15 OCTOBER 2026

Welcome!

Unlock your personalized experience.
Sign Up

AAkash: ଆକାଶ ଇନ୍‌ଭିକ୍ଟସ୍‌ ଇଞ୍ଜିନିୟରିଂ ୨.୦ ଆରମ୍ଭ

Oct 14, 2026 - 23:04
AAkash: ଆକାଶ ଇନ୍‌ଭିକ୍ଟସ୍‌ ଇଞ୍ଜିନିୟରିଂ ୨.୦ ଆରମ୍ଭ

ଭୁବନେଶ୍ବର: ଆକାଶ ଏଜୁକେସନାଲ୍‌ ସର୍ଭିସେସ୍‌ ଲିମିଟେଡ୍‌ ପକ୍ଷରୁ ‘ଆକାଶ ଇନ୍‌ଭିକ୍ଟସ୍‌-ଇଞ୍ଜିନିୟରିଂ ୨.୦’ ଘୋଷଣା କରାଯାଇଛି। ଜେଇଇ ମେନ୍‌, ଆଡ୍‌ଭାନ୍ସଡ୍‌ ଓ ରାଜ୍ୟ ସିଇଟି ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି। ଏଥିରେ ଏସ୍‌, ଆଚିଭର, ଆକ୍ସଲରେଟର ଓ ଆପେକ୍ସ ଭଳି ଚାରିଟି ବ୍ୟାଚ୍‌ ରହିଛି। ଭୁବନେଶ୍ବରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ଅବସରରେ ଜାତୀୟ ଏକାଡେମିକ୍‌ ନିର୍ଦ୍ଦେଶକ ଅଜୟ କୁମାର ଶର୍ମା, ଆଞ୍ଚଳିକ ନିର୍ଦ୍ଦେଶକ (ପୂର୍ବ) ଅଜୟ ବାହାଦୂର ସିଂହ ଓ ଏକାଡେମିକ୍‌ ନିର୍ଦ୍ଦେଶକ ଓଡ଼ିଶା ରାଜୀବ ନୟନ ଉପସ୍ଥିତ ଥିଲେ।

ଆହୁରି ପଢନ୍ତୁ: Attack: ସାଉଦି ବିମାନବନ୍ଦର ଆକ୍ରମଣ; ଆହତ ୪ ଭାରତୀୟ ଆଇସିୟୁରେ

କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଚନ୍ଦ୍ର ଶେଖର ରେଡ୍ଡି ଗରିସା ଏ ସମ୍ପର୍କରେ କହିଛନ୍ତି ଯେ ଆମର ଶ୍ରେଷ୍ଠ ଶିକ୍ଷକମାନଙ୍କ ଦ୍ବାରା ଆକାଶ ଇନ୍‌ଭିକ୍ଟସ୍‌-ଇଞ୍ଜିନିୟରଂ ୨.୦କୁ ପ୍ରସ୍ତୁତ କରାଯାଇଛି। ଏହାକୁ ପ୍ରଥମେ ନିର୍ଦ୍ଦିଷ୍ଟ କିଛି କେନ୍ଦ୍ରରେ କାର୍ଯ୍ୟକାରୀ କରାଯାଇଥିଲା ଓ ଜେଇଇ ୨୦୨୬ରେ ତାହାର ଚମତ୍କାର ଫଳାଫଳ ମିଳିଥିଲା। ସେଥିପାଇଁ ଏହାକୁ ଆକାଶ ପ୍ରତିଟି କେନ୍ଦ୍ରକୁ ଅଣାଯାଇଛି। ଆମର ବିଶ୍ବାସ ରହିଛି ଯେ ଏହା ଆମ ଛାତ୍ରଛାତ୍ରୀମାନଙ୍କୁ ଭଲ ରୢାଙ୍କ ରଖିବାରେ ସହାୟକ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।