Abhijeet Dipke: ଏବେ ସାରା ଦେଶ ହେବ ଜନ୍ତରମନ୍ତର : ଅଭିଜିତ ଦୀପକେ

Oct 12, 2026 - 17:21
Abhijeet Dipke: ଏବେ ସାରା ଦେଶ ହେବ ଜନ୍ତରମନ୍ତର : ଅଭିଜିତ ଦୀପକେ

"ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସବିକ୍ଷୋଭ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନ ତାଲିକାରୁ ଜନ୍ତରମନ୍ତରକୁ ହଟାଇ ଦେଇଛି ।

ଏହା ବଦଳରେ ବିକ୍ଷୋଭ ଓ ଧାରଣା ପାଇଁ ତିନୋଟି ନୂଆ ସ୍ଥାନ ନିର୍ଦ୍ଧାରଣ କରିଛି।

ଏନେଇ ପୁଲିସ କମିସନର ଅନୁରାଗ କୁମାର ଏକ ସ୍ଥାୟୀ ଆଦେଶ ଜାରି କରିଛନ୍ତି।

ଏହି ନିଷ୍ପତ୍ତି ଉପରେ କକ୍‌ରୋଚ୍‌ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି।Advertisment ସୋସିଆଲ ମିଡିଆ ମଞ୍ଚ "ଏକ୍ସ"ରେ ଦୀପକେ କହିଛନ୍ତି, ଜନ୍ତରମନ୍ତରକୁ ବିକ୍ଷୋଭ ପ୍ରଦର୍ଶନର ନିର୍ଦ୍ଧାରିତ ସ୍ଥାନ ଭାବେ ହଟାଇ ଦିଆଯାଇଛି।

ହଁ, ଏବେ ଏହା ଆଉ ବିକ୍ଷୋଭ ସ୍ଥଳ ନୁହେଁ।

କାରଣ ସେହି ଭୀରୁ ଏକଛତ୍ରବାଦୀ ଶାସକ ଏହାକୁ ଆଗରୁ ଯୁଦ୍ଧକ୍ଷେତ୍ରରେ ପରିଣତ କରିଦେଇଥିଲେ।

ଏବେ ସାରା ଦେଶ ଜନ୍ତରମନ୍ତର ହେବ!

ସିଜେପି ନେତା ସୌରଭ ଦାସଙ୍କ ପ୍ରତିକ୍ରିୟା ଅନ୍ୟପକ୍ଷରେ, ସିଜେପିନେତା ସୌରଭ ଦାସ ମଧ୍ୟ ଏହି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି। "ଏକ୍ସ"ରେ ସେ ଲେଖିଛନ୍ତି, ଏହା ଗ୍ରହଣୀୟ ନୁହେଁ।

ନରେନ୍ଦ୍ର ମୋଦୀ ଜନ୍ତରମନ୍ତରକୁ କାହିଁକି ଭୟ କରୁଛନ୍ତି?

ଜନ୍ତରମନ୍ତର ଭାରତବାସୀଙ୍କର।

ଏହି ନିଷ୍ପତ୍ତି ନେବା ପୂର୍ବରୁ ଗୃହ ମନ୍ତ୍ରଣାଳୟ ଦେଶର ଲୋକଙ୍କ ସହ ପରାମର୍ଶ କରିଥିଲା କି?

କୌଣସି ଅଂଶୀଦାର କିମ୍ବା ସଂଗଠନ ସହ ଆଲୋଚନା କରାଯାଇଥିଲା କି?

ସେ ଆହୁରି କହିଛନ୍ତି, ଲେଖିକି ରଖନ୍ତୁ—ଯେପରି ସେମାନେ ଲୋକଙ୍କ ଜନ୍ତରମନ୍ତରର ମାନ୍ୟତା ହଟାଉଛନ୍ତି, ସେହିପରି ଖୁବ୍‌ଶୀଘ୍ର ଭାରତରୁ ଗଣତନ୍ତ୍ରର ମାନ୍ୟତା ମଧ୍ୟ ହଟାଇଦେବେ।

ଏହି ପଦକ୍ଷେପ ସେହି ଦିଗରେ ଏକ ଆରମ୍ଭ।

ଆମେ ଏହି ମନମୁଖୀ ନିଷ୍ପତ୍ତିକୁ ଗ୍ରହଣ କରୁନାହୁଁ।

ଏହା ବିକ୍ଷୋଭ ପ୍ରଦର୍ଶନ କରିବା ଓ ଶାନ୍ତିପୂର୍ଣ୍ଣ ଭାବେ ଏକାଠି ହେବାର ଲୋକଙ୍କ ମୌଳିକ ଅଧିକାର ଉପରେ ଆକ୍ରମଣ।

ଏବେ ସାରା ଦେଶ ଜନ୍ତରମନ୍ତର ହେବ!ଦିଲ୍ଲୀ ପୁଲିସ ଅନୁସାରେ, ବିକ୍ଷୋଭ ପ୍ରଦର୍ଶନ ଓ ଧାରଣା ପାଇଁ ତିନୋଟି ନୂଆ ସ୍ଥାନ ନିର୍ଦ୍ଧାରଣ କରାଯାଇଛି।

ସେଗୁଡ଼ିକ ହେଲା:•    ରାମଲୀଳା ମୈଦାନ•    ବୁରାଡ଼ି ମୈଦାନ•    ପୂର୍ବ ଦିଲ୍ଲୀର ସିବିଡି ମୈଦାନ ସୁନ୍ଦରଗଡ଼ରେ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ: ୫୫ ବର୍ଷ ବୟସରେ ଛଟେଇ ନିଷ୍ପତ୍ତି ବନ୍ଦ କରିବାକୁ ଦା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।