Anne Carson Wins 2026 Nobel Prize in Literature: ୨୦୨୬ ନୋବେଲ୍ ସାହିତ୍ୟ ପୁରସ୍କାର ଜିତିଲେ କାନାଡାର ଆନ୍ କାର୍ସନ୍

Oct 08, 2026 - 17:08
Anne Carson Wins 2026 Nobel Prize in Literature: ୨୦୨୬ ନୋବେଲ୍ ସାହିତ୍ୟ ପୁରସ୍କାର ଜିତିଲେ କାନାଡାର ଆନ୍ କାର୍ସନ୍

୨୦୨୬ ନୋବେଲ୍ ସାହିତ୍ୟ ପୁରସ୍କାର ପାଇଛନ୍ତି କାନାଡାର କବି ଓ ଲେଖିକା ଆନ୍ କାର୍ସନ୍। ତାଙ୍କର ସାହସିକତା ଓ ନୂଆଧରଣର ସାହିତ୍ୟ ସୃଷ୍ଟି ପାଇଁ ଏହି ସମ୍ମାନ ଦିଆଯାଇଛି। ସ୍ୱିଡିଶ୍ ଏକାଡେମୀ ଗୁରୁବାର ଏହି ଘୋଷଣା କରିଛି।

ଆନ୍ କାର୍ସନଙ୍କ ଲେଖାରେ କବିତା, ଗଦ୍ୟ, ସଂଳାପ ଓ ଅନୁବାଦର ଅନନ୍ୟ ମିଶ୍ରଣ ଦେଖିବାକୁ ମିଳେ। ପ୍ରାଚୀନ ଗ୍ରୀକ୍ ସାହିତ୍ୟର ଅନୁବାଦ ପାଇଁ ମଧ୍ୟ ସେ ବେଶ୍ ପରିଚିତ। ତାଙ୍କର ଚର୍ଚ୍ଚିତ କୃତି ମଧ୍ୟରେ ‘‘ଅଟୋବାୟୋଗ୍ରାଫି ଅଫ୍ ରେଡ୍’ ଓ ‘ନର୍ମା ଜିନ୍ ବେକର୍ ଅଫ୍ ଟ୍ରୟ’ ରହିଛି। ଏହି ପୁରସ୍କାର ସହ ଆନ୍ କାର୍ସନ୍ ୧୨ ମିଲିୟନ୍ ସ୍ୱିଡିଶ୍ କ୍ରୋନା, ଅର୍ଥାତ୍ ପ୍ରାୟ ୧.୨ ମିଲିୟନ୍ ଡଲାର୍ ପୁରସ୍କାର ରାଶି ପାଇବେ।

୧୯୦୧ ମସିହାରୁ ଆଲଫ୍ରେଡ୍ ନୋବେଲଙ୍କ ଇଚ୍ଛାପତ୍ର ଅନୁସାରେ ସାହିତ୍ୟ, ବିଜ୍ଞାନ ଓ ଶାନ୍ତି କ୍ଷେତ୍ରରେ ନୋବେଲ୍ ପୁରସ୍କାର ଦିଆଯାଉଛି। ଗତବର୍ଷ ହଙ୍ଗେରୀର ଲେଖକ ଲାସ୍ଲୋ କ୍ରାସ୍ନାହୋର୍କାଇ ନୋବେଲ୍ ସାହିତ୍ୟ ପୁରସ୍କାର ପାଇଥିଲେ।   

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।