Aadhar centre: ବେଆଇନ ଆଧାର କେନ୍ଦ୍ରରେ ଚଢ଼ଉ, ସରକାରୀ କ୍ୱାର୍ଟର୍ସ ସିଲ୍‌

Sep 24, 2026 - 10:20
Aadhar centre: ବେଆଇନ ଆଧାର କେନ୍ଦ୍ରରେ ଚଢ଼ଉ, ସରକାରୀ କ୍ୱାର୍ଟର୍ସ ସିଲ୍‌

"ଜୟପୁର: ଜୟପୁର ବ୍ଲକ୍ ପରିସରରେ ଥିବା ଏକ ସରକାରୀ ଷ୍ଟାଫ୍ କ୍ୱାର୍ଟରରେ ବେଆଇନ ଭାବେ ଚାଲୁଥିବା ଏକ ଆଧାର କେନ୍ଦ୍ର ଉପରେ ବ୍ଲକ ପ୍ରଶାସନ ଓ ପୁଲିସ ପକ୍ଷରୁ ମିଳିତ ଚଢ଼ଉ କରାଯାଇ କ୍ୱାର୍ଟରକୁ ନିଜ ଅଧୀନକୁ ନିଆଯାଇଛି।

ସୂଚନା ଅନୁଯାୟୀ, ବ୍ଲକରେ ସମସ୍ତ ଆଧାର କେନ୍ଦ୍ରର ଆଇଡି ବାତିଲ ହୋଇସାରିଥିବା ବେଳେ ଏହି କେନ୍ଦ୍ରଟି ବିନା କୌଣସି ଅନୁମତି ଓ ସରକାରୀ ଆବଣ୍ଟନରେ ଚାଲୁଥିଲା।

ଅନ୍ୟ କର୍ମଚାରୀଙ୍କୁ କ୍ୱାର୍ଟର ଆବଣ୍ଟନ ପାଇଁ ମରାମତି ଉଦ୍ଦେଶ୍ୟରେ ସମ୍ପୃକ୍ତ ଆଧାର କେନ୍ଦ୍ର ପରିଚାଳକଙ୍କୁ କ୍ୱାର୍ଟରର ଚାବି ମଗାଯାଇଥିଲେ ହେଁ ସେ ଏହାକୁ ଫେରାଇ ନ ଥିଲେ।

ବାରମ୍ବାର ମୌଖିକ ଓ ଯୋଗାଯୋଗ ମାଧ୍ୟମରେ ସୂଚନା ଦିଆଯାଇଥିଲେ ସୁଦ୍ଧା ସେ କୌଣସି ଉତ୍ତର ନ ଦେବାରୁ ପ୍ରଶାସନ ବାଧ୍ୟରେ ଏହି ପଦକ୍ଷେପ ନେଇଛି।Advertisment ଆହୁରି ପଢନ୍ତୁ: Vikram Dev University: ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ନୂତନ ପାଠ୍ୟକ୍ରମ ପାଇଁ ବାଟ ଫିଟିଲା ଜୟପୁର ଉପ-ଜିଲ୍ଲାପାଳ ଶୁଭଶ୍ରୀ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ତଥା ତହସିଲଦାର ସବ୍ୟସାଚୀ ଜେନା, ବିଡିଓ ଶକ୍ତି ମହାପାତ୍ର ଏବଂ ଟାଉନ ଥାନା ତରଫରୁ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ତାଲା ଭାଙ୍ଗି କ୍ୱାର୍ଟର ଭିତର ସମସ୍ତ ସାମଗ୍ରୀର ତାଲିକା କରାଯିବା ସହ ଚିତ୍ର ଉତ୍ତୋଳନ କରାଯାଇଥିଲା।

ପରେ ସେହି କ୍ୱାର୍ଟରକୁ ସିଲ୍ କରାଯାଇ ବ୍ଲକ୍ ପ୍ରଶାସନକୁ ଚାବି ହସ୍ତାନ୍ତର କରାଯାଇଛି।

ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିଜ ସାମଗ୍ରୀ ନେଇଯିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ଚଢ଼ଉ ସମୟରେ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକ, ଟାଉନ ଥାନାର ଏସ୍ଆଇ ଗୋବିନ୍ଦ ଚନ୍ଦ୍ର ହାଁସଦା, ଏସ୍ଆଇ ସପନ ମିଶ୍ର, ବ୍ଲକର ଏଇ ବିଜୟ ନନ୍ଦଙ୍କ ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।