BJP: ପୌର ଉପାଧ୍ୟକ୍ଷଙ୍କ ସମେତ ବିଜେଡି ଛାଡ଼ିଲେ ୯ କାଉନ୍‌ସିଲ, ବିଜେପିରେ ହେଲେ ସାମିଲ

Sep 02, 2026 - 22:30
BJP: ପୌର ଉପାଧ୍ୟକ୍ଷଙ୍କ ସମେତ ବିଜେଡି ଛାଡ଼ିଲେ ୯ କାଉନ୍‌ସିଲ, ବିଜେପିରେ ହେଲେ ସାମିଲ

"ଛତ୍ରପୁର (ବସନ୍ତ ମହାରଣା): ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌରପରିଷଦ ରାଜନୀତିରେ ଏକ ବଡ଼ ହଟଚମଟ ଦେଖିବାକୁ ମଳିଛି।

ଗୋଟିଏ ପଟେ ବିଜେଡି ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ଜେଲ୍‌ରୁ ଫେରିବା ପରେ ଗଞ୍ଜାମ ବିଜେଡି ଦଳ ଚଳଚଚଂଳ ହୋଇପଡ଼ିଛି।

ଅପରପକ୍ଷେ ଜିଲ୍ଲା ସଦର ମହକୁମା ଛତ୍ରପୁର ବିଜେଡିକୁ ଲାଗିଛି ବଡ ଶକ୍ତ ଝଟକା।

Advertisment ଆଜି ଗୋଟିଏ ଦିନରେ ବିଜେଡିର ଉପାଧ୍ୟକ୍ଷଙ୍କ ସମେତ ୯ କାଉନ୍‌ସିଲର ଦଳ ଛାଡ଼ିଛନ୍ତି।

ସ୍ଥାନୀୟ ଅଂଚଳର ଆଇନଜୀବୀ ତଥା ଯୁବ ସଂଗଠକ ଓ ଏକାଧାରାରେ କହିବାକୁ ଗଲେ ବିଭିନ୍ନ ନିର୍ବାଚନରେ ସକ୍ରିୟ ନେତା ଭାବେ ପରିଚିତ ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଛତ୍ରପୁର ପରୌପରିଷଦର ବିଜେଡିର ପୌରାଉପାଧ୍ୟକ୍ଷ ଜି.ପାପା ରାଓଙ୍କ ସମେତ ୯  କାଉନ୍‌ସିଲରଙ୍କ ସମେତ ଛତ୍ରପୁର ନିର୍ବାଚନମଣ୍ଡଳୀର ବହୁ ଆଗଧାଡିର ନେତା ବୁଧବାର ବିଜେପିରେ ଯୋଗଦେଇଛନ୍ତି।

ମଜୁବୁତ ହେବ ବିଜେପି!ଛତ୍ରପୁର ଏନ୍‌ଏସିରେ ୫ ପଂଚାୟତ ମିଶ୍ରଣ ପରେ ଛତ୍ରପୁର ପୌରପରିଷଦର କଳେବର ବୃଦ୍ଧି ହେବା ପରଠୁ ଏହି ବଡଗୋଷ୍ଠୀକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଲାଗି ରହିଥିଲା।

ବିଜେଡିର ଏହି ବଡ଼ଗୋଷ୍ଠୀ ବିଜେପିରେ ସାମିଲ ହେବା ପରେ ଶାସକ ଦଳ ବିଜେପିକୁ ଆଗାମୀ ପୌର ନିର୍ବାଚନରେ ଆହୁରୀ ଶକ୍ତିଶାଳୀ କରିବ ବୋଲି ରାଜନୈତିକ ମହଲରେ ଆଲୋଚନା ହୋଇଛି।

ବିଜେପିରେ କାଉନସିଲରଅନ୍ୟପକ୍ଷରେ ପୂର୍ବରୁ କମ୍ୟୁନିଷ୍ଟ ଯୁବନେତା ରଞ୍ଜନ ମହାପାତ୍ର ନିର୍ବାଚନମଣ୍ଡଳୀରେ ସାଧାରଣ ନିର୍ବାଚନ ହେଉ କିମ୍ବା ପଂଚାୟତ ବା ପୌରନିର୍ବାଚନରେ ସକ୍ରିୟ ଭୂମିକା ଗ୍ର୍‌ହଣ କରୁଥିବା ବ୍ୟକ୍ତି ଭାବେ ପରିଚିତ।

ଏହାସହ ଆଇନଜୀବୀ ଶ୍ରୀ ମହାପାତ୍ରଙ୍କ ଗୋଟି ଚାଳନାରେ ପୌରାଉପାଧ୍ୟକ୍ଷ ପାପାଙ୍କ ପତ୍ନୀ ଜି.ଆରତି ୨୦୧୩ ପୌରନିର୍ବାଚନରେ ଛତ୍ରପୁର ଏନଏସି ଅଧ୍ୟକ୍ଷା ହୋଇପାରିଥିଲେ।

ପୁଣି ସେ ୨୦୨୨ ପୌରନିର୍ବାଚନରେ ନିଜେ ଜି.

