Miraculous Flood Rescue: ୫ ଦିନ ପରେ ତାଳ ଗଛରୁ ଉଦ୍ଧାର ହେଲେ ଯୁବକ, ବନ୍ୟା ସୁଅରେ ଭାସି ଯାଇଥିଲେ

Aug 18, 2026 - 16:54
Miraculous Flood Rescue: ୫ ଦିନ ପରେ ତାଳ ଗଛରୁ ଉଦ୍ଧାର ହେଲେ ଯୁବକ, ବନ୍ୟା ସୁଅରେ ଭାସି ଯାଇଥିଲେ

ବନ୍ୟାର ପ୍ରଖର ସୁଅରେ ଭାସି ଯାଇଥିବା ଜଣେ ଯୁବକଙ୍କୁ ଦୀର୍ଘ ୫ ଦିନ ପରେ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଅର୍ଜୁନପୁର ଅଞ୍ଚଳରେ ଘଟିଛି ଏଭଳି ଅଦ୍ଭୁତ ଘଟଣା। ଉଦ୍ଧାର ଯୁବକ ହେଲେ ସୁନନ୍ଦ ବେହେରା।

ସୂଚନା ଅନୁସାରେ, ବନ୍ୟା ସୁଅରେ ଭାସିଯିବା ପରେ ସୁନନ୍ଦ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଖୋଜିବା ପାଇଁ ପରିବାର ଓ ସ୍ଥାନୀୟ ଲୋକେ ଚେଷ୍ଟା ଜାରି ରଖିଥିଲେ। ତେବେ ପ୍ରାୟ ୫ ଦିନ ପରେ ତାଙ୍କୁ ଏକ ତାଳ ଗଛକୁ ଧରି ରହିଥିବା ଅବସ୍ଥାରେ ଠାବ କରାଯାଇଥିଲା।

ଖବର ପାଇ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସୁନନ୍ଦଙ୍କୁ ଉଦ୍ଧାର କରିଥିଲା। ଦୀର୍ଘ ସମୟ ଧରି ବନ୍ୟା ପାଣି ମଧ୍ୟରେ ରହିଥିବାରୁ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଉଦ୍ଧାର ପରେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଛି।
ବନ୍ୟାର ପ୍ରଖର ସୁଅ ମଧ୍ୟରେ ୫ ଦିନ ଧରି ତାଳ ଗଛକୁ ଧରି ଜୀବନ ବଞ୍ଚାଇ ରଖିବା ଏବଂ ଶେଷରେ ଓଡ୍ରାଫ୍ ଟିମ୍ ଦ୍ୱାରା ଜୀବିତ ଉଦ୍ଧାର ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।