₹9.24 Crore Scam: Three More Arrested: ୯ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ; ୩ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ
୯ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ମାମଲାରେ ଆଉ ୩ ଗିରଫ। ଭୁବନେଶ୍ୱର R&B ଡିଭିଜନ୍-୧ରେ ୯ କୋଟି ୨୪ ଲକ୍ଷ ୧୦ ହଜାର ୧୯୩ ଟଙ୍କା ଠକେଇ ଘଟଣାରେ ଆଉ ୩ କର୍ମଚାରୀଙ୍କୁ ବାନ୍ଧିଛି ଭିଜିଲାନ୍ସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଜଣେ ଟ୍ରେଜେରୀ କର୍ମଚାରୀ।
ଭୁବନେଶ୍ୱର ଜିଲ୍ଲା ଟ୍ରେଜେରି କାର୍ଯ୍ୟାଳୟର ବରିଷ୍ଠ ଆକାଉଣ୍ଟାଣ୍ଟ କୃଷ୍ଣଚନ୍ଦ୍ର ବେହେରା ଗିରଫ ହୋଇଛନ୍ତି। ପୁରୀ R&B ଡିଭିଜନର ବରିଷ୍ଠ ସହାୟକ ବିଶ୍ୱନାଥ ଦାସ ଏବଂ ଭୁବନେଶ୍ୱର R&B ଡିଭିଜନ୍-୧ କାର୍ଯ୍ୟାଳୟର ପିଅନ କୁମୁଦ ସାହୁ। ସମସ୍ତଙ୍କୁ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରାଯାଇଛି।
ଏହା ପୂର୍ବରୁ ଗତ ସେପ୍ଟେମ୍ବର ୨୭ ତାରିଖରେ ମାମଲାର ମୁଖ୍ୟ ଅଭିଯୁକ୍ତ ସେକ୍ସନ୍ ଅଫିସର ବନଲତା ମହାନ୍ତି ଓ ଜୁନିଅର ଆସିଷ୍ଟାଣ୍ଟ ବିଭୂଦତ୍ତ ନାୟକଙ୍କ ସମେତ ୬ ଜଣଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଯାଇଛି। ଏହି ଦୁର୍ନୀତିରେ ଆଉ କିଏ କିଏ ସାମିଲ ଅଛନ୍ତି, ସେନେଇ ଭିଜିଲାନ୍ସ ତଦନ୍ତ ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।