Accident: ଜଗୁଆଳିବିହୀନ ଫାଟକ ନିକଟରେ ଦୁର୍ଘଟଣା: ଦନ୍ତାକୁ ଘୋଷାରି ନେଲା ଟ୍ରେନ୍
ବିଷମକଟକ: ରାୟଗଡ଼ାଜିଲ୍ଲା ବିଷମକଟକ ବ୍ଲକ୍ ବୃନ୍ଦାବାଡ଼ି ନିକଟରେ ଦନ୍ତାହାତୀକୁ ଘୋଷାରି ନେଲା ଟ୍ରେନ୍। ଗତକାଲି ବିଳମ୍ବିତ ରାତିରେ ଜଗୁଆଳିବିହୀନ ରେଳ ଫାଟକ ନିକଟରେ ଏହି ଘଟଣା ଘଟିଛି। ଦନ୍ତାର ବୟସ ୧୬ରୁ ୨୦ବର୍ଷ ମଧ୍ୟରେ ହେବ ବୋଲି ବନ ବିଭାଗ ଅନୁମାନ କରୁଛି। ବନ ବିଭାଗର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଲା ବୋଲି ଅଭିଯୋଗ ହୋଇଛି। ପ୍ରାୟ ବର୍ଷେ ହେବ ୪ ଜଣିଆ ହାତୀପଲ ବୃନ୍ଦାବାଡ଼ି ଗାଁ ଆଖପାଖରେ ଚଳପ୍ରଚଳ କରୁଥିଲେ। ଗାଁ ନିକଟରେ ରେଳ ଲାଇନ୍ ରହିଥିବାରୁ ହାତୀଙ୍କ ଗତିବିଧି ଉପରେ ବନ ବିଭାଗ ଲଗାତାର ନଜର ରଖିଥିଲା। କିନ୍ତୁ ଆଜି ସକାଳୁ ଟ୍ରେନ୍ ଧକ୍କାରେ ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଥିବା ବନ ବିଭାଗକୁ ଖବର ମିଳିଥିଲା।
Data bank: ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି
ମୁନିଗୁଡ଼ା ରେଞ୍ଜର ପ୍ରବୀଣ କୁମାର ଦାଶ, ବନପାଳ ଦୀନବନ୍ଧୁ ଶବର ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦାନ୍ତ ଦୁଇଟିକୁ କାଟି ବନ ବିଭାଗ ନିଜ ହେପାଜତକୁ ନେବା ପରେ ମୁନିଗୁଡ଼ା ଅତିରିକ୍ତ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଡା. ସୌଦାମିନୀ ନାୟକ, ବିଷମକଟକ ଭାରପ୍ରାପ୍ତ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଡା. ରେବତୀ ରମଣ ମହାନ୍ତି ଓ ଚନ୍ଦ୍ରପୁରର ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଡା. ଶଙ୍କର ହିଆଳ ପ୍ରମୁଖ ହାତୀର ଶବ ବ୍ୟବଚ୍ଛେଦ କରିଥିଲେ। ମୃତଦେହକୁ ଗୋଟିଏ ଖୋଲା ପଡ଼ିଆରେ ପୋତି ଦେଇଥିବା ସୂଚନା ମିଳିଛି।
Horoscope 2026 September 11: ଜାଣନ୍ତୁ ଆଜିର ରାଶିଫଳ...
ଏହି ଘଟଣା ପରେ ହାତୀଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଯଦି ବନ ବିଭାଗ ନିୟମିତ ଭାବେ ହାତୀଙ୍କ ଗତିବିଧି ଉପରେ ନଜର ରଖିଥିଲା ତେବେ ରେଳ ଲାଇନ୍ ପାର ହେବା ସମୟରେ କାହିଁକି କୌଣସି ପଦକ୍ଷେପ ନିଆଗଲା ନାହିଁ? ସେହିପରି ନିୟମିତ ଭାବେ ରେଳ ଲାଇନ୍ ପାଖରେ ହାତୀ ଚଳପ୍ରଚଳ କରୁଥିବା ବନ ବିଭାଗ ନିକଟରେ ସୂଚନା ରହିଥିଲା। ତେଣୁ ରେଳ ବିଭାଗକୁ ଏନେଇ ଆଗୁଆ କୌଣସି ସୂଚନା ଦିଆଯାଇଥିଲା କି ବୋଲି ପରିବେଶବିତ୍ ପ୍ରଶ୍ନ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।