500 Kg Contaminated Paneer Destroyed: ପନିର ନାଁରେ ବିଷ, ରେଡ୍‌ ପରେ ଉଠିଲା ବଡ଼ ପ୍ରଶ୍ନ

Aug 18, 2026 - 16:54
500 Kg Contaminated Paneer Destroyed: ପନିର ନାଁରେ ବିଷ, ରେଡ୍‌ ପରେ ଉଠିଲା ବଡ଼ ପ୍ରଶ୍ନ

ଉତ୍ତରପ୍ରଦେଶର ମଥୁରାରେ ଭେଜାଲ ପନିର ବିରୋଧରେ ଚଢ଼ାଉ। ଏକ ପନିର ତିଆରି ୟୁନିଟ୍‌ରେ ଚଢ଼ାଉ କରି ପ୍ରାୟ ୫୦୦ କେଜି ଦୂଷିତ ପନିର ନଷ୍ଟ କରିଛି ଖାଦ୍ୟ ସୁରକ୍ଷା ବିଭାଗ।

ଚଢ଼ାଉ ବେଳେ ପନିର ତିଆରିରେ ବ୍ୟବହୃତ ରିଫାଇନ୍ଡ ସୋୟାବିନ୍ ତେଲ, ଟିନୋପଲ୍ ଓ ଅନ୍ୟ ରାସାୟନିକ ପଦାର୍ଥ ଜବତ ହୋଇଛି। ଏହାସହ ପ୍ରାୟ ୧.୨୫ ଲକ୍ଷ ଟଙ୍କା ମୂଲ୍ୟର ୨ ହଜାର ଲିଟର କ୍ଷୀର ମଧ୍ୟ ଜବତ କରାଯାଇଛି।

ଘଟଣାସ୍ଥଳରୁ ୯ଟି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଉତ୍ତର ଭାରତରେ ନକଲି ଓ ଆନାଲଗ୍ ପନିରର ବଢ଼ୁଥିବା କାରବାର ମଧ୍ୟରେ ଏହି ଚଢ଼ାଉ ଚିନ୍ତା ବଢ଼ାଇଛି। ଖାଦ୍ୟ ସୁରକ୍ଷାକୁ ନେଇ ସତର୍କତା ବଢ଼ୁଥିବା ବେଳେ, ଏହି ରାକେଟ୍‌ର ଚେର କେତେ ଦୂର ଯାଇଛି, ତାହା ଉପରେ ଏବେ ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।