରିନାହିଁ।
ଅନ୍ୟାନ୍ୟ ରାଜ୍ୟର ୬୧ ଜଣ ଭାରତୀୟ ମଧ୍ୟ ନିଖୋଜ ଥିବା ସୂଚନା ମିଳିଛି। ତେବେ ତାମିଲନାଡୁର ୨୧ ଜଣଙ୍କୁ ଉଦ୍ଧାର କରାଯାଇଥିବା କୁହାଯାଇଛି। ସେହିପରି ISHA ଫାଉଣ୍ଡେସନର ଏକ ବଡ଼ ଗ୍ରୁପ୍ ମଧ୍ୟ ନିଖୋଜ ରହିଥିବା ସୂଚନା ସାମ୍ନାକୁ ଆସିଛି।
ଏପଟେ ପ୍ରାୟ ୨୦୦ ଭାରତୀୟ ସହାୟତା ପାଇଁ ନିବେଦନ କରିଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ମାନସରୋବର ଯାତ୍ରାରେ ଥିବା କିଛି ଭାରତୀୟ ମଧ୍ୟ ଚୀନ୍ ପଟେ ଫସିଥିବା ସୂଚନା ମିଳିଛି।
ତେବେ ଏହି ବିପର୍ଯ୍ୟୟରେ କେତେ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି, ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ନିଖୋଜ ଭାରତୀୟଙ୍କ ସନ୍ଧାନ ଓ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି।
ନେପାଳ ବନ୍ୟାରେ ୨୮୮ ଭାରତୀୟ ନିଖୋଜ ନେଇ ସୂଚନା...
ପ୍ରେସମିଟ୍ କରି ସୂଚନା ଦେଲେ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର...
ତ୍ରିଶୁଳି ପାୱାର ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା ୭୩ ନିଖୋଜ...
ତାମିଲନାଡୁର ଦୁଇଟି ଗ୍ରୁପ ୩୭ ଓ ୩୯ ଜଣଙ୍କର ପତ୍ତା ମିଳି ନାହିଁ...
ପଶ୍ଚିମବଙ୍ଗର ୩୨ ଜଣଙ୍କୁ ମଧ୍ୟ ଏଯାବତ ଠାବ କରାଯାଇ ପାରିନି...
ଅନ୍ୟାନ୍ୟ ରାଜ୍ୟର ୬୧ ଜଣ ମଧ୍ୟ ନିଖୋଜ ରହିଛନ୍ତି...
ଏଯାବତ ତାମିଲନାଡୁର ୨୧ ଜଣଙ୍କୁ ଉଦ୍ଧାର କରାଯାଇ ପାରିଛି...
ISHA ଫାଉଣ୍ଡେସନର ଏବ ବଡ଼ ଗ୍ରୁପ୍ ମଧ୍ୟ ନିଖୋଜ ରହିଛନ୍ତି...
୨ ଶହ ଭାରତୀୟ ସହାଯ୍ୟ ପାଇଁ ନିବେଦନ କରିଛନ୍ତି...
ମାନସରୋବର ଯାତ୍ରାରେ ଥିବା କିଛି ଭାରତୀୟ ଚୀନ୍ ପଟେ ଫସିଛନ୍ତି...
କେତେ ଭାରତୀୟଙ୍କର ମୃତ୍ୟୁ ଘଟିଛି ସ୍ପଷ୍ଟ ହୋଇନି..
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।