Asian Games: କବାଡ଼ିରେ ବିଜୟ ଧାରା ଜାରି

Sep 23, 2026 - 15:20
Asian Games: କବାଡ଼ିରେ ବିଜୟ ଧାରା ଜାରି

"ଆଇଚି: ଏସୀୟ କ୍ରୀଡ଼ା କବାଡ଼ି ଇଭେଣ୍ଟ୍‌ରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳର ବିଜୟ ଧାରା ଜାରି ରହିଛି।

ବୁଧବାର ଗ୍ରୁପ୍‌-ଏ"ର ନିଜର ତୃତୀୟ ମ୍ୟାଚ୍‌ରେ ପୁରୁଷ ଦଳ ୪୮-୨୫ରେ ବାଂଲାଦେଶକୁ ପରାସ୍ତ କରିଛି।

ଏଥିସହ ଭାରତ ହ୍ୟାଟ୍ରିକ୍‌ ବିଜୟ ସହ ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛି।

ଏହି ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଭାରତ ୧୮ ଆଉଟ୍‌ ଓ ୭ ବୋନସ ପଏଣ୍ଟ୍‌ ପାଇଥିଲା।

ଏହି ଅର୍ଦ୍ଧରେ ମଧ୍ୟରେ ଭାରତ ୨ ଥର ବାଂଲାଦେଶକୁ ଅଲ୍‌ଆଉଟ୍‌ କରିଥିଲା।

ଫଳରେ ଭାରତ ୨୯-୯ରେ ଆଗରେ ରହିଥିଲା।

ଦ୍ବିତୀୟାର୍ଦ୍ଧରେ ୮ ଲେଖାଏଁ ଆଉଟ୍‌ ଓ ବୋନସ୍‌ ପଏଣ୍ଟ୍‌ ସହ ୧୯ ପଏଣ୍ଟ ଅର୍ଜନ କରିଥିଲା।

ଶେଷାର୍ଦ୍ଧରେ ଥରେ ବାଂଲାଦେଶକୁ ଅଲ୍‌ଆଉଟ୍‌ କରିଥିଲା।

Advertisment ନବମ ଏସୀୟ ସ୍ବର୍ଣ୍ଣ ପଦକ ଲକ୍ଷ୍ୟରେ ଭାରତ ଗୁରୁବାର ନବମ ଏସୀୟ ସ୍ବର୍ଣ୍ଣ ପଦକ ଲକ୍ଷ୍ୟରେ ଥିବା ଭାରତ ନିଜର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଚାଇନିଜ୍‌ ତାଇପେକୁ ଭେଟିବ।

ମହିଳା ଦଳ ଗ୍ରୁପ୍‌-ଏ" ମ୍ୟାଚ୍‌ରେ ୩୭-୨୩ରେ ଇରାନକୁ ମାତ୍‌ ଦେଇ ମୁକୁଟ ବଜାୟ ଦିଗରେ ବଢ଼ିଛି।

ଗତ ସଂସ୍କରଣ ସ୍ବର୍ଣ୍ଣ ବିଜେତା ଭାରତ କଡ଼ା ସଂଘର୍ଷପୂର୍ଣ୍ଣ ପ୍ରଥମାର୍ଦ୍ଧକୁ ୧୯-୧୫ରେ ନିଜ ନିୟନ୍ତ୍ରଣରେ ରଖିଥିଲା।

ହେଲେ ଦ୍ବିତୀୟାର୍ଦ୍ଧରେ ଭାରତ ଚମତ୍କାର ଖେଳି ୧୮-୮ରେ ଆଗୁଆ ରହିବା ସହ ମ୍ୟାଚ୍‌କୁ ୩୭-୨୩ରେ ଜିତି ସେମିଫାଇନାଲ୍‌ ଦ୍ବାରରେ ପହଞ୍ଚିଛି।

ମୋଟ ୩୭ ପଏଣ୍ଟ୍‌ରେ ୭ ବୋନସ ଓ ୪ ଅଲ୍‌ଆଉଟ୍‌ ପଏଣ୍ଟ୍‌ ରହିଛି।

ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ଗୁରୁବାର ଜାପାନକୁ ଭେଟିବ।

Cricket: ତିନି ଥର ବିଶ୍ବ ବିଜେତା ଭାରତୀୟ ଟ୍ବେଣ୍ଟି-୨୦ ଦଳକୁ ପାଣି ପିଆଇ ଦେଇଛି ଜାପାନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।