Accident: ୨ ବାଇକ୍ ମୁହାଁମୁହିଁ, ୨ ଜଣଙ୍କର ମୃତ୍ୟୁ

Sep 24, 2026 - 19:47
Accident: ୨ ବାଇକ୍ ମୁହାଁମୁହିଁ, ୨ ଜଣଙ୍କର ମୃତ୍ୟୁ

"କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ସୁକିନ୍ଦା-ହରିପୁର ସଡ଼କର ଖରଡ଼ି କଇଁଆଢିପ ଛକ ପାଖରେ ଆଜି ଅପରାହ୍ଣ ସାଢ଼େ ୩ଟାରେ ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କାରୁ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ ହୋଇଛି।

୨ ମୃତକ ଏହି ଥାନା ଖରଡ଼ି ଗାଁର ବ୍ୟବସାୟୀ ସମୀର କୁମାର ସାହୁ(୫୪) ଓ ହରିପୁର ଜେମାଦେଇପୁର ଗାଁର ଗଦାଧର ବାରିକ(୪୫)।

ଗଦାଧଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

Advertisment ସମୀରଙ୍କୁ ୧୪ କିଲୋମିଟର ଦୂର କଳିଙ୍ଗନଗର ଡୁବୁରି ଟାଟାଷ୍ଟିଲ ମେଡିକା ହସପିଟାଲ୍‌ ନିଆଯାଇଥିଲା।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହରିପୁର ଗାଁର ଚୈତନ୍ୟ ବାରିକଙ୍କ ପୁଅ କଳିଙ୍ଗନଗର ଜିନ୍ଦଲ କାରଖାନାରେ କାର୍ଯ୍ୟରତ ଗଦାଧର ଡ୍ୟୁଟିସାରି ନିଜ ବାଇକ୍‌ଓଡି-୦୬ଏଫ୍‌-୩୬୦୩ ଚଳାଇ ଘର ଫେରୁଥିଲେ।

ତାଙ୍କ ପଛ ସିଟ୍‌ରେ ହରିପୁର ବାଲିପଶି ଗାଁର ବିନୋଦ ମୁଦୁଲି(୪୩) ବସିଥିଲେ।

ହରିପୁରସ୍ଥିତ ଶ୍ବଶୁର ଘରୁ ବାଇକ୍‌ ନମ୍ବର ଓଆର୍‌-୦୪ଆର୍‌-୬୦୬୩ରେ ସମୀର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବସାଇ ନିଜ ଘର ଖରଡ଼ି ଆସୁଥିଲେ।

Accident: ସୋହେଲାରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍‌ ଚାପାରେ ବାପାପୁଅ ମୃତ ଝିପିଝିପି ବର୍ଷାରେ ଘଟଣାସ୍ଥଳରେ ଏକ ୪ ଚକିଆ ଗାଡ଼ି ଅତିକ୍ରମ କରିଥିଲା।

୨ ବାଇକ୍ ଆ‌ରୋହୀ କେହି କାହାକୁ ଦେଖି ପାରିନଥିଲେ।

ଦୁର୍ଘଟଣା ପରେ ସମୀରଙ୍କ ପଛରେ ବସିଥିବା ବ୍ୟକ୍ତି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ।

ବିନୋଦଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା କୁହାଯାଇଛି।

ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶରେ ଏଏସ୍‌ଆଇ ଚନ୍ଦ୍ରଶେଖର ମୁଣ୍ଡା ସଦଳବଳ ଘଟଣାସ୍ଥଳ‌ରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତାହତଙ୍କୁ ଉଦ୍ଧାରକରି ଡାକ୍ତରଖାନା ପଠାଇଥିଲେ।

ପ୍ରସଙ୍ଗକୁ ନେଇ ସଂଧ୍ୟା ସାଢ଼େ ୭ଟା ସୁଦ୍ଧା ଥାନାରେ ଏତଲା ହୋଇନଥିଲେ ହେଁ ଏଭଳି ଏକ ସ୍ପର୍ଶକାତର ଘଟଣାର ତଦନ୍ତ ଜାରିରହିଥିବା ପୁଲିସ କହିଛି।

ସମୀରଙ୍କର ପତ୍ନୀ ଗୀତାଞ୍ଜଳି ନାୟକ ଖରଡ଼ି ଆବାସିକ ସରକାରୀ ସ୍କୁଲର ମାଟ୍ରନ ଅଛନ୍ତି।

ତାଙ୍କର ପୁଅ ଓ ଝିଅ ଅଛନ୍ତି।

ମୃତ ଗଦାଧରଙ୍କ ପତ୍ନୀ ଓ ୨ ଶିଶୁକନ୍ୟା ଏବେ ଅସହାୟ ଅବସ୍ଥାରେ ଥିବା ଦେଖାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।