Aadhaar Cards: ଆଧାରରେ ନାମ ସଂଶୋଧନ ପାଇଁ ନୂଆ ନିୟମ

Oct 05, 2026 - 21:48
Aadhaar Cards: ଆଧାରରେ ନାମ ସଂଶୋଧନ ପାଇଁ ନୂଆ ନିୟମ

"ନୂଆଦିଲ୍ଲୀ: ଆଧାର କାର୍ଡରେ ନାମ ସଂଶୋଧନ କିମ୍ବା ପରିବର୍ତ୍ତନ ପାଇଁ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ନୂଆ ନିୟମ ଜାରି କରିଛି।

ସେପ୍ଟେମ୍ବର ୧୮ରୁ ନୂଆ ନିୟମ ଲାଗୁ ହୋଇଛି।

ଏଥିରେ ନାମରେ ସାମାନ୍ୟ ଭୁଲ ସଂଶୋଧନଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ନାମ ପରିବର୍ତ୍ତନ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ବ୍ୟବସ୍ଥା କରାଯାଇଛି।

ନୂଆ ନିୟମ ଅନୁସାରେ ନାମରେ ଛୋଟ ଧରଣର ସଂଶୋଧନକୁ "ଛୋଟ ପରିବର୍ତ୍ତନ" ଭାବେ ଧରାଯିବ।

Advertisment ଏଥିରେ ମଧ୍ୟ ନାମ ଯୋଡ଼ିବା କିମ୍ବା ହଟାଇବା, ନାମର କ୍ରମ ବଦଳାଇବା, ନାମର ସାମାନ୍ୟ ବନାନ ଭୁଲ ସୁଧାରିବା ଓ ନାମରୁ ଡଟ୍‌ ହଟାଇବା ଆଦି ରହିଛି।

ଏଭଳି ମାମଲାରେ ଆବଶ୍ୟକ ପରିଚୟ ପ୍ରମାଣପତ୍ର ଦେବାକୁ ପଡ଼ିବ।

ବିବାହ କିମ୍ବା ଛାଡ଼ପତ୍ର ପରେ ଉପନାମ ପରିବର୍ତ୍ତନ ପାଇଁ ମଧ୍ୟ ଅଲଗା ନିୟମ ରହିଛି।

ଏଥିପାଇଁ ନିର୍ଦ୍ଧାରିତ ଆନେକ୍ସର-ଡି ସତ୍ୟପାଠ ସହ ପରିଚୟ ପ୍ରମାଣପତ୍ର ଦେବାକୁ ହେବ।

ଲିଙ୍ଗ ପରିବର୍ତ୍ତନ ପରେ ନାମ ବଦଳ ଏବଂ "ଙ୍କ ସନ୍ତାନ" ଭାବେ ରେକର୍ଡ ହୋଇଥିବା ଶିଶୁଙ୍କ ନାମ ପରିବର୍ତ୍ତନ ପାଇଁ ମଧ୍ୟ ନୂଆ ଏସ୍‌ଓପିରେ ବ୍ୟବସ୍ଥା ରହିଛି।

ପରିବର୍ତ୍ତନ ପାଇଁ ଭିନ୍ନ ଭିନ୍ନ ପ୍ରକ୍ରିୟା ଆଧାର ପ୍ରସ୍ତୁତ ସମୟରେ ମୂଳ ଦସ୍ତାବିଜରେ ନାମ ଠିକ୍ ଥିଲେ ମଧ୍ୟ ଆଧାରରେ ଭୁଲ ଭାବେ ଲେଖାଯାଇଥିଲ ତାହାକୁ ଡାଟା ଏଣ୍ଟ୍ରି ତ୍ରୁଟି ଭାବେ ଧରାଯିବ।

ଏଭଳି କ୍ଷେତ୍ରରେ ବୟସ୍କଙ୍କ ପାଇଁ ଆନେକ୍ସର-ବି ଓ ନାବାଳକଙ୍କ ପାଇଁ ଆନେକ୍ସର-ସି ସତ୍ୟପାଠ ସହ ଆବଶ୍ୟକ ପରିଚୟ କିମ୍ବା ସମ୍ପର୍କ ପ୍ରମାଣପତ୍ର ଦେବାକୁ ହେବ।

ଇଂରାଜି ନାମ ଠିକ୍ ଥାଇ ଆଞ୍ଚଳିକ ଭାଷାରେ ଭୁଲ ଥିଲେ ମଧ୍ୟ ଏଥିପାଇଁ ଅଲଗା ପ୍ରକ୍ରିୟା ରହିଛି।

ସମ୍ପୂର୍ଣ୍ଣ ନାମ ବଦଳାଇବା କିମ୍ବା ନାମ ବଦଳ ଦ୍ୱାରା ଜଣେ ବ୍ୟକ୍ତିଙ୍କ ପରିଚୟ ହିଁ ବଦଳିଯାଉଥିଲେ ତାହାକୁ "ପ୍ରମୁଖ ନାମ ପରିବର୍ତ୍ତନ" ଭାବେ ଧରାଯିବ।

ଏଭଳି ମାମଲାରେ ଗେଜେଟ୍‌ ବିଜ୍ଞପ୍ତି ସହ ଆବଶ୍ୟକ ପରିଚୟ ପ୍ରମାଣପତ୍ର ଦେବାକୁ ପଡ଼ିବ।

ନାମ ପରିବର୍ତ୍ତନ ପାଇଁ ଆଧାର ସେବା କେନ୍ଦ୍ର କିମ୍ବା ଆଧାର ଏନରୋଲ୍‌ମେଣ୍ଟ/ଅପଡେଟ୍‌ ସେଣ୍ଟରକୁ ଯିବାକୁ ହେବ।

ନାମ ବଦଳ ପାଇଁ ଆବେଦନ କରିବା ବେଳେ ଆବଶ୍ୟକ ଦସ୍ତାବିଜ ଦାଖଲ ସହ ଯାଞ୍ଚ ଓ ବାୟୋମେଟ୍ରିକ୍‌ ପ୍ରମାଣୀକରଣ କରାଯିବ।

ଅଲଗା ଭାବେ ଜନସଂଖ୍ୟା ଆଧାରିତ ତଥ୍ୟ ଅପଡେଟ୍‌ କଲେ ବର୍ତ୍ତମାନ ୭୫ ଟଙ୍କା ଶୁଳ୍କ ଲାଗୁଥିବା ୟୁଆଇଡିଏଆଇ ସୂଚନା ଦେଇଛି।

ଆବେଦନ ପରେ ମିଳୁଥିବା ଅପ୍‌ଡେଟ୍‌ ରିକ୍ୟୁଏଷ୍ଟ ନମ୍ବର (ୟୁଆରଏନ୍‌) ଜରିଆରେ ଆବେଦନର ସ୍ଥିତି ଜାଣିହେବ।

Arrested: ବେଙ୍ଗାଲୁରୁରେ ଜିମ୍‌ ଟ୍ରେନରଙ୍କୁ ନିର୍ମମ ହତ୍ୟା: ବନ୍ଧୁମାନେ ନେଲେ ଜୀବନ, ୪ ଅଭିଯୁକ୍ତ ଗିରଫ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।