300 Students Stranded for Three Days: ୩ ଦିନ ହେଲା ସ୍କୁଲରେ ଫସିଛନ୍ତି ୩୦୦ ଛାତ୍ରଛାତ୍ରୀ, କାନ୍ଦି କାନ୍ଦି କହିଲେ ଦୁଃଖ

Aug 18, 2026 - 13:49
300 Students Stranded for Three Days: ୩ ଦିନ ହେଲା ସ୍କୁଲରେ ଫସିଛନ୍ତି ୩୦୦ ଛାତ୍ରଛାତ୍ରୀ, କାନ୍ଦି କାନ୍ଦି କହିଲେ ଦୁଃଖ

୩ ଦିନ ହେଲାଣି ସ୍କୁଲ ଭିତରେ ଫସି ରହିଛନ୍ତି ପ୍ରାୟ ୩ଶହ ଛାତ୍ରଛାତ୍ରୀ। କାନ୍ଦି କାନ୍ଦି ଦୁଃଖ କହିଲେ ଛାତ୍ରଛାତ୍ରୀ। କେନ୍ଦ୍ରାପଡ଼ା ଜିଲ୍ଲା କୁଳସାହି ଆଶ୍ରମ ଆବାସିକ ବିଦ୍ୟାଳୟର ଏ ସ୍ଥିତି। ଗ୍ରାଉଣ୍ଡ ଜିରୋରେ ଯାଇ ସ୍ଥିତି ପରଖିଛି ଓଟିଭି ଟିମ। ୩ଶହ ପିଲା ପାଣି ଘେରରେ ଦୀର୍ଘ ୩ ଦିନ ହେଲା ଫସି ରହିଛନ୍ତି।

ପିଲାମାନେ ସୁରକ୍ଷିତ ଥିବା ପ୍ରଶାସନ କହୁଥିବାବେଳେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ। ପିଲାମାନେ ଅନେକ ସମସ୍ୟା ମଧ୍ୟରେ ଥିବା କହିଛନ୍ତି। ଖାଦ୍ୟ ପାନୀୟ ଅସୁବିଧା ସହ ଶୌଚ ହେବାପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। 

ସେପଟେ ଆବାସିକ ବିଦ୍ୟାଳୟ ନିକଟରେ ପାଣିର ପ୍ରବଳ ସୁଅ ଥିବାରୁ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର ସମ୍ଭବ ନୁହେଁ ବୋଲି କହିଛନ୍ତି ଜିଲ୍ଲାପାଳ। ଏହାସହ ଛାତ୍ରଛାତ୍ରୀଙ୍କ ଅନ୍ୟ ସମସ୍ୟାର ସମାଧାନ ଲାଗି ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।