Two Cyclones Losses Heavy Crop: ବାତ୍ୟା ମାଡ଼ରେ ଉଜୁଡ଼ିଲା ଚାଷୀଙ୍କ ଫସଲ; ୪୯ ହେକ୍ଟରରୁ ଅଧିକ ଜମିରେ କ୍ଷତି

Nov 08, 2026 - 18:21
Two Cyclones Losses Heavy Crop: ବାତ୍ୟା ମାଡ଼ରେ ଉଜୁଡ଼ିଲା ଚାଷୀଙ୍କ ଫସଲ; ୪୯ ହେକ୍ଟରରୁ ଅଧିକ ଜମିରେ କ୍ଷତି

ଲଗାତାର ଦୁଇଟି ବାତ୍ୟା ପ୍ରଭାବରେ ଉଜୁଡ଼ିଗଲା ଚାଷୀଙ୍କ ଫସଲ।

କେଉଁଠି ମାଟିରେ ଲୋଟୁଛି ମକା ଫସଲ, ତ ଆଉ କେଉଁଠି ନଷ୍ଟ ହୋଇଛି କାନ୍ଦୁଲ ଓ କପା ଚାଷ।

ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ, ରାୟଗଡ଼ା ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କୃଷି ଓ ଉଦ୍ୟାନ କୃଷି ଫସଲ କ୍ଷତିର ମୋଟ ୮୩.୭୬ ହେକ୍ଟର ଫସଲ ଜମି ପ୍ରଭାବିତ ହୋଇଛି।

Advertisment ସେଥିମଧ୍ୟରୁ ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିବା ଜମିର ପରିମାଣ ୪୯.୮୮୯ ହେକ୍ଟର।

ଏଥିପାଇଁ ଇନପୁଟ୍ ସବସିଡି ବାବଦରେ ୬ ଲକ୍ଷ ରୁ ଅଧିକ ଟଙ୍କାର ଆବଶ୍ୟକ ଥିବା ଆକଳନ କରାଯାଇଛି।

ରାମନାଗୁଡ଼ାରେ ୨୫.୩ ହେକ୍ଟର, ପଦ୍ମପୁରରେ ୧୨.୮୮ ହେକ୍ଟର, ଗୁଡ଼ାରିରେ ୯.୬୬ ହେକ୍ଟର ଓ ଗୁଣୁପୁରରେ ୨.୦୪୯ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଛି।

ତେବେ ରାମନାଗୁଡ଼ା ବ୍ଲକରେ କ୍ଷୟକ୍ଷତିର ପରିମାଣ ସର୍ବାଧିକ ରହିଛି।

ଏଣୁ ଋଣ କରି ଚାଷ କରିଥିବା ଚାଷୀ ଏବେ ଫସଲ ନଷ୍ଟ ପରେ ଋଣ ଶୁଝିବେ କେମିତି, ପରିବାର ଚଳାଇବେ କେମିତି, ସେହି ଚିନ୍ତାରେ।

ଏଣୁ କ୍ଷତିଗ୍ରସ୍ତ ଚାଷୀ ତୁରନ୍ତ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି।

Advertisment ବାତ୍ୟା ମାଡ଼ରେ ଉଜୁଡ଼ିଲା ଚାଷୀଙ୍କ ଫସଲ ରାୟଗଡ଼ାରେ ୪୯ ହେକ୍ଟରରୁ ଅଧିକ ଜମିରେ କ୍ଷତି ଫସଲ ନଷ୍ଟ ପରେ ଚିନ୍ତାରେ ଚାଷୀ ମକା, କପା ଓ କାନ୍ଦୁଲ ଚାଷରେ ବ୍ୟାପକ କ୍ଷତି ୬ ଲକ୍ଷରୁ ଅଧିକ ଟଙ୍କାର ଇନପୁଟ୍ ସବସିଡି ଆକଳନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।