Bear attack: ଭାଲୁ ଆକ୍ରମଣରୁ ବଞ୍ଚାଇଦେଲା ସ୍ମାର୍ଟଫୋନ୍‌

Oct 15, 2026 - 08:42
Bear attack: ଭାଲୁ ଆକ୍ରମଣରୁ ବଞ୍ଚାଇଦେଲା ସ୍ମାର୍ଟଫୋନ୍‌

"ମୋବାଇଲ୍‌ ଫୋନ୍‌ ଆମ ନିଦରେ ବ୍ୟାଘାତ ସୃଷ୍ଟି କରିବା ସହ ଆମର ଧ୍ୟାନକେନ୍ଦ୍ରିତ କରିବାର କ୍ଷମତାକୁ ହ୍ରାସ କରୁଛି ବୋଲି ଅଭିଯୋଗ ହୁଏ।

କେବଳ ଏତିକି ନୁହେଁ, ଏହା ଆମ ଜୀବନଚର୍ଯ୍ୟାକୁ ପ୍ରଭାବିତ କରି ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରୁଥିବା ନେଇ ବିଶେଷଜ୍ଞମାନେ ସତର୍କ କରାଇ ଆସୁଛନ୍ତି।

ଏଭଳି ସମୟରେ ରୁଷିଆରେ ଏକ ଅଭାବନୀୟ ଘଟଣା କ୍ରମରେ ମୋବାଇଲ୍‌ ଯୋଗୁଁ ଜଣେ ବାଳକ ମରଣ ମୁହଁରୁ ଫେରିଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି।

ଗତ ୮ ତାରିଖ ରୁଷିଆର ଅଲ୍‌ତାଇ ଅଞ୍ଚଳରେ ଥିବା ସୋଲ୍‌ତୋନସ୍କି ଜିଲ୍ଲାରେ ଏହି ଘଟଣା ଘଟିଛି।

ସେଠାକାର ନିକାଞ୍ଚନ ଜଙ୍ଗଲ ଭିତରେ ମହୁମାଛି ପାଳନ କରାଯାଇଥାଏ।

ଏହାର ଦେଖାଶୁଣା ପାଇଁ ଜଣେ ୧୫ ବର୍ଷୀୟ ବାଳକ ତା"ର ଜଣେ ବନ୍ଧୁ ସହ ଜଙ୍ଗଲ ଭିତରକୁ ଯାଇଥିଲା।

Advertisment Judgement: ଯୁବକଙ୍କୁ ମାରି ତାଳଦଣ୍ଡା କେନାଲରେ ପକାଇ ଥିଲା, ମିଳିଲା ଆଜୀବନ ଜେଲ୍‌ଦଣ୍ଡ ଏହି ସମୟରେ ଏକ ଭାଲୁ ଚାଲିଆସିବାରୁ ସେ ଜୀବନ ବିକଳରେ ପାଖରେ ଥିବା ଏକ ଗଛ ଉପରକୁ ଚଢ଼ିଗଲା।

ହେଲେ ଭାଲୁଟି କୌଶଳକ୍ରମେ କିଶୋରକୁ ବାରମ୍ବାର କାମୁଡ଼ିବା ଆରମ୍ଭ କଲା।

କେବଳ ଏତିକି ନୁହେଁ, ସେ ପିଲାଟିର ଶରୀର ଏବଂ ମୁଣ୍ଡକୁ ଆଘାତ କଲା।

ତା"ରି ଭିତରେ ପିଲାଟିର ପଛ ପକେଟ୍‌ରେ ଥିବା ମୋବାଇଲ୍‌କୁ ଭାଲୁ କାମୁଡ଼ିଦେବାରୁ ଫୋନ୍‌ରେ ନିଆଁ ଲାଗି ପ୍ରଚଣ୍ଡ ଶବ୍ଦ କରିଉଠିଲା।

ଏଥିରେ ଭୟଭୀତ ଭାଲୁଟି ଜୀବନ ବିକଳରେ ଜଙ୍ଗଲ ଭିତରକୁ ଚାଲିଯାଇଥିଲା।

କହିବାକୁ ଗଲେ, ସର୍ଟ ସର୍କିଟ୍‌ ହେବା ଯୋଗୁଁ ଲିଥିୟମ୍‌-ଆୟନ୍‌ ବ୍ୟାଟେରିଟି ଫାଟିଯିବା ସେହି ପିଲାଟି ପାଇଁ ବରଦାନ ସାବ୍ୟସ୍ତ ହେଲା ଏବଂ ପିଲାଟିକୁ ମୃତ୍ୟୁ ମୁହଁରୁ ଟାଣି ଆଣିଲା।

ଏଥିରେ ପିଲାଟି ଗୁରୁତର ହୋଇଥିଲେ ବି ତା" ଜୀବନ ବଞ୍ଚିଯାଇଛି।

ଘଟଣା ପରେ ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ତାକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପିଲାଟିର ଜରୁରିକାଳୀନ ଚିକିତ୍ସା ଚାଲିଥିବା ସୂଚନା ମିଳିଛି।

ବିଜ୍ଞାନ ଅନୁସାରେ, ସ୍ମାର୍ଟଫୋନ୍‌ର ବ୍ୟାଟେରି ଉପରେ ଅଧିକ ଚାପ ପଡ଼ିଲେ କିମ୍ବା କ୍ଷତିଗ୍ରସ୍ତ ହେଲେ ତାହା ଉତ୍ତପ୍ତ ହୋଇ ଜଳିଯାଏ।

ବ୍ୟାଟେରିର ଏହି ଦୁର୍ଗୁଣ ହିଁ ଜଣେ ପିଲା ପାଇଁ ଜୀବନ ରକ୍ଷାକାରୀ ସାବ୍ୟସ୍ତ ହୋଇଛି।

Neglect: ଭତ୍ତା ବିନା ଭିକ୍ଷାବୃତ୍ତିରେ ବଞ୍ଚିଛନ୍ତି ୭ ବୁଢ଼ାବୁଢ଼ୀ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।