Odisha Irrigation ଜଳଶକ୍ତି ଶୀର୍ଷ ସମ୍ମିଳନୀରେ ଓଡ଼ିଶାର ଜଳସେଚନ ସଫଳତା କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

Sep 02, 2026 - 21:11
Odisha Irrigation  ଜଳଶକ୍ତି ଶୀର୍ଷ ସମ୍ମିଳନୀରେ ଓଡ଼ିଶାର ଜଳସେଚନ ସଫଳତା କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

"୨ ବର୍ଷରେ ୩.୨ ଲକ୍ଷ ହେକ୍ଟର ଜମିକୁ ଜଳସେଚନ: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:  ଓଡ଼ିଶାର ଅର୍ଥନୀତି କୃଷି ପ୍ରଧାନ ହୋଇଥିବାରୁ ଜଳ ସୁରକ୍ଷା ଓ ସିଞ୍ଚନର ବିକାଶକୁ ଆମ ସରକାର ସବୁଠାରୁ ଅଧିକ ପ୍ରାଥମିକତା ଦେଉଛନ୍ତି।

ଏହି ପରିପ୍ରେକ୍ଷୀରେ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୫୪,୦୦୦ କୋଟି ଟଙ୍କାର ଜଳ ଭିତ୍ତିଭୂମି କାର୍ଯ୍ୟକୁ ମଞ୍ଜୁରୀ ଦିଆଯାଇଛି।

ଅତି କମ୍ ସମୟ ମଧ୍ୟରେ ୩,୨୦,୦୦୦ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି ବୋଲି ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ବିଭାଗୀୟ ଶୀର୍ଷ ସମ୍ମିଳନୀରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।Advertisment Irrigation Project Work: ସରୁନି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ କାମ ଏହି ସମ୍ମିଳନୀରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି ଆର୍ ପାଟିଲ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ସମେତ ବିଭିନ୍ନ ରାଜ୍ୟର ଜଳସମ୍ପଦ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ମାଝିଙ୍କ ଉପସ୍ଥାପିତ ତଥ୍ୟାନୁସାରେ, ରାଜ୍ୟର ଜଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ୭୭୦ଟି ନୂତନ ଚେକ୍ ଡ୍ୟାମ୍ ଓ ୯ଟି ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର କାର୍ଯ୍ୟ ଶେଷ ହୋଇଥିବା ବେଳେ ୧,୩୧୨ଟି ପୁରୁଣା ଚେକ୍ ଡ୍ୟାମ୍‌ର ପୁନରୁଦ୍ଧାର କରାଯାଇଛି।

ଏହା ସହିତ ଗୋଟିଏ ଡ୍ୟାମ୍, ଗୋଟିଏ ବ୍ୟାରେଜ୍, ୨ଟି ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ୍ ଡିଷ୍ଟ୍ରିବ୍ୟୁସନ୍ ନେଟୱାର୍କ, ୬ଟି ମେଗା ଲିଫ୍ଟ ଓ ୩୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି।

ଆଗାମୀ ବର୍ଷକ ମଧ୍ୟରେ ଆଉ ୧୪ଟି ଆଇଏସ୍‌ଏସ୍‌ ପ୍ରକଳ୍ପ ଏବଂ ୬ଟି ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ।

ବର୍ତ୍ତମାନ ୫ଟି ନୂଆ ମେଜର ଓ ମିଡିଅମ୍, ୫୮ଟି ମେଗା ଲିଫ୍ଟ ଏବଂ ୫ଟି ନୂଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି।

Irrigation system: ୩୬୪୧ ହେକ୍ଟର ଜମିକୁ ହେବ ଜଳସେଚନ ବ୍ୟବସ୍ଥା ଗ୍ରାମାଞ୍ଚଳ ଓ କୃଷି କ୍ଷେତ୍ରକୁ ସହାୟତା ପାଇଁ ୩,୨୨୪ଟି କମ୍ୟୁନିଟି ଲିଫ୍ଟ ଇରିଗେସନ୍, ୨୦,୨୨୮ଟି ଡିପ୍ ବୋରୱେଲ୍ ଏବଂ ୮,୯୧୭ଟି ସୋଲାର ଡିପ୍ ବୋରୱେଲ୍ ନିର୍ମାଣ କରାଯାଇଛି।

ଜଳସେଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ୪୦,୦୦୦ରୁ ଊର୍ଦ୍ଧ୍ୱ "ପାଣି ପଞ୍ଚାୟତକୁ ସଶକ୍ତ କରାଯାଉଛି।

ଏହି ସବୁ ପଦକ୍ଷେପ ପାଇଁ ପୂର୍ବରୁ ପଞ୍ଚମ ରାଷ୍ଟ୍ରୀୟ ଜଲ୍ ପୁରସ୍କାରରେ ଓଡ଼ିଶା "ସର୍ବଶ୍ରେଷ୍ଠ ରାଜ୍ୟ" ଭାବେ ଘୋଷିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Irrigation Project: ତୁରୀ-ଗୁନଥାଟ୍ ମଧ୍ୟମ ଜଳସେଚନ ପ୍ରକଳ୍ପର ତଦାରଖ କଲେ ଜିଲ୍ଲାପାଳ ବହୁ ପ୍ରତୀକ୍ଷିତ "କାନୁପୁର ପ୍ରକଳ୍ପ"ର ସଫଳ ସମାପ୍ତି ବିଷୟରେ ମୁଖ୍ୟମନ୍ତ୍ରୀ ବିଶେଷ ଭାବେ ଉଲ୍ଲେଖ କରିଥିଲେ।

୨୦୦୩-୦୪ରୁ ଅଟକି ରହିଥିବା ଏହି ପ୍ରକଳ୍ପର ସ୍ଥାନୀୟ ମା'' ଶାଳବଣୀ ଈଷ୍ଟଦେବୀଙ୍କ ପୀଠର ସମ୍ମାନଜନକ ସ୍ଥାନାନ୍ତର, ଏନ୍‌ଏଚ୍‌ଏଆଇ ସହ ସମନ୍ୱୟ ଏବଂ ସିଡବ୍ଲ୍ୟୁସି ଓ ଆଇଆଇଟି ରୁର୍‌କିର ବୈଷୟିକ ସହାୟତାରେ ପ୍ଲାଷ୍ଟିକ୍ କଟ୍-ଅଫ୍ ୱାଲ୍ ନିର୍ମାଣ କରି ସମସ୍ତ ସମସ୍ୟାର ସମାଧାନ କରାଯାଇଛି।

ଅଗଷ୍ଟ ୩୧ ସୁଦ୍ଧା ଏହି ଡ୍ୟାମ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ଆସନ୍ତା ବର୍ଷକ ମଧ୍ୟରେ କେନାଲ ନେଟୱର୍କ ଶେଷ ହୋଇ ୨୫,୦୦୦ ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦିଆଯିବ ବୋଲି ଶ୍ରୀ ମାଝୀ କହିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।