36 Hours in Floodwaters: ବନ୍ୟାଘେରରେ ୩୬ ଘଣ୍ଟା; ସୁରକ୍ଷିତ ଭାବେ ଉଦ୍ଧାର କଲେ ଅଗ୍ନିଶମଯୋଦ୍ଧା

Oct 31, 2026 - 08:48
36 Hours in Floodwaters: ବନ୍ୟାଘେରରେ ୩୬ ଘଣ୍ଟା; ସୁରକ୍ଷିତ ଭାବେ ଉଦ୍ଧାର କଲେ ଅଗ୍ନିଶମଯୋଦ୍ଧା

ବନ୍ୟା ଘେରରୁ ୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ।

ଆସିକା ଲକ୍ଷ୍ମୀ ବଜାର ନିକଟରେ ଥିବା ଏକ ସୁନା ଋଣ ପ୍ରଦାନକାରୀ କାର୍ଯ୍ୟାଳୟରେ ଦୀର୍ଘ ୩୬ ଘଣ୍ଟାରୁ ଅଧିକ ସମୟ ଧରି ଫସିଥିଲେ ୫ ଜଣ କର୍ମଚାରୀ।

ଅଗ୍ନିଶମ ବାହିନୀର ଉଦ୍ଧାରକାରୀ ଦଳ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।

Advertisment ଅଦମ୍ୟ ସାହସ ଓ ଉଚ୍ଚ ମନୋବଳର ପରିଚୟ ଦେଖାଛନ୍ତି ଅଗ୍ନିଶମଯୋଦ୍ଧା।

ସମସ୍ତେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଦଉଡ଼ି ଓ ଲାଇଫ୍ ଜ୍ୟାକେଟ୍ ସହାୟତାରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ସେମାନେ ୧୧୨ ହେଲ୍ପଲାଇନ୍କୁ ସହାୟତା ମାଗିବା ପରେ ଏକ ଟିମ୍ ଗଠନ କରି ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।