70th State-Level Schoo ୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ ରଗବୀ ଓ ସାଇକ୍ଲିଂ ଚାମ୍ପିଅନସିପ୍
"ଭୁବନେଶ୍ୱର: ଭୁବନେଶ୍ୱରର ଆଇ.ଆର୍.ସି.
ଭିଲେଜ୍ସ୍ଥିତ ପି.ଏମ୍.ଶ୍ରୀ.ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ ରଗବୀ ଓ ସାଇକ୍ଲିଂ ଚାମ୍ପିଅନସିପ୍–୨୦୨୬ ର ଶୁଭାରମ୍ଭ ହୋଇଛି।
ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ୧୪ ଓ ୧୭ ବର୍ଷରୁ କମ୍ ବୟସ ବର୍ଗର ବାଳକ ଓ ବାଳିକାମାନେ ଅଂଶଗ୍ରହଣ କରୁଛନ୍ତି।Advertisment ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷ।ଧିକାରୀ ତଥା ବି.ଏସ୍.ଏସ୍.ଏ.
ର ସଭାପତି ସୋନାମିକା ରାୟ ସଭାପତିତ୍ୱ କରିଥିଲେ।
ସହକାରୀ ନିର୍ଦ୍ଦେଶକ, ଶାରୀରିକ ଶିକ୍ଷା ଜ୍ୟୋତି ପ୍ରସାଦ ପରିଡ଼ା କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପିତ କରିଥିଲେ।
ମୁଖ୍ୟଅତିଥିଭାବେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ଯୁଗଳେଶ୍ୱରୀ ଦାସ ଯୋଗଦାନ କରି କ୍ରୀଡ଼ାବିତ୍ ଙ୍କ ଉଦ୍ଦେଶ୍ୟରେ ନିଜର ପ୍ରେରଣାଦାୟୀ ଅଭିଭାଷଣ ରଖିଥିଲେ ଥିଲେ।
ବିଶେଷ ଅତିଥି ଭାବରେ ଓଡ଼ିଶା ରଗବି ଫେଡେରେସନର ସଭାପତି ପ୍ରିୟଦର୍ଶୀ ମିଶ୍ର ନିଜର ଅଭିଭାଷଣ ରଖିଥିଲେ।
ସମ୍ମାନିତ ଅତିଥି ଭାବରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଚନ୍ଦ୍ରମଣି ନାୟକ, କ୍ରୀଡ଼ା ଉପନିର୍ଦ୍ଦେଶକ ଜ୍ୟୋତି ପ୍ରସାଦ ପରିଡା, ଭାରପ୍ରାପ୍ତ ଡିପିଓ ଶଙ୍କର୍ଷଣ ପ୍ରଧାନ, ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ବେହେରା ଉପସ୍ଥିତ ଥିଲେ।
43rd Odisha State Road Cycling Championship ରାଜ୍ୟ ରୋଡ୍ ସାଇକ୍ଲିଂ ପ୍ରତିଯୋଗିତା ଶେଷ: ମହିଳା ଏଲିଟ୍ରେ ମନୀଷା ଓ ପୁରୁଷରେ ପ୍ରୀୟଭାସଙ୍କୁ ସ୍ବର୍ଣ୍ଣ ସମାରୋହର ଶେଷ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ପରେ ଅଂଶଗ୍ରହଣକାରୀ ଦଳମାନେ ମାର୍ଚ୍ଚ ଆଉଟ୍ କରିଥିଲେ।
ଏହି ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାକୁ ରିମାବାଳା ନାୟକ, ରୁପାଲି ସେନାପତି, ନିହାରିକା ପଣ୍ଡା, ଅନିତା କୁମାରୀ ନାୟକ, ତୋଫାନ କୁମାର ରାଉତରାୟ, ଦେବ ପ୍ରସାଦ ସାହୁ, ଶିବରାମ ସେନାପତି, ସତ୍ୟ ନାରାୟଣ ଛାଟୋଇ, କିଶୋର ଲେଙ୍କା ଆଦି ସାହାଯ୍ୟ ପ୍ରଦାନ କରିଥିଲେ l ନିରଞ୍ଜନ ଶତପଥୀ ମଞ୍ଚ ପରିଚାଳନା କରିଥିଲେ l"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।