A. P. J. Abdul Kalam: ଆଜି ଜନ୍ମଦିନ: ଏ. ପି. ଜେ. ଅବଦୁଲ କଲାମ୍
"ଭାରତରେ କ୍ଷେପଣାସ୍ତ୍ରର ଜନକ ଭାବେ ପରିଚିତ ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.
ପି.
ଜେ.
ଅବଦୁଲ କଲାମ୍ ୧୯୩୧ ଅକ୍ଟୋବର ଆଜି ଦିନରେ ତାମିଲନାଡୁ ଅନ୍ତର୍ଗତ ରାମେଶ୍ବରମ୍ରେ ଜନ୍ମ ହୋଇଥିଲେ।
ତାଙ୍କ ପୂରା ନାଁ ଅବୁଲ ପକିର ଜୈନୁଲାଅବଦୀନ୍ ଅବଦୁଲ କଲାମ୍।
ତାଙ୍କ ପିଲାଦିନ ଘୋର ଅଭାବ ଅନଟନରେ କଟିଥିଲା।
ଏକଦା ନିଜର ଅଭାବ ମେଣ୍ଟାଇବା ଲାଗି ତାଙ୍କୁ ଖବରକାଗଜ ବିକିବାକୁ ପଡ଼ିଥିଲା।
କଲାମଙ୍କ ଉଦ୍ୟମରେ ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର "ଅଗ୍ନି", ଭୂପୃଷ୍ଠରୁ ଭୂପୃଷ୍ଠଗାମୀ କ୍ଷେପଣାସ୍ତ୍ର "ପୃଥ୍ବୀ" ଆଦି ବିକଶିତ ହୋଇଥିଲା ଏବଂ ପ୍ରତିରକ୍ଷା ଗବେଷଣା ବିକାଶ ପ୍ରତିଷ୍ଠାନ (ଡିଆର୍ଡିଓ) ଓ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ନୂତନ ଶିଖରରେ ପହଞ୍ଚିପାରିଥିଲା।
୧୯୯୨ ଜୁଲାଇରୁ ୧୯୯୯ ଡିସେମ୍ବର ମଧ୍ୟରେ କଲାମ୍ ଥିଲେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଓ "ଡିଆର୍ଡିଓ"ର ସଚିବ।Advertisment Judgement: ଯୁବକଙ୍କୁ ମାରି ତାଳଦଣ୍ଡା କେନାଲରେ ପକାଇ ଥିଲା, ମିଳିଲା ଆଜୀବନ ଜେଲ୍ଦଣ୍ଡ ସେହି ସମୟରେ ପରମାଣୁ ଶକ୍ତି କ୍ଷେତ୍ରରେ ବିଶ୍ବରେ ଭାରତ ପାଇଁ ସ୍ବତନ୍ତ୍ର ପରିଚୟ ଆଣିଥିବା "ପୋଖରାନ୍-୨" ପରୀକ୍ଷା ପଛରେ ଡ.
କଲାମଙ୍କର ରାଜନୈତିକ ଏବଂ ବୈଷୟିକ ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ଥିଲା।
୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଭାରତର ରାଷ୍ଟ୍ରପତି ଥିଲେ।
ସେ ଦେଶର ପ୍ରଥମ ଅବିବାହିତ ଓ ବୈଜ୍ଞାନିକ ରାଷ୍ଟ୍ରପତି।
ରାଷ୍ଟ୍ରପତି ପଦରୁ ଅବ୍ୟାହତି ନେବା ପରେ ସେ ଜଣେ ସମାଜସେବୀ, ଲେଖକ ତଥା ଶିକ୍ଷାବିତ୍ ଭାବେ ସକ୍ରିୟ ରହିଥିଲେ। "ୱିଙ୍ଗସ୍ ଅଫ୍ ଫାୟାର୍", "ଇଣ୍ଡିଆ ୨୦୨୦- ଏ ଭିଜନ୍ ଫର୍ ଦ ନିଉ ମିଲେନିଅମ୍", "ଇଗନାଇଟେଡ୍ ମାଇଣ୍ଡସ୍- ଅନଲିସିଙ୍ଗ୍ ଦ ପାୱାର୍ ୱିଦିନ୍ ଇଣ୍ଡିଆ" ଆଦି ପ୍ରେରଣାଦାୟୀ ପୁସ୍ତକର ସେ ରଚୟିତା।
ଅମାୟିକ ସ୍ବଭାବ ଓ ସରଳ ଜୀବନଯାପନ ଯୋଗୁଁ କଲାମ୍ ଲୋକଙ୍କ ରାଷ୍ଟ୍ରପତି ଭାବେ ପରିଚିତ ଥିଲେ।
୨୦୧୫ ଜୁଲାଇ ୨୭ ତାରିଖରେ ତାଙ୍କର ତିରୋଧାନ ହୋଇଥିଲା।
ତାଙ୍କ ସମ୍ମାନାର୍ଥେ ପ୍ରତି ବର୍ଷ ଆଜିର ଦିନକୁ ଜାତିସଂଘର ଅନୁମୋଦନକ୍ରମେ "ବିଶ୍ବ ବିଦ୍ୟାର୍ଥୀ ଦିବସ" ଭାବେ ପାଳନ କରାଯାଉଛି।
Neglect: ଭତ୍ତା ବିନା ଭିକ୍ଷାବୃତ୍ତିରେ ବଞ୍ଚିଛନ୍ତି ୭ ବୁଢ଼ାବୁଢ଼ୀ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।