Heavy rain: କେ ଆର ଲାଇନରେ ମାଟି ଧସିଲା, ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

Sep 24, 2026 - 19:47
Heavy rain: କେ ଆର ଲାଇନରେ ମାଟି ଧସିଲା, ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

"ରାୟଗଡ଼ା (ଶିବ ପ୍ରସାଦ ଦୋରା): ୩ଦିନ ଧରି ଲଗାଣ ବର୍ଷାରେ ପାହାଡ଼ ଧସି କୋରାପୁଟ ରାୟଗଡ଼ା କେ ଆର ଲାଇନ ଅବରୋଧ ହୋଇଥିବା ଜଣାପଡ଼ିଛି।

ଭୂସ୍ଖଳନ ଘଟି ଲେଲ୍ଲିଗୁମା ଓ ରାଉଳି ଷ୍ଟେସନ୍ ମଧ୍ୟରେ ଥିବା ଟନେଲ୍ ନମ୍ବର ୩ନିକଟରେ ରେଳ ଧାରଣା ଉପରେ ମାଟି ଅତଡ଼ା ଖସିଯାଇଥିଲା।

ଫଳରେ କୋରାପୁଟ- ରାୟଗଡ଼ା (କେଆର୍) ରେଳପଥରେ ‌ଟ୍ରେନ ଚଳାଚଳ ପ୍ରାୟ ୩ଘଣ୍ଟା ଧରି ବାଧାପ୍ରପ୍ତ ହୋଇଥିଲା।

Advertisment ଆଜି ଭୂସ୍ଖଳନ ଖବର ପାଇବା ପରେ ରାୟଗଡ଼ା ଠାରୁ ବିଭାଗର ଏକ ସ୍ବତନ୍ତ୍ର ବୈଷୟିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରେଳ ଧାରଣାରୁ ମାଟି ହଟାଇଥିଲେ।

ରେଳ ଟ୍ରାକ୍ ଉପରୁ ସମସ୍ତ ମାଟିକୁ ହଟାଇବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା।

ମଧ୍ୟାହ୍ନ ୨ଟା ସମୟରେ ରେଳ ଧାରଣା ସଫା ହୋଇଥିଲା।

ତେବେ କିଛି ସ୍ଥାନରେ ରେଳ ଧାରଣା ଉପରେ ବର୍ଷା ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା।

ବର୍ଷା ହେଲେ ପୁଣି କେ ଆର ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

Heavy rain: ଲଗାଣ ବର୍ଷା ପାଇଁ କଳିଙ୍ଗା ଘାଟି ସିଲ୍‌, ଲାଗିଲା ନାକା ରାୟଗଡ଼ା ରେଳ ଡିଭିଜନ ତରଫରୁ ବର୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ରେଳବାୟି ସୂଚନା ଦେଇଥିଲା।

ସିକରପାଇ ଷ୍ଟେସନ ଠାରୁ ପାହାଡିଆ ରାସ୍ତାରେ କେ ଆର ଲାଇନ ଭାଲୁମସ୍କା, ଲେଲିଗୁମା, ରାଉଳି, ସିଙ୍ଗାରାମ, ଷ୍ଟେସନ ନିକଟରେ ଟ୍ରାକ ଉପରