3400 kisses: ପ୍ରେମିକାଙ୍କ ୩୪୦୦ ଚୁମ୍ବନ, ପୁଲିସର ୫୫୦୦ ଟଙ୍କା ଜରିମାନା

Aug 26, 2026 - 05:02
3400 kisses: ପ୍ରେମିକାଙ୍କ ୩୪୦୦ ଚୁମ୍ବନ, ପୁଲିସର ୫୫୦୦ ଟଙ୍କା ଜରିମାନା

"ମଧ୍ୟପ୍ରଦେଶର ଏକ ପ୍ରେମୀଯୁଗଳ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ଲାଗି ଏକ ଅସାଧାରଣ ରିଲ୍ ପ୍ରସ୍ତୁତ କରିବାର ଉପାୟ ଖୋଜୁଥିଲେ।

ପ୍ରେମିକାଙ୍କ ମୁଣ୍ଡକୁ ଏକ ଉପାୟ ଆସିଲା, ଯାହାକୁ ବାସ୍ତବ ରୂପ ଦେବା ପାଇଁ ସେ ତିନି ଘଣ୍ଟା ଧରି ପ୍ରେମିକଙ୍କ କାର୍‌ ଉପରେ ହଜାର ହଜାର ଥର ଚୁମ୍ବନ କଲେ।

ଏଥିପାଇଁ ପ୍ରାୟ ୯୦୦ ଟଙ୍କାର ଲିପ୍‌ଷ୍ଟିକ୍‌ ବି ସରିଲା।

ଏହି ପରିଶ୍ରମ ଓ ଖର୍ଚ୍ଚର ଫଳସ୍ବରୂପ, ଦେହରେ ୩,୪୦୦ ଚୁମ୍ବନ ଚିହ୍ନ ଧାରଣ କରି ସାଧାରଣ ସ୍ବିଫ୍‌ଟ କାର୍‌ଟି ପାଲଟିଗଲା ସାମାଜିକ ଗଣମାଧ୍ୟମର ଭାଇରାଲ୍‌ "କିସିଂ କାର୍‌"।Advertisment Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଏହି କାର୍‌କୁ ନେଇ ପ୍ରସ୍ତୁତ ରିଲ୍‌ଟିକୁ ୫୫ ଲକ୍ଷରୁ ଅଧିକ ଥର ଲୋକମାନେ ଦେଖିଲେ।

ତେବେ ଦର୍ଶକ ମଧ୍ୟରେ ସାମିଲ ଥିଲା ଗ୍ବାଲିଅର୍‌ ଟ୍ରାଫିକ୍‌ ପୁଲିସ।

ଟ୍ରାଫିକ୍‌ ପୁଲିସ ସେହି କାର୍‌ ଓ ମାଲିକଙ୍କୁ ଠାବ କରିବା ପରେ ୫୫୦୦ ଟଙ୍କାର ଜରିମାନା କରିବା ସହିତ କାର୍‌ ଉପରୁ ଲିପ୍‌ଷ୍ଟିକ୍‌ ଦାଗ ଛଡ଼ାଇବାକୁ ନିର୍ଦେଶ ଦେଲା।

ଗାଡ଼ି ମାଲିକ ତଥା ପ୍ରେମିକ ଆଦିତ୍ୟ ନିଜ ଭୁଲ୍‌ ସ୍ବୀକାର କରିବା ସହିତ କହିଛନ୍ତି ଯେ ଏଭଳି ରିଲ୍‌ ପ୍ରସ୍ତୁତ କରିବା ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ରୂପେ ପରିଗଣିତ ହେବ ବୋଲି ସେ ଜାଣି ନଥିଲେ।

ଭବିଷ୍ୟତରେ ସେ ପ୍ରସିଦ୍ଧି ପାଇଁ ଏଭଳି ନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Health: ତାଳଚେରରେ ଆମ୍ବୁଲାନ୍ସ ସେବା; ଜୀବନ ବଞ୍ଚାଇବାକୁ ଦୌଡୁଥିବା ଗାଡ଼ି ନିଜେ ଅସୁରକ୍ଷିତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।