DR Congo Ebola: କଙ୍ଗୋରେ ଇବୋଲା ମୃତ୍ୟୁ ସଂଖ୍ୟା ୩୦୦୦ ପାର୍‌

Sep 02, 2026 - 17:59
DR Congo Ebola: କଙ୍ଗୋରେ ଇବୋଲା ମୃତ୍ୟୁ ସଂଖ୍ୟା ୩୦୦୦ ପାର୍‌

"ବ୍ରାଜାଭିଲ୍ଲେ: କଙ୍ଗୋ ଗଣରାଜ୍ୟରେ ଇବୋଲା ଯୋଗୁ ୩୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

ଦେଶର ସବୁଠାରୁ ଭୟଙ୍କର ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ କର୍ତ୍ତୃପକ୍ଷ ସଂଘର୍ଷ କରୁଥିବା ବେଳେ ଇ‌ବୋଲା ମାମଲା ସଂଖ୍ୟା ୬୧୦୦ ଅତିକ୍ରମ କରିଛି।Advertisment କଙ୍ଗୋ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ମେ ୧୫ ତାରିଖରେ ଇଟୁରି ପ୍ରଦେଶରେ ଇବୋଲା ବ୍ୟାପିବା ଘୋଷଣା ହେବା ପରଠାରୁ ଏପର୍ଯ୍ୟନ୍ତ ୬,୧୮୬ ମାମଲା ଓ ୩୦୦୭ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି।

କିଛି ସ୍ୱାସ୍ଥ୍ୟ ଅଧିକାରୀ ଓ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ, ‌ଇବୋଲା ପ୍ରକୋପ ଜାନୁଆରି ମାସରୁ ଆରମ୍ଭ ହୋଇଥାଇପାରେ।

ବିରଳ ବୁଣ୍ଡିବୁଗୟୋ ପ୍ରଜାତି ଦ୍ୱାରା ବୃଦ୍ଧି ପାଇଥିବା ଇବୋଲା ପ୍ରକୋପ ୨୦୧୮-୨୦୨୦ ମହାମାରୀକୁ ଅତିକ୍ରମ କରିବା ପରେ କଙ୍ଗୋର ଇତିହାସରେ ସବୁଠାରୁ ବଡ଼ ଓ ଘାତକ ହୋଇଛି।

ଇବୋଲା ଛଅଟି ପ୍ରଦେଶକୁ ବ୍ୟାପିସାରିଛି ଓ ଏହା ଏପର୍ଯ୍ୟନ୍ତ ସବୁଠାରୁ ଦ୍ରୁତତମ ବୃଦ୍ଧି ପାଉଥିବା ଇବୋଲା ପ୍ରକୋପ ହୋଇ ରହିଛି।

ଇସ୍ତଫା ଦେଇ ପୁନଃ ନିର୍ବାଚନ ଲଢ଼ିବାକୁ ଓମାର ଅବଦୁଲ୍ଲାଙ୍କୁ ଚ୍ୟାଲେଞ୍ଜ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।