River pollution: ବ୍ରାହ୍ମଣୀ ଜଳରେ ବିଷ; ପାନପୋଷ, ଜଲଦାରେ ପ୍ରଦୂଷଣ ଉଦ୍‌ବେଗଜନକ

Oct 14, 2026 - 22:22
River pollution: ବ୍ରାହ୍ମଣୀ ଜଳରେ ବିଷ; ପାନପୋଷ, ଜଲଦାରେ ପ୍ରଦୂଷଣ ଉଦ୍‌ବେଗଜନକ

"ରାଉରକେଲା (ଦେବବ୍ରତ ଗଡ଼ତିଆ): ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବ୍ରାହ୍ମଣୀ ନଦୀର ଜଳ ଗୁଣବତ୍ତା କ୍ରମଶଃ ହ୍ରାସ ପାଇବାରେ ଲାଗିଛି।

ରାଉରକେଲା ସହରାଞ୍ଚଳରୁ ନିର୍ଗତ ବର୍ଜ୍ୟଜଳର ଶତ ପ୍ରତିଶତ ପ୍ରକ୍ରିୟାକରଣ ସମ୍ଭବ ହୋଇପାରୁନି, ଯଦ୍ବାରା ଅଳିଆ ଆବର୍ଜନା ମିଶ୍ରିତ ପାଣି ସିଧାସଳଖ ବ୍ରାହ୍ମଣୀ ନଦୀରେ ନିସ୍କାସିତ ହେଉଛି।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଆଧାରରେ, ୨୦୨୫ ବର୍ଷରେ ବ୍ରାହ୍ମଣୀ ନଦୀର ବାର୍ଷିକ ପ୍ରଦୂଷଣ ହାରାହାରି ମାତ୍ରା ଉଦ୍‌ବେଗଜନକ ସ୍ଥିତିରେ ରହିଛି।

ପାନପୋଷ ଓ ଜଲଦା ତଳ ମୁଣ୍ଡରେ ନଦୀଜଳ ସବୁଠାରୁ ଅଧିକ ଦୂଷିତ ଥିବା ଜଣାପଡ଼ିଛି।Advertisment ପାନପୋଷ ତଳମୁଣ୍ଡରେ ଜଳର ପିଏଚ୍‌ସ୍ତର ୭.୭ ଓ ଦ୍ରବୀଭୂତ ଅକ୍ସିଜେନ୍‌ (ଡିଓ) ୫.୬ ମିଲିଗ୍ରାମ୍‌ ପ୍ରତି ଲିଟର ଥିବା ବେଳେ ବାୟୋକେମିକାଲ୍ ଅକ୍ସିଜେନ୍ ଡିମାଣ୍ଡ୍‌ (ବିଓଡି) ୪.୧ ମିଲିଗ୍ରାମ୍‌ ପ୍ରତିଲିଟର ରହିଛି।

ସେହିଭଳି ଜଲଦା ତଳମୁଣ୍ଡରେ ପିଏଚ୍‌ସ୍ତର ୭.୩, ଡିଓ ୫.୮ ମିଲିଗ୍ରାମ୍‌ ପ୍ରତି ଲିଟର ଓ ବିଓଡି ୩.୫ ମିଲିଗ୍ରାମ୍‌ ପ୍ରତି ଲିଟର ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକ ସୀମାଠାରୁ ଢେର୍‌ ଅଧିକ।

ପାଣିରେ କଲିଫର୍ମ୍‌ ଜୀବାଣୁ ବା ବ୍ୟାକ୍ଟେରିଆର ସଂଖ୍ୟା ମଧ୍ୟ ଭୟଙ୍କର ଭାବେ ବୃଦ୍ଧି ପାଇଛି।

ଜୀବାଣୁ ସଂଖ୍ୟା ବୃଦ୍ଧିରିପୋର୍ଟ ଅନୁଯାୟୀ, ପାନପୋଷ ଡାଉନ୍‌ଷ୍ଟ୍ରିମ୍‌ରେ ଟୋଟାଲ୍ କଲିଫର୍ମ (ପ୍ରତି ୧୦୦ ମିଲିଲିଟର ପାଣିରେ ଥିବା ସମୁଦାୟ କଲିଫର୍ମ ଜୀବାଣୁର ଆନୁମାନିକ ସଂଖ୍ୟା) ୨୫,୪୫୦ ରହିଥିବା ବେଳେ ଫିକାଲ୍ କଲିଫର୍ମ (ଏଫ୍‌ସି) ସଂଖ୍ୟା ହେଉଛି ୯,୨୬୭।

ଏହାସହ ଜଲଦା ଡାଉନ୍‌ଷ୍ଟ୍ରିମ୍‌ରେ ଟିସି ୧୩,୫୦୮ ଓ ଏଫ୍‌ସି ୪,୧୪୪ ରେକର୍ଡ କରାଯାଇଛି।

ସବୁଠାରୁ ଶୋଚନୀୟ ସ୍ଥିତି ବ୍ରାହ୍ମଣୀ ନଦୀର ଗୁରାଡିହ ନାଳରେ ଦେଖିବାକୁ ମିଳିଛି, ଯେଉଁଠାରେ ଟିସିର ମାତ୍ରା ୧,୦୭,୫୦୦ ଓ ଏଫ୍‌ସି ୭୧,୧୪୨ ରହିଛି।

ବ୍ରାହ୍ମଣୀ ନଦୀ କେବଳ ସୁନ୍ଦରଗଡ଼ ଜିଲ୍ଲାର ନୁହେଁ; ବରଂ ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାବାସୀଙ୍କ ପାନୀୟ ଜଳର ମୁଖ୍ୟ ଉତ୍ସ।

ଏସବୁ ଅଞ୍ଚଳବାସୀ ଏହି ଦୂଷିତ ଜଳ ବ୍ୟବହାର କରୁଥିବାରୁ ବିଭିନ୍ନ ସଂକ୍ରମଣ ବ୍ୟାପିବାର ଆଶଙ୍କା ଦେଖାଦେଇଛି।

Flood in Odisha: କମୁଛି ବ୍ରାହ୍ମଣୀ ନଦୀର ଜଳସ୍ତର; କୋଏଲ ଓ ଶଙ୍ଖ ନଦୀର ବି ହ୍ରାସ ନଦୀ ପ୍ରଦୂଷଣ ନିୟନ୍ତ୍ରଣ କେମିତି?ଉଲ୍ଲେଖଯୋଗ୍ୟ, ନଦୀ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ବାଲୁଘାଟ ରୁପୁଟୋଲାଠାରେ ୪୦ ଏମ୍‌ଏଲ୍‌ଡି କ୍ଷମତା ସମ୍ପନ୍ନ ସ୍ୱେରେଜ୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି।

ତେବେ ସହରର ପ୍ରାୟ ୧୮୫ କିଲୋମିଟର ଲମ୍ବର ସ୍ୱେରେଜ୍ ଲାଇନ ମାଧ୍ୟମରେ ନିର୍ଗତ ମଇଳା ପାଣିକୁ ଏହି ପ୍ଲାଣ୍ଟ୍‌ରେ ବିଶୋଧନ କରିବା ସମ୍ଭବ ହେଉନି।

ଯଦ୍ବାରା ସହରର ଅଶୋଧିତ ବର୍ଜ୍ୟଜଳ ସିଧାସଳଖ କୋଏଲ୍‌ ଓ ବ୍ରାହ୍ମଣୀ ନଦୀରେ ମିଶୁଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।