6 Children Die: କରମ୍‌ ବିସର୍ଜନବେଳେ ଝାଡ଼ଖଣ୍ଡରେ ପାଣିରେ ବୁଡ଼ି ୬ ଶିଶୁ ମୃତ

Sep 23, 2026 - 14:37
6 Children Die: କରମ୍‌ ବିସର୍ଜନବେଳେ ଝାଡ଼ଖଣ୍ଡରେ ପାଣିରେ ବୁଡ଼ି ୬ ଶିଶୁ ମୃତ

"ରାଞ୍ଚି: ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାରେ କରମ୍‌ ପୂଜା ଉତ୍ସବ ଦୁଃଖଦ ଘଟଣାରେ ପହଞ୍ଚିଛି।

କରମ ଡାଳ ବିସର୍ଜନ ବେଳେ ବୁଧବାର ପୃଥକ୍‌ ଘଟଣାରେ ୬ ଜଣ ଶିଶୁଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି।

ବୋକ୍ୟା ଅଞ୍ଚଳରେ କୋଏଲ ନଦୀରେ କରମ ଡାଳ ବିସର୍ଜନବେଳେ ୫ ଶିଶୁଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି।

କୋଏଲ ନଦୀ ନିକଟରେ ଥିବା ଏକ ପୋଖରୀରେ ଶିଶୁମାନେ କରମ ଡାଳ ବିସର୍ଜନ କରୁଥିବାବେଳେ ବୁଡ଼ି ଯାଇଛନ୍ତି।

କରମ ପର୍ବରେ କରମ ଡାଳ ବିସର୍ଜନ ଅନ୍ତିମ ପର୍ଯ୍ୟାୟ ହୋଇଥାଏ।Advertisment ଉଦ୍ଧାରକାର୍ଯ୍ୟ ଜାରି କରମ ପର୍ବ ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଆସାମ ଓ ବିହାରରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଫସଲ ଓ ପ୍ରକୃତିକୁ ପୂଜା କରିବା ଉଦ୍ଦେଶ୍ୟରେ ପାଳନ କରିଥାନ୍ତି।

ଶିଶୁମାନେ ପାଣିରେ ବୁଡ଼ିଯିବା ପରେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ପ୍ରଶାସନ ସହିତ ସହଯୋଗ କରିଥିଲେ।

ଚାରିଜଣ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଅନ୍ୟ ଜଣେ ଶିଶୁର ସନ୍ଧାନ ଏବେବି ଚାଲିଛି।

ଅନ୍ୟ ଏକ ପୃଥକ୍‌ ଘଟଣାରେ ନାନି ଝରିଆରେ କରମ ଡାଳ ବିସର୍ଜନ ବେଳେ ଜଣେ ୧୫ ବର୍ଷୀୟା ଜଣେ କିଶୋରୀଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି।

ପୁଲିସ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଛି।

Supreme Court: ବନ୍ଦେ ମାତରମ୍ ଗାନକୁ ବିରୋଧ କରୁଥିବା ଆବେଦନ ମାମଲା: କେନ୍ଦ୍ର ସରକାରଙ୍କୁ ଜବାବ ତଲବ କଲେ ସୁପ୍ରିମକୋର୍ଟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।