3 Hours Before Death: ରାତି ୨ଟା ୩୦ରୁ ୪ଟା... କ’ଣ ଘଟିଥିଲା ନାନାଙ୍କ ସହ?

Oct 08, 2026 - 14:23
3 Hours Before Death: ରାତି ୨ଟା ୩୦ରୁ ୪ଟା... କ’ଣ ଘଟିଥିଲା ନାନାଙ୍କ ସହ?

ଭାରତୀୟ ସିନେମାର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ଭୋର ସମୟରେ ଗୋଆସ୍ଥିତ ତାଙ୍କ ବାସଭବନରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ବିଳମ୍ବିତ ରାତିରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ବଞ୍ଚାଯାଇ ପାରିନଥିଲା। ପ୍ରାୟ ୪୫ ମିନିଟ୍‌ରୁ ଏକ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ସିପିଆର୍‌ ଓ କାର୍ଡିଆକ୍ ମସାଜ୍ ଦିଆଯାଇଥିଲା। କିନ୍ତୁ ଡାକ୍ତରଙ୍କ ସବୁ ଚେଷ୍ଟା ବିଫଳ ହୋଇଥିଲା।

ମୃତ୍ୟୁ ପୂର୍ବରୁ ବନ୍ଧୁଙ୍କୁ କରିଥିଲେ ମେସେଜ୍

ଉକ୍ତ ହସ୍ପିଟାଲର ଡାକ୍ତର ଶେଖର ସାଲକରଙ୍କ କହିବା ଅନୁସାରେ, ନାନା ପାଟେକର ରାତି ପ୍ରାୟ ୨ଟା ୩୦ ମିନିଟ୍‌ରେ ତାଙ୍କର ଜଣେ ବନ୍ଧୁଙ୍କୁ ମେସେଜ୍ କରି ସେ ଅସୁସ୍ଥ ଥିବା ଜଣାଇଥିଲେ। ରାତି ହୋଇଥିବାରୁ ବନ୍ଧୁ ଜଣକ ତୁରନ୍ତ ମେସେଜ୍‌ଟି ଦେଖିପାରିନଥିଲେ। ପରେ ନାନା ତାଙ୍କୁ ଫୋନ୍ କରିଥିଲେ। ପ୍ରାୟ ଭୋର ୪ଟା ସମୟରେ ବନ୍ଧୁ ତାଙ୍କ ଘରେ ପହଞ୍ଚିବା ବେଳକୁ ନାନା ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ସେତେବେଳେ ତାଙ୍କ ଦେହରୁ ପ୍ରବଳ ଝାଳ ବାହାରୁଥିଲା। ଧୀରେ ଧୀରେ ସେ ଚେତା ହରାଇବାକୁ ଲାଗିଥିଲେ।

ନାନାଙ୍କ ଘର ପାଖରେ ଏକ ହସ୍ପିଟାଲ ଥିବାରୁ ତାଙ୍କ କେୟାରଟେକର ଯାଇ ତୁରନ୍ତ ହସ୍ପିଟାଲରେ ଖବର ଦେଇଥିଲେ। ଏହା ପରେ ଆମ୍ବୁଲାନ୍ସ ଓ ଜରୁରୀକାଳୀନ ଚିକିତ୍ସା ଟିମ୍‌ ତାଙ୍କ ଘରେ ପହଞ୍ଚିଥିଲା। ନାନା ସେତେବେଳେ ଅଚେତ ଥିବାରୁ ଡାକ୍ତରମାନେ ତୁରନ୍ତ ଜରୁରୀ ଚିକିତ୍ସା ଆରମ୍ଭ କରିଥିଲେ। ପ୍ରାୟ ୪ଟା ୨୦ରୁ ୪ଟା ୩୦ ମଧ୍ୟରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ମଧ୍ୟ ଡାକ୍ତରୀ ଟିମ୍‌ ଦୀର୍ଘ ସମୟ ଧରି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ୪୫ ମିନିଟ୍‌ରୁ ପ୍ରାୟ ଘଣ୍ଟାଏ ଧରି ସିପିଆର ଦିଆ ଯାଇଥିଲା। ହେଲେ ସବୁ ଚେଷ୍ଟା ବିଫଳ ହୋଇଥିଲା। ୫ଟା ୩୦ରେ ଡାକ୍ତର ଘୋଷଣା କରିଥିଲେ ଯେ, ସେ ଆଉ ଏ ଦୁନିଆରେ ନାହାନ୍ତି।

ତେବେ ତାଙ୍କ ମୃତ୍ୟୁ ସମୟରେ ପାଖରେ ପରିବାର ସଦସ୍ୟ ନଥିଲେ। କେବଳ କିଛି ବନ୍ଧୁ ଓ କେୟାର ଟେକର ଥିଲେ। ନାନାଙ୍କ ମୃତ୍ୟୁ ଘରେ ହୋଇଥିବାରୁ ଏହାକୁ ମେଡିକୋ-ଲିଗାଲ୍‌ କେସ୍‌ ଭାବେ ରୁଜୁ କରାଯାଇଛି। ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଗୋଆ ମେଡିକାଲ କଲେଜକୁ ପଠାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।