A small wind will blow: ଛୋଟ ପବନ ଚକି ବସିବ: ପବନରୁ ଘରକୁ ମିଳିବ ବିଜୁଳି, ଦେବଗଡ଼, ନବରଙ୍ଗପୁରରେ ଆଣବିକ ଶକ୍ତି ପାଇଁ ଅନୁଧ୍ୟାନ

Sep 02, 2026 - 07:47
A small wind will blow: ଛୋଟ ପବନ ଚକି ବସିବ: ପବନରୁ ଘରକୁ ମିଳିବ ବିଜୁଳି, ଦେବଗଡ଼, ନବରଙ୍ଗପୁରରେ ଆଣବିକ ଶକ୍ତି ପାଇଁ ଅନୁଧ୍ୟାନ

"ଭୁବନେଶ୍ବର: ଶକ୍ତି ବ୍ୟବହାରରେ ଅକ୍ଷୟ ଶକ୍ତିର ଭାଗ ବଢ଼ାଇବା ଉପରେ ଓଡ଼ିଶା ସରକାର ଜୋର ଦେଉଛନ୍ତି।

ଛାତ ଉପରେ ସୌର ଶକ୍ତି ପ୍ରକଳ୍ପ ଗ୍ରହଣୀୟ ହେଉଛି।

ସୌରଶକ୍ତି ଭଳି ପବନ ଶକ୍ତିକୁ କିଭଳି ଘରେ ଘରେ ବ୍ୟବହାର କରିହେବ ତାହା ଉପରେ କାମ କରିବା ବିଷୟରେ ସରକାର ବିଚାର କରୁଛନ୍ତି।

ପବନ ଚକିକୁ ଆବାସିକ ଅଞ୍ଚଳରେ ବ୍ୟବହାର କରିବାର କଣ ସମ୍ଭାବନା ରହିିିିଛି ତାହା ପ୍ରଥମେ ଜାଣିବାକୁ ଚାହୁଛନ୍ତି।

ପବନ ଶକ୍ତିର ଆବାସିକ ବ୍ୟବହାର ନେଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି ସ୍ବତନ୍ତ୍ର ନୀତି ନାହିଁ।

ଓଡ଼ିଶା ଅକ୍ଷୟ ଶକ୍ତି ନୀତି ଅଧୀନରେ କେବଳ ବାଣିଜ୍ୟିକ ପବନ ଶକ୍ତି ପ୍ରକଳ୍ପ ଲାଗି ଗାଇଡ୍‌ଲାଇନ୍‌ ରହିଛି।

Advertisment Jal Shakti Ministry: ଜଳ ସୁରକ୍ଷା ବିଭାଗୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ରାଜ୍ୟପାଳ ଡ.

ହରିବାବୁ କମ୍ଭମପାଟି କହିଛନ୍ତି, ଲୋକଭବନ ପରିସରରେ ପବନ ଚକି ସ୍ଥାପନ କରିବାକୁ ଯୋଜନା ରହିଛି।

ପବନ ଶକ୍ତିର ଆବାସିକ ବ୍ୟବହାର ହେବା ପୂର୍ବରୁ ପ୍ରଥମେ ତାହାର ପରୀକ୍ଷଣ କରାଯାଉ।

ଏହାର ବ୍ୟାପକ ବ୍ୟବହାରକୁ ବ୍ୟାପକ ଓ ପ୍ରୋତ୍ସାହିତ କରିବା ପୂର୍ବରୁ ସେଥିରୁ ଆଶାନୁରୂପ ଶକ୍ତି ଉତ୍ପନ୍ନ ହେଉଛି ନା ନାହିଁ, ତାହା ଜାଣିବା ଜରୁରୀ ବୋଲି ରାଜ୍ୟପାଳ କହିଥିଲେ।

ତେବେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଲ ଦେବ କହିଥିଲେ, ଛୋଟ ଓ ଆବାସିକ ପବନ ଚକି ସ୍ଥାପନ ନେଇ ନୀତି ସମ୍ପର୍କିତ ଫ୍ରେମ୍‌ୱର୍କ ଉପରେ ଓଇଆର୍‌ସି ସହଯୋଗିତାରେ ଗମ୍ଭୀରତାର ସହ ବିଚାର କରାଯାଉଛି।

ରାଜ୍ୟରେ ପବନ ଶକ୍ତିକୁ ନେଇ ରହିଥିବା ସମ୍ଭାବନା ସମ୍ପର୍କରେ ସେ କହିଥିଲେ ଯେ ଜାତୀୟ ପବନ ଶକ୍ତି ଅନୁଷ୍ଠାନ ଆକଳନ ଅନୁସାରେ ଓଡ଼ିଶାରେ ୧୨ ହଜାର ମେଗାୱାଟ୍‌ରୁ ଅଧିକ ପବନ ଶକ୍ତି ଉତ୍ପାଦନର ସମ୍ଭାବନା ରହିଛି।

