418 New Trailer Promises Horror: ‘୪୧୮’ର ଭରଙ୍କର ଟ୍ରେଲର୍, ଦେଖିଲେ ଦେହ ଥରିବ; ରୁମ୍ ନମ୍ବର ୪୧୮ର ରହସ୍ୟ, ଭୟ ଓ ସସ୍ପେନ୍ସରେ ଭରପୂର
ପ୍ରଶାନ୍ତ ନୀଲଙ୍କ ଦ୍ୱାରା ପ୍ରସ୍ତୁତ ହରର୍ ଥ୍ରିଲର୍ ଫିଲ୍ମ ‘୪୧୮’କୁ ନେଇ ଦର୍ଶକଙ୍କ ଅପେକ୍ଷା ଏବେ ଆହୁରି ବଢ଼ିଛି। ଦୁଇ ଦୁଇ ଥର ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚିବା ପରେ ଶେଷରେ ମେକର୍ସ ଫିଲ୍ମର ନୂଆ ଟ୍ରେଲର୍ ସହ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଭୟ, ସସ୍ପେନ୍ସ ଓ ରହସ୍ୟରେ ଭରପୂର ଏହି ଟ୍ରେଲର୍ ରିଲିଜ୍ ହେବା ପରେ ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।
ଟ୍ରେଲର୍ର ଆରମ୍ଭ ହେଉଛି ଏକ ରହସ୍ୟମୟ ବିଲ୍ଡିଂରୁ। ଏହି ବିଲ୍ଡିଂର ୪୧୮ ନମ୍ବର ରୁମ୍କୁ କେନ୍ଦ୍ର କରି ଆଗକୁ ବଢ଼ିଛି କାହାଣୀ। ଏହି ରୁମ୍ରେ ଦେବିକା ନାମକ ଜଣେ ଯୁବତୀଙ୍କ ଆତ୍ମା ରହୁଥିବା ଦେଖାଯାଇଛି। କୁହାଯାଉଛି, ଏହି ବିଲ୍ଡିଂରେ କୌଣସି ଝିଅ ରହିଲେ ସେ ଆଉ ଫେରିପାରେ ନାହିଁ। ଟ୍ରେଲର୍ର ଏହି ଡାଏଲଗ୍ ହିଁ ଦର୍ଶକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି।
ଟ୍ରେଲର୍ର କିଛି ଦୃଶ୍ୟରେ ଦେବିକାର ଆତ୍ମାକୁ ଅତ୍ୟନ୍ତ ଭୟଙ୍କର ରୂପରେ ଦେଖାଯାଇଛି। ସେ ଲୋକଙ୍କୁ ଭୟଭୀତ କରିବା ସହ ବିଭିନ୍ନ ନିର୍ମମ ଉପାୟରେ ଆକ୍ରମଣ କରୁଥିବା ନଜର ଆସୁଛି। ଏପରିକି ବିଲ୍ଡିଂରେ ରହୁଥିବା ଜଣେ ଯୁବକଙ୍କୁ ମଧ୍ୟ ଏହି ଆତ୍ମା ବାରମ୍ବାର ହଇରାଣ କରୁଥିବା ଟ୍ରେଲର୍ରୁ ଜଣାପଡ଼ୁଛି।
ହେଲେ ପ୍ରକୃତରେ ଦେବିକା କିଏ? ତାଙ୍କ ସହ କ’ଣ ଘଟିଥିଲା? କେଉଁ କାରଣରୁ ସେ ଏଭଳି ପ୍ରତିଶୋଧପରାୟଣ ଆତ୍ମାରେ ପରିଣତ ହେଲା? ଆଉ କାହିଁକି ସେ ବିଶେଷ କରି ଝିଅମାନଙ୍କୁ ଟାର୍ଗେଟ୍ କରୁଛି? ଏସବୁ ପ୍ରଶ୍ନର ଉତ୍ତର ଟ୍ରେଲର୍ରେ ମିଳି ନାହିଁ। ଫଳରେ ଫିଲ୍ମର ମୂଳ ରହସ୍ୟକୁ ନେଇ ଦର୍ଶକଙ୍କ ଉତ୍ସୁକତା ଆହୁରି ବଢ଼ିଛି।
ଫିଲ୍ମରେ ଚୈତ୍ରା ଆଚାର ଦେବିକା ଭୂମିକାରେ ନଜର ଆସିବେ। ଟ୍ରେଲର୍ରେ ତାଙ୍କ ଲୁକ୍ ଓ ଭୟଙ୍କର ରୂପ ସବୁଠାରୁ ଅଧିକ ଚର୍ଚ୍ଚା ସାଉଁଟିଛି। ତାଙ୍କ ସହ ସୂର୍ଯ୍ୟା ରାଜ, ଚରଣ ଲକ୍କରାଜୁ, ପ୍ରୀତି ପଗଡାଲା ଓ ଶଶାଙ୍କ ପାଟିଲଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।
‘୪୧୮’ ଜରିଆରେ କୀର୍ତ୍ତନ ନାଗଗୌଡ଼ା ନିର୍ଦ୍ଦେଶକ ଭାବେ ଡେବ୍ୟୁ କରୁଛନ୍ତି। ଫିଲ୍ମର ତେଲୁଗୁ ଟ୍ରେଲର୍ ପୂର୍ବରୁ ସେପ୍ଟେମ୍ବର ୧୧ରେ ରିଲିଜ୍ ହୋଇଥିଲା। ଏହା ପରେ ଅକ୍ଟୋବର ୫ରେ ହିନ୍ଦୀ, ତାମିଲ ଓ କନ୍ନଡ ଭାଷାର ଟ୍ରେଲର୍ ମଧ୍ୟ ରିଲିଜ୍ କରାଯାଇଛି। ଦୁଇଥର ରିଲିଜ୍ ତାରିଖ ଘୁଞ୍ଚିବା ପରେ ଏବେ ଏହି ହରର୍ ଥ୍ରିଲର୍ ଫିଲ୍ମ ଅକ୍ଟୋବର ୨୩ରେ ସିନେମାହଲରେ ମୁକ୍ତିଲାଭ କରିବ।
https://www.instagram.com/reel/DeHPj57y8aK/?utm_source=ig_web_copy_link&stkn=NTc4MTIwNjQ2YQ==
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।