IND vs WI T20 Series: ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟି-୨୦ରେ ବର୍ଷା ଭୟ, ମ୍ୟାଚ୍‌କୁ ନେଇ ବଢ଼ିଲା ଟେନସନ୍

Oct 06, 2026 - 14:58
IND vs WI T20 Series: ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟି-୨୦ରେ ବର୍ଷା ଭୟ, ମ୍ୟାଚ୍‌କୁ ନେଇ ବଢ଼ିଲା ଟେନସନ୍

ଆଜିଠାରୁ ଆରମ୍ଭ ହେଉଛି ଭାରତ-ୱେଷ୍ଟଇଣ୍ଡିଜ୍ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍। ସିରିଜ୍‌ର ପ୍ରଥମ ମୁକାବିଲା ଲକ୍ଷ୍ନୌର ଏକାନା କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯିବ। ମ୍ୟାଚ୍‌କୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଥିବା ବେଳେ ଏବେ ବର୍ଷାକୁ ନେଇ ଚିନ୍ତା ବଢ଼ିଛି। ଲକ୍ଷ୍ନୌରେ ଆଜି ବର୍ଷା ସହ ଜୋର୍‌ଦାର ପବନ ବହିବାର ଆଶଙ୍କା ରହିଛି।

ମ୍ୟାଚ୍‌ ଉପରେ ବର୍ଷାର ଛାଇ

ପ୍ରଥମ ଟି-୨୦ ମ୍ୟାଚ୍ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ମ୍ୟାଚ୍‌ ଆରମ୍ଭ ସମୟରେ ବର୍ଷାର ସମ୍ଭାବନା ପ୍ରାୟ ୫ ପ୍ରତିଶତ ରହିଛି। ଏହା ଫଳରେ ମ୍ୟାଚ୍‌ ଆରମ୍ଭରେ ବିଳମ୍ବ ହେବାର ଆଶଙ୍କା ରହିଛି।

ମ୍ୟାଚ୍‌ ସମୟରେ ଲକ୍ଷ୍ନୌର ତାପମାତ୍ରା ୨୫ରୁ ୨୮ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିପାରେ। ତେବେ ବର୍ଷା ଯୋଗୁଁ ମ୍ୟାଚ୍‌ ସମ୍ପୂର୍ଣ୍ଣ ବାତିଲ ହେବାର ସମ୍ଭାବନା କମ୍‌ ରହିଛି।

ଏକାନାରେ ଭାରତର ଦବଦବା

ଏକାନା କ୍ରିକେଟ୍ ଷ୍ଟାଡିୟମ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଟି-୨୦ ମୁକାବିଲା ୨୦୧୮ରେ ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତ ୭୧ ରନ୍‌ରେ ବିଜୟୀ ହୋଇଥିଲା।
ଏହି ଷ୍ଟାଡିୟମ୍‌ରେ ଭାରତ ଖେଳିଥିବା ୩ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ ୪ଟି ମ୍ୟାଚ୍‌ ଖେଳି ଗୋଟିଏରେ ବିଜୟୀ ହୋଇଥିବା ବେଳେ ୩ଟି ମ୍ୟାଚ୍‌ରେ ପରାଜିତ ହୋଇଥିଲା।

ଭାରତୀୟ ଦଳ

ଶ୍ରେୟସ ଅୟର (ଅଧିନାୟକ), ସଞ୍ଜୁ ସାମସନ୍, ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଈଶାନ କିଶନ୍, ତିଲକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ, ନମନ ଧୀର, ମୟଙ୍କ ଯାଦବ, କୁଲଦୀପ ଯାଦବ, ରବି ବିଷ୍ଣୋଇ ଏବଂ ନୀତିଶ କୁମାର ରେଡ୍ଡୀ।

ୱେଷ୍ଟଇଣ୍ଡିଜ୍ ଦଳ

ଶାଇ ହୋପ୍ (ଅଧିନାୟକ), ଅମୀର ଜାଙ୍ଗୁ, ଶିମରନ୍ ହେଟମାୟର, ଶେରଫେନ୍ ରଦରଫୋର୍ଡ, କାମିଲ୍ ପୂରନ୍, ରୋଭମ୍ୟାନ୍ ପାୱେଲ୍, ରୋଷ୍ଟନ୍ ଚେଜ୍, ରୋମାରିଓ ଶେଫର୍ଡ, ଗୁଡାକେଶ ମୋତି, ଅକିଲ୍ ହୋସେନ୍, ଶମର ସ୍ପ୍ରିଙ୍ଗର୍, ଶମର ଜୋସେଫ୍, ମାଥ୍ୟୁ ଫୋର୍ଡ, କ୍ୱିଣ୍ଟନ୍ ସାମ୍ପସନ୍ ଏବଂ କିମୋ ପଲ୍।

କେତେବେଳେ ଟସ୍, କେଉଁଠି ଦେଖିବେ ମ୍ୟାଚ୍?

ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟି-୨୦ ଆଜି ଅକ୍ଟୋବର ୬ ତାରିଖରେ ସନ୍ଧ୍ୟା ୭ଟାରୁ ଲକ୍ଷ୍ନୌର ଏକାନା କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯିବ। ଟସ୍ ସନ୍ଧ୍ୟା ୬ଟା ୩୦ରେ ହେବ। ମ୍ୟାଚ୍‌ର ସିଧା ପ୍ରସାରଣ ଷ୍ଟାର୍ ସ୍ପୋର୍ଟ୍ସ ନେଟୱର୍କରେ ଏବଂ ଲାଇଭ୍ ଷ୍ଟ୍ରିମିଂ ଜିଓହଟ୍‌ଷ୍ଟାର୍ ଆପ୍‌ରେ ଦେଖିପାରିବେ।

ତେବେ ଆଜି ଲକ୍ଷ୍ନୌରେ ବର୍ଷା ମ୍ୟାଚ୍‌ର ରୋମାଞ୍ଚରେ କେତେ ବାଧା ସୃଷ୍ଟି କରିବ, ଏବେ ତାହା ଉପରେ ସମସ୍ତଙ୍କ ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।