ପାପା ରାଓ ଉପାଧ୍ୟକ୍ଷ ହୋଇଥିଲେ।

ଏହାସହ ଶ୍ରୀ ମହାପାତ୍ରଙ୍କ ରାଜନୀତି ଗୋଟି ଚାଳନାରେ ଛତ୍ରପୁର ଏନ୍‌ଏସିରେ ପୂର୍ବରୁ ଏବଂ ବର୍ତମାନ ଅନୁଗତ ଥିବା କାଉନ୍‌ସିଲରମାନେ ମଧ୍ୟ ଆଜି ବିଜେପିରେ ଯୋଗଦେଇଛନ୍ତି  ସେହିପରି ଏଭଳି ଏକ ବଡଗୋଷ୍ଠୀକୁ ମଧ୍ୟ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ହାତଛଡା ନ କରିବାକୁ ପଛାଇନାହାନ୍ତି।

Heavy rain: ଲଗାଣ ବର୍ଷାରେ ଭୁଶୁଡ଼ିଲା ଅନେକ ଘର; ବେସାହାରା ହେଲେ ବହୁ ପରିବାର ଭୁବନେଶ୍ବରରେ ମିଶ୍ରଣ ପର୍ବଆଜି ଭୁବନେଶ୍ୱର ସ୍ଥିତ ବିଜେପି ଦଳୀୟ କାର୍ଯ୍ୟାଳୟ ଠାରେ ଛତ୍ରପୁର ବିଧାୟକ ଶ୍ରୀ ନାୟକଙ୍କ ଉପସ୍ଥିତିରେ ଦଳୀୟ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ରାଜ୍ୟ ସଭା ସାସଂଦ ସୁଜିତ୍ କୁମାର, ପୂର୍ବତନ ଉପବାଚଚସ୍ପତି ରାମଚନ୍ଦ୍ର ପଣ୍ଡା, ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତଙ୍କ ନିକଟରେ ଛତ୍ରପୁର ପୌରପରିଷଦର ସକ୍ରିୟ ନେତା ତଥା ଆଇନଜୀବୀ ଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ପୌରାଉପାଧ୍ୟକ୍ଷ ଜି.ପାପା ରାଓ, କାଉନ୍‌ସିଲର କେ.ରମେଶ, ଦେବାଶିଷ ମିଶ୍ର,ସୁମନ୍ତ ନାହାକ, ପ୍ରିତିଛନ୍ଦ ସାମଲ, ସନ୍ତୋଷୀ ସେଠୀ, ଡି.ଇନ୍ଦୁ, ବି.ନିଶ୍ଚଳା, ମମତା ପାତ୍ର ଓ ମାମା ସେଠୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଅମିତା ସାହୁ, ପୂର୍ବତନ ଏନ୍‌ଏସି ଉପାଧ୍ୟକ୍ଷ ପ୍ରଦୋଶ କୁମାର ବେହେରା, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ, ପୂର୍ବତନ ସରକାରୀ ଓକିଲ ସୁରେଶ କୁମାର ପଣ୍ଡା, ପୂର୍ବତନ ବିଧାୟକ ଙ୍କ ପ୍ରତିନିଧି ଏନ୍‌.ୱର୍ଦ୍ଧରାଜୁଲୁ ରେଡ୍ଡୀ, ପୁରୁଷୋତମ ପାତ୍ର, ସନମୁଖ ପଟ୍ଟନାୟକ, ଯୁବନେତା ରମେଶ ଚନ୍ଦ୍ର ଛାଟେଇ, ଅଗସ୍ତିନୂଆଗାଁ ଗ୍ରାମର ଯୁବନେତା ଅକ୍ଷୟ କୁମାର ସ୍ୱାଇଁ, ନିବାସୀ ଗୌଡ,ରମେଶ ଛଟେଇ, ରବୀନ୍ଦ୍ର ସାହୁଙ୍କ ସମେତ ଆର୍ଯ୍ୟପଲ୍ଲୀ ଓ ସିନ୍ଦିରାପଲ୍ଲୀ ଓ ଛତ୍ରପୁର ସହରର ବହୁ ଆଗଧାଡ଼ିର ନେତା ଓ କର୍ମୀମାନେ ବିଜେପିରେ ଯୋଗଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।