Abhishek Sharma Smashes Fastest T20 Century: ରୋହିତଙ୍କ ରେକର୍ଡ ଭାଙ୍ଗିଲେ ଅଭିଷେକ ଶର୍ମା, ମାତ୍ର ୩୦ ବଲରେ ହାସଲ କଲେ ଦ୍ରୁତତମ ଟି୨୦ ଶତକ

Sep 17, 2026 - 21:51
Abhishek Sharma Smashes Fastest T20 Century: ରୋହିତଙ୍କ ରେକର୍ଡ ଭାଙ୍ଗିଲେ ଅଭିଷେକ ଶର୍ମା, ମାତ୍ର ୩୦ ବଲରେ ହାସଲ କଲେ ଦ୍ରୁତତମ ଟି୨୦ ଶତକ

ଅଭିଷେକ ଶର୍ମାଙ୍କ ନାଁରେ ଫାଷ୍ଟେଷ୍ଟ ସେଂଚୁରୀର ରେକର୍ଡ। ଆଫଗାନିସ୍ତାନ ବିପକ୍ଷ ଟି୨୦ରେ ବିସ୍ଫୋରକ ଶତକ କରିଛନ୍ତି ଟିମ୍ ଇଣ୍ଡିଆର ୟଙ୍ଗ ସେନସେସନ୍ ଅଭିଷେକ ଶର୍ମା। ଟି୨୦ରେ ଭାରତୀୟ ଭାବେ ଦ୍ରୁତତମ ଶତକ ହାସଲ କରିଛନ୍ତି। ମାତ୍ର ୩୦ ବଲରେ ସେଂଚୁରୀ ମାରିଛନ୍ତି ଅଭିଷେକ। ଏହା ମଧ୍ୟରେ ରହିଛି ୯ଟି ଚୌକା ଏବଂ ୧୦ଟି ଛକା। ମ୍ୟାଚରେ ୩୪ଟି ବଲରୁ ୧୦୮ ରନ୍ କରି ଆଉଟ୍ ହୋଇଛନ୍ତି ଅଭିଷେକ। ପୂର୍ବରୁ ଏହି ରେକର୍ଡ ରୋହିତ ଶର୍ମାଙ୍କ ନାଁରେ ଥିଲା। ୨୦୧୭ରେ ଶ୍ରୀଲଙ୍କା ବିରୋଧରେ ସେ ୩୫ ବଲ୍ ରୁ ଶତକ କରିଥିଲେ। 

ଦ୍ରୁତତମ ଶତକ ରେକର୍ଡରେ ଅଭିଷେକ ଟପରେ ପହଁଚିଥିବା ବେଳେ ତାଙ୍କ ତଳକୁ ରହିଛନ୍ତି ଜିମ୍ବାୱେର ସିକନ୍ଦର ରାଜା। ୨୦୨୪ରେ ଗାମ୍ବିଆ ବିରୋଧରେ ୩୩ ବଲରୁ ଶତକ କରିଥିଲେ ସିକନ୍ଦର। ତାଙ୍କ ତଳକୁ ରହିଛନ୍ତି ଦକ୍ଷିଣ ଆଫ୍ରିକାର ଫିନ୍ ଆଲେନ୍। ନ୍ୟୁଜିଲାଣ୍ଡ ବିପକ୍ଷରେ ୩୩ ବଲରୁ ଶତକ କରିଥିଲେ ଫିନ୍। ସେହିପରି ୨୦୧୭ରେ ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର ୩୫ବଲରୁ ସେଂଚୁରୀ କରିଥିଲେ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।