4 Killed As Car Rams Bridge: ଭବାନୀ ଦେବୀଙ୍କ ଦର୍ଶନ ପରେ ଅଘଟଣ; ନିର୍ମାଣାଧୀନ ବ୍ରିଜ୍ରେ ପିଟିହେଲା କାର୍, ୪ ମୃତ
କର୍ଣ୍ଣାଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।
ନିର୍ମାଣାଧୀନ ବ୍ରିଜ୍ରେ କାର୍ ପିଟି ହେବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି।
ମୃତକମାନେ ସମସ୍ତେ କର୍ଣ୍ଣାଟକର ୟାଦଗିର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି।
Advertisment ସୂଚନା ଅନୁସାରେ, ଶନିବାର ମହାରାଷ୍ଟ୍ରର ତୁଳଜାପୁରସ୍ଥିତ ଭବାନୀ ଦେବୀ ମନ୍ଦିର ଦର୍ଶନ କରି ନିଜ ଗାଁକୁ ଫେରୁଥିଲେ ୪ ଜଣ।
ଏହି ସମୟରେ ଶାହାପୁର ତାଲୁକା ଅନ୍ତର୍ଗତ ଇବ୍ରାହିମପୁର ନିକଟରେ ସୁରଟ-ଚେନ୍ନାଇ ଏକ୍ସପ୍ରେସ୍ୱେରେ ଏକ ନିର୍ମାଣାଧୀନ ବ୍ରିଜ୍ରେ ସେମାନଙ୍କ କାର୍ ପିଟି ହୋଇଯାଇଥିଲା।
ଗାଡ଼ି ଚାଳକ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ପୁଲିସ କହିଛି।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।
ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ।
ସେମାନଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲେ ମଧ୍ୟ କିଛି ଘଣ୍ଟା ପରେ ସେଠାରେ ସେମାନଙ୍କର ମୃତ୍ୟୁ ହୋଇଥିଲା।
Advertisment ମୃତକମାନେ ହେଲେ ଗୁରୁରାଜ ସୁରେଶ ଚୌହାନ (୨୯), ରେଡ୍ଡୀ ବାଗଲା ରାଠୋଡ (୩୩), ଗୋବିନ୍ଦା ସୀଥ୍ୟା ଚୌହାନ (୨୮) ଏବଂ କୁମାର ରାମୁ ରାଠୋଡ (୨୬)।
ଦୁର୍ଘଟଣାରେ କାର୍ଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି।
ଏନେଇ ଶାହାପୁର ଥାନାରେ ମାମଲା ରୁଜୁ ହୋଇଛି।
ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।