Traders: ଯାହା ବି ହେଉ, ବଜାର ବନ୍ଦ ହେବ ନାହିଁ: ବ୍ୟବସାୟୀ ସଂଗଠନ ଶୁଣାଇଦେଲା ଚରମବାଣୀ
"ନୂଆଦିଲ୍ଲୀ: ଆଗକୁ ଦୀପାବଳି ପର୍ବ ଥିବାରୁ ଦିଲ୍ଲୀର ବଜାର ଏବଂ ଦୋକାନଗୁଡ଼ିକୁ କୌଣସି ପ୍ରକାର ପ୍ରଦର୍ଶନ ଯୋଗୁଁ ବନ୍ଦ କରାଯିବ ନାହିଁ ବୋଲି ବ୍ୟବସାୟୀମାନେ ବଡ଼ ନିଷ୍ପତ୍ତି ନେଇଛନ୍ତି।
ବ୍ୟବସାୟୀ ଓ ଉଦ୍ୟୋଗୀମାନଙ୍କ ଶୀର୍ଷ ସଂଗଠନ "ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି" (CTI) ପକ୍ଷରୁ ଦିଲ୍ଲୀ ପୋଲିସ କମିଶନରଙ୍କୁ ଚିଠି ଲେଖି ବଜାର ଏବଂ ଦୋକାନୀମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇଦେବାକୁ ଦାବି କରାଯାଇଛି।Advertisment ଆହୁରି ପଢନ୍ତୁ :Chatting: ବିନା ଇଣ୍ଟରନେଟରେ ବି ଚାଟିଂ ହୋଇପାରୁଥିବା ଆପ୍ସ ଉପରେ ଲାଗିଲା କଟକଣା: ଭାରତୀୟ ଆପ୍ ଷ୍ଟୋରରୁ ହଟିଲା "ବିଟ୍ଚାଟ୍" ୨ ହଜାର କୋଟିର କାରବାର ଠପ୍ ହୋଇଥିଲାCTI ଅଧ୍ୟକ୍ଷ ବ୍ରଜେଶ ଗୋୟଲ କହିଛନ୍ତି ଯେ, ଗତ ଅକ୍ଟୋବର ୧୦ ତାରିଖରେ ବିଭିନ୍ନ ପ୍ରଦର୍ଶନ ସମୟରେ ସ୍ଥାନୀୟ ପ୍ରଶାସନର ଚାପ କାରଣରୁ କିଛି ବଜାର ଓ ଦୋକାନ ବନ୍ଦ ରଖିବାକୁ ପଡ଼ିଥିଲା।
ଏହି କାରଣରୁ ବ୍ୟବସାୟୀମାନଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଥିଲା ଏବଂ ପ୍ରାୟ ୨,୦୦୦ କୋଟି ଟଙ୍କାର ବେପାର ଠପ୍ ହୋଇଯାଇଥିଲା।
CTIର ମହାସଚିବ ରମେଶ ଆହୁଜା ଏବଂ ଉପାଧ୍ୟକ୍ଷ ରାହୁଲ ଅଦଲଖା କହିଛନ୍ତି ଯେ ବର୍ତ୍ତମାନ ନବରାତ୍ରୀ ଏବଂ ପୂଜା ପର୍ବାଣି ସମୟ ଚାଲିଛି।
ବର୍ଷର ଏହି ସମୟଟି ବ୍ୟବସାୟୀମାନଙ୍କ ପାଇଁ ସବୁଠାରୁ ବଡ଼ ରୋଜଗାରର ସମୟ ।
ତେଣୁ ଏଭଳି ସ୍ଥିତିରେ ବଜାର ବନ୍ଦ ରହିଲେ ବ୍ୟବସାୟୀମାନଙ୍କୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିବ।
ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବର୍ତ୍ତମାନ ଯେକୌଣସି ପରିସ୍ଥିତିରେ ବି ଦୀପାବଳି ପର୍ଯ୍ୟନ୍ତ ଦିଲ୍ଲୀର କୌଣସି ବି ବଜାର ବନ୍ଦ ରହିବ ନାହିଁ ଏବଂ ସମସ୍ତ ଦୋକାନ ଖୋଲା ରହିବ।
ଆହୁରି ପଢନ୍ତୁ :Sunny Deol: ସନ୍ନି ଦେଓଲଙ୍କ "ସୂର୍ଯ୍ୟା: ଅନ୍ତ ସେ ଆରମ୍ଭ ତକ୍"ର ମୋସନ୍ ପୋଷ୍ଟର ରିଲିଜ୍, ନଭେମ୍ବର ୨୦ରେ ଆସିବ ଫିଲ୍ମ ସଂଗଠନ ପକ୍ଷରୁ ଦିଲ୍ଲୀ ପୋଲିସ ନିକଟରେ ଦାବି କରାଯାଇଛି ଯେ, ସ୍ଥାନୀୟ ପ୍ରଶାସନ ଯେପରି ବ୍ୟବସାୟୀଙ୍କୁ ଦୋକାନ ବନ୍ଦ କରିବା ପାଇଁ କୌଣସି ଚାପ ନ ପକାଏ ଏବଂ ବଜାରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ, ଯଦ୍ଦ୍ୱାରା ବ୍ୟବସାୟୀମାନେ ବିନା କୌଣସି ଭୟରେ ସେମାନଙ୍କର ବେପାର କରିପାରିବେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।