₹3,000 Crore Drug Haul Busted: ୩ ହଜାର କୋଟିର ଡ୍ରଗ୍ସ ଜବତ, ଇରାନୀ ବୋଟରୁ ଧରାପଡ଼ିଲେ ୫ ପାକିସ୍ତାନୀ

Sep 30, 2026 - 21:33
₹3,000 Crore Drug Haul Busted: ୩ ହଜାର କୋଟିର ଡ୍ରଗ୍ସ ଜବତ, ଇରାନୀ ବୋଟରୁ ଧରାପଡ଼ିଲେ ୫ ପାକିସ୍ତାନୀ

ସମୁଦ୍ରରେ ଡ୍ରଗ୍ସ ସାମ୍ରାଜ୍ୟ। ସମୁଦ୍ରର ନୀଳ ଜଳରାଶିକୁ ବ୍ୟବହାର କରି ଭାରତରେ ବିଷ ବୁଣିବାକୁ ରଚାଯାଇଥିଲା ବଡ଼ ଷଡ଼ଯନ୍ତ୍ର। ଆରବ ସାଗରରେ ସର୍ଜିକାଲ ଷ୍ଟ୍ରାଇକ୍ କରି ଏକ ବଡ଼ ଅନ୍ତର୍ଜାତୀୟ ନିଶା ଚାଲାଣର ପର୍ଦ୍ଦାଫାସ କରିଛି ଭାରତୀୟ ତଟରକ୍ଷୀ ବାହିନୀ। ଜବତ କରିଛି ୫୨୬ କିଲୋ ନିଶାଦ୍ରବ୍ୟ। ଯାହାର ମୂଲ୍ୟ ୩ ହଜାର କୋଟିରୁ ଅଧିକ ହେବ। ଆରବ ସାଗରରେ ଲାକ୍ଷାଦ୍ୱୀପର ପଶ୍ଚିମରେ ଏକ ଇରାନୀ ବୋଟକୁ ଅଟକାଇ ବିପୁଳ ପରିମାଣର ଡ୍ରଗ୍ସ ଜବତ କରିଛି ଭାରତୀୟ ତଟରକ୍ଷୀ ବାହିନୀ ଓ ଗୁଜରାଟ ଏଟିଏସ୍।

ଗତ ୨୫ ତାରିଖରେ ଏହି ସ୍ପେଶାଲ୍ ଅପରେସନ୍ ହୋଇଥିଲା। ସମୁଦ୍ରର ଅଶାନ୍ତ ଢ଼େଉ ମଧ୍ୟରେ ଚାଲିଥିଲା ସୁରକ୍ଷାକର୍ମୀଙ୍କ ହୃତସ୍ପନ୍ଦନ ବଢ଼ାଇଦେବା ଭଳି ସର୍ଚ୍ଚ ଅପରେସନ୍। ଯେତେବେଳେ ବୋଟ୍ ଗୁପ୍ତ କୋଠରୀ ଖୋଲିଲା, ସୁରକ୍ଷାକର୍ମୀଙ୍କ ଆଖି ବି ଖୋସି ହୋଇଗଲା। ତଲାସୀ ବେଳେ ବୋଟ୍ ଭିତରୁ ବାହାରିଥିଲା ୫୨୬ କିଲୋର ଅତ୍ୟନ୍ତ ମାରାତ୍ମକ ହେରୋଇନ୍ ଓ ମେଥାମ୍ଫେଟାମାଇନ୍। ଅନ୍ତର୍ଜାତୀୟ ବଜାରରେ ଯାହାର ମୂଲ୍ୟ ୩ହଜାର କୋଟିରୁ ଅଧିକ ହେବ। ଏହି ଘଟଣାରେ ୫ ପାକିସ୍ତାନୀଙ୍କୁ ଅଟକ ରଖାଯାଇଛି।

ଜବତ ନିଶାଦ୍ରବ୍ୟକୁ କଡ଼ା ସୁରକ୍ଷା ମଧ୍ୟରେ ମୁମ୍ବାଇ ଅଣାଯାଇଛି। ୫ ପାକିସ୍ତାନୀ ନାଗରିକଙ୍କୁ ଅଟକ ରଖି ଜେରା ଜାରି ରହିଛି। ଡ୍ରଗ୍ସ କେଉଁଠୁ ଆସିଥିଲା ? କେଉଁଠିକୁ ଚାଲାଣ ହେଉଥିଲା ? ଚୋରା ଚାଲାଣ ପଛରେ ଆଉ କାହାର ହାତ ରହିଛି ? ୩ ହଜାର କୋଟିର ଡ୍ରଗ୍ସ ପଛର ଅସଲ ନେଟୱର୍କ କିଏ ଚଳାଉଛି ? ପାକିସ୍ତାନୀ ଡ୍ରଗ୍ସ ପେଡେଲରଙ୍କ ପଛରେ କେଉଁ ବଡ଼ ଅନ୍ତର୍ଜାତୀୟ ଆତଙ୍କୀ କିମ୍ବା ନିଶା ମାଫିଆର ହାତ ରହିଛି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜି ବାହାର କରିବା ସବୁଠୁ ଚ୍ୟାଲେଞ୍ଜିଂ। ...  ସେପଟେ ପଞ୍ଜାବ ଜଲନ୍ଧରରେ ଏକ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଦେଶର ଯୁବପିଢିଙ୍କୁ ନିଶାମୁକ୍ତ କରିବାକୁ ମୋଦି ସରକାର ସଂକଳ୍ପ ନେଇଛନ୍ତି। ୩୧ ଡିସେମ୍ବର ୨୦୨୯ ସୁଦ୍ଧା ନିଶାମୁକ୍ତ ହେବ ପଞ୍ଜାବ। 

ସମୁଦ୍ର ରାସ୍ତାରେ ଡ୍ରଗ୍ସ ନେଟୱର୍କ 
ଆରବ ସାଗରରେ ନିଶାର ସାମ୍ରାଜ୍ୟ
୫୨୬ କିଲୋ ଡ୍ରଗ୍ସ ଜବତ, ମୂଲ୍ୟ ୩ ହଜାର କୋଟିରୁ ଅଧିକ
ଇରାନୀ ବୋଟରୁ ଜବତ, ୫ ପାକିସ୍ତାନୀ ଅଟକ
ସାମନାକୁ ଆସିଲା ଡ୍ରଗ୍ସ ଚାଲାଣରେ ପାକିସ୍ତାନୀ ଲିଙ୍କ୍ 
ଧରିଲା ଭାରତୀୟ ତଟରକ୍ଷୀ ବାହିନୀ ଓ ଗୁଜରାଟ ATS
ମାରାତ୍ମକ ହେରୋଇନ୍ ଓ ମେଥାମ୍ଫେଟାମାଇନ୍ ଜବତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।