ପ୍ରକଳ୍ପ ସ୍ଥାପନ କରିବାର ଅଧିକ ସମ୍ଭାବନା ତଟରେଖା ଅଞ୍ଚଳରେ ଅଛି।

କିନ୍ତୁ ଉପକୂଳ ଓ ତଟବର୍ତ୍ତୀ ଅଞ୍ଚଳରେ ବୃହତ୍‌ ପବନ ଚକି ସ୍ଥାପନ କରିବା ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ।

ଭୂପୃଷ୍ଠ ପବନ ଚକି ସ୍ଥାପନତୁଳନାରେ ସେଥିରେ ଅଧିକ ଖର୍ଚ୍ଚ ହେବ।

ପବନ ଶକ୍ତିର ସମ୍ଭାବନା ମାପିବା ଲାଗି ରାଜ୍ୟର କିଛି ପ୍ରମୁଖ ଜିଲ୍ଲାରେ ୯ଟି ମେଟ୍‌ ମାଷ୍ଟ୍‌ ସ୍ଥାପନ କରାଯାଇଛି।

ସେଥିରୁ ସଂଗୃହୀତ ତଥ୍ୟକୁ ବର୍ତ୍ତମାନ ଅନୁଶୀଳନ କରାଯାଉଥିବା ସେ କହିଛନ୍ତି।

ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୪୯୩ ମେଗାୱାଟ୍‌ କ୍ଷମତାର ପବନ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।

ନିବେଶକମାନଙ୍କ ପାଇଁ ଏହି କ୍ଷେତ୍ରକୁ ଅଧିକ ଆକର୍ଷଣୀୟ କରିବା ଲାଗି ନିକଟରେ କ୍ୟାବିନେଟ୍‌ କମିଟି ବୈଠକରେ ପବନ ଶକ୍ତି ପ୍ରକଳ୍ପ ଆବଣ୍ଟନ ପାଇଁ ରହିଥିବା ୫୦୦ ମେଗାୱାଟ୍‌ କଟକଣାକୁ ହଟାଇ ଦିଆଯାଇଥିଲା।

ଏହାର ପ୍ରଭାବରେ ଆଗାମୀ ଦିନରେ ବହୁ ସଂଖ୍ୟାରେ ପ୍ରକଳ୍ପ ଓଡ଼ିଶାକୁ ଆସିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

Indravati reservoir: ବିପଦସଂକୁଳର ନିକଟତର ଇନ୍ଦ୍ରାବତୀ, ବିଦ୍ୟୁତ ଉତ୍ପାଦନ ବଢ଼ିଲା ଅନ୍ୟ ପକ୍ଷରେ ଆଣବିକ ଶକ୍ତି ପ୍ରକଳ୍ପ ଉପରେ ସୂଚନା ଦେଇ ଶ୍ରୀ ଦେବ କହିଥିଲେ ଯେ ଏନ୍‌ଟିପିସି ତରଫରୁ ଆଣବିକ ପ୍ରକଳ୍ପ ପାଇଁ ଚାରିଟି ସ୍ଥାନ ଲାଗି ଆବେଦନ କରାଯାଇଥିଲା।

ଅନୁଧ୍ୟାନ ସମୟରେ ଦୁଇଟି ସ୍ଥାନ ଅନୁପଯୁକ୍ତ ଥିବା ଜଣାପଡ଼ିଥିଲା।

ଏବେ ଦେବଗଡ଼ ଓ ନବରଙ୍ଗପୁରରେ କମ୍ପାନି ଅନୁଧ୍ୟାନ ଜାରି ରହିଛି।

ଭାରତୀୟ ଆଣବିକ ଶକ୍ତି ନିଗମ ସହିତ ସହଯୋଗିତାରେ କମ୍ପାନି ଓଡ଼ିଶାରେ ଏକ ୩୨୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ଆଣବିକ ଶକ୍ତି ପ୍ରକଳ୍ପ କରିବାକୁ ଯୋଜନା ରଖିଛି ବୋଲି ଶ୍ରୀ ଦେବ କହିଛନ୍ତି।

ଏଭଳି ପ୍ରକଳ୍ପକୁ ନେଇ ଲୋକମାନଙ୍କ ମନରେ ରହିଥିବା ଭୟ ଦୂର କରିବା ଲାଗି ସେ କହିଥିଲେ ଯେ ସାଧାରଣ ଜନତା ଓ ପରିବେଶର ସୁରକ୍ଷା ଗୁରୁତ୍ବପୂର୍ଣ୍ଣ।

ଏହା ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।