Gunmaaster G9 Release Date Locked: ଆସୁଛି ‘ଗନ୍ମାଷ୍ଟର ଜି୯’, ଧମାଲ ମଚାଇବ ଇମ୍ରାନ୍-ଜେନେଲିଆଙ୍କ ଫ୍ରେଶ୍ କେମିଷ୍ଟ୍ରି
ବଲିଉଡ୍ ଅଭିନେତା ଇମ୍ରାନ୍ ହାସମୀଙ୍କ ଆଗାମୀ ଫିଲ୍ମ ‘ଗନ୍ମାଷ୍ଟର ଜି୯’କୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିଛି। ଫିଲ୍ମର ରିଲିଜ୍ ତାରିଖ ଏବେ ଘୋଷଣା ହୋଇଛି। ଆକ୍ସନ୍, ରୋମାନ୍ସ ଓ ମ୍ୟୁଜିକ୍ର ମିଶ୍ରଣ ଥିବା ଏହି ଫିଲ୍ମ ୨୦୨୬ ନଭେମ୍ବର ୨୭ରେ ସିନେମା ହଲ୍କୁ ଆସିବ।
ରିଲିଜ୍ ତାରିଖ ଘୋଷଣା କରି ଇମ୍ରାନ୍ ହାସମୀ ସୋସିଆଲ ମିଡିଆରେ ଫିଲ୍ମର ଏକ ରିଲିଜ୍ ଡେଟ୍ କାର୍ଡ ଶେୟାର କରିଛନ୍ତି। ଏହା ସହ ଫିଲ୍ମରେ କେବଳ ଆକ୍ସନ୍ ନୁହେଁ, ରୋମାନ୍ସ ଓ ମ୍ୟୁଜିକ୍ର ମଧ୍ୟ ଭରପୂର ମନୋରଞ୍ଜନ ମିଳିବ ବୋଲି ସେ ସଙ୍କେତ ଦେଇଛନ୍ତି।
ଏହି ଫିଲ୍ମର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଇମ୍ରାନ୍ ହାସମୀ ଓ ଜେନେଲିଆ ଡି’ସୁଜା ଦେଶମୁଖଙ୍କ ନୂଆ ଯୋଡ଼ି। ଉଭୟ ପ୍ରଥମ ଥର ପାଇଁ ଏକାଠି ପରଦାରେ ନଜର ଆସିବେ। ତେଣୁ ଏହି ନୂଆ ଅନ୍-ସ୍କ୍ରିନ୍ କେମିଷ୍ଟ୍ରିକୁ ନେଇ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି।
ଏହା ବ୍ୟତୀତ ଫିଲ୍ମରେ ଇମ୍ରାନ୍ ହାସମୀ ଓ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିଆଙ୍କ ଯୋଡି ମଧ୍ୟ ଚର୍ଚ୍ଚାରେ ରହିଛି। ପୂର୍ବରୁ ଏହି ଯୋଡ଼ି ଅନେକ ଲୋକପ୍ରିୟ ଗୀତ ଦେଇଥିବାରୁ ‘ଗନ୍ମାଷ୍ଟର ଜି୯’ର ସଙ୍ଗୀତକୁ ନେଇ ମଧ୍ୟ ଫ୍ୟାନ୍ମାନଙ୍କ ଆଶା ବଢ଼ିଛି।
ଫିଲ୍ମରେ ଇମ୍ରାନ୍ ଓ ଜେନେଲିଆଙ୍କ ସହ ଅପାରଶକ୍ତି ଖୁରାନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଆଦିତ୍ୟ ଦତ୍ତ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ହିମେଶ ରେଶମିଆ ଫିଲ୍ମର ସଙ୍ଗୀତ ଦାୟିତ୍ୱରେ ଥିବା ବେଳେ ଦୀପକ ମୁକୁଟ ଓ ହୁନର ମୁକୁଟ ଏହାର ପ୍ରଯୋଜକ ଅଛନ୍ତି।
ଏପଟେ ଇମ୍ରାନ୍ ହାସମୀଙ୍କ ‘ଆୱାରାପନ୍ ୨’କୁ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି। ଫିଲ୍ମର ସଫଳତା ପରେ ଅଭିନେତାଙ୍କ ଆଗାମୀ ପ୍ରୋଜେକ୍ଟ ଉପରେ ନଜର ରହିଛି। ‘ଗନ୍ମାଷ୍ଟର ଜି୯’ରେ ଆକ୍ସନ୍, ରୋମାନ୍ସ ଓ ମ୍ୟୁଜିକ୍ର ଭିନ୍ନ ମିଶ୍ରଣ ଦର୍ଶକଙ୍କୁ କେତେ ଆକର୍ଷିତ କରୁଛି, ତାହା ଫିଲ୍ମ ରିଲିଜ୍ ପରେ ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।