02 SEPTEMBER 2026

Welcome!

Unlock your personalized experience.
Sign Up

A brutal incident: ଜମି ବିବାଦକୁ ନେଇ ଜଘନ୍ୟ କାଣ୍ଡ: ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ

Aug 09, 2026 - 02:55
A brutal incident: ଜମି ବିବାଦକୁ ନେଇ ଜଘନ୍ୟ କାଣ୍ଡ: ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ

ଲହୁଣିପଡ଼ା/କ‌ଲେଇପୋଷ: ଜମି ବିବାଦକୁ ନେଇ ସୁନ୍ଦରଗଡ଼ ଲହୁଣିପଡ଼ା ଅଞ୍ଚଳରେ କେତେକ ଦୁର୍ବୃତ୍ତ ଜଣେ ଯୁବକଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଲହୁଣିପଡ଼ା ଥାନା କୁଢ଼େଇକଳା ପଞ୍ଚାୟତ ଘଣିଘଷା ଗ୍ରାମର କାହ୍ନୁ ମହାନ୍ତ (୨୭) ଆଜି ଭୋର ୫ଟା ସମୟରେ କୌଣସି କାମରେ ଦଲମକୁଚା ଗ୍ରାମକୁ ଆସୁଥିବା ବେଳେ ଘଣିଘଷା ଗାଁ ସ୍କୁଲ ନିକଟରେ ଛକି ରହିଥିବା ଦୁର୍ବୃତ୍ତ ତାଙ୍କ ବାଇକ୍‌କୁ ଅଟକାଇଥିଲେ। କାହ୍ନୁ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ମାଡ଼ପିଟ୍ କରିବା ସହିତ ତାଙ୍କୁ ବଳପୂର୍ବକ ପେଟ୍ରୋଲ ପିଆଇ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଲହୁଣିପଡ଼ା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ଦେଖି ଡାକ୍ତର ରାଉରକେଲାକୁ ରେଫର୍‌ କରିଥିଲେ। ନିଆଁ ଲାଗି କାହ୍ନୁଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଜଳିଯାଇଛି। ଗୁରୁତର କାହ୍ନୁ ରାଉରକେଲା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ପରିବାର ଲୋକଙ୍କ ପକ୍ଷରୁ ଆଜି ଲହୁଣିପଡ଼ା ଥାନାରେ ଏତଲା ଦିଆଯାଇଛି।  

Weekly Horoscope 2026 August 09 to August 15: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

କାହ୍ନୁଙ୍କ ବାପା ଡମ୍ବୁରୁଧର ମହାନ୍ତଙ୍କ କହିବା ଅନୁଯାୟୀ ପରିବାରର କିଛି ସଦସ୍ୟ ନିଜ ଜମିରେ ବିନା ଅନୁମତିରେ ଘଣିଘଷା ଗ୍ରାମରେ ପେଟ୍ରୋଲ ପମ୍ପ ଲିଜ୍‌ରେ ଦେଇଥିବା ନେଇ କାହ୍ନୁ ଆର୍‌ଟିଆଇରେ ତଥ୍ୟ ମାଗିଥିଲେ। ଏହାକୁ ନେଇ ବିବାଦ ଉପୁଜିଥିବା ଏବଂ ସେହି କାରଣରୁ ତାଙ୍କୁ ହତ୍ୟା ଉଦ୍ୟମ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରୁ ଦିଆସିଲି, ଗୋଟିଏ ବୋତଲ ଓ ଚପଲ ପୁଲିସ ଜବତ କରିଛି। ପୁଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Education: କେଇସିରେ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭେଲପମେଣ୍ଟ ପ୍ରୋଗ୍ରାମ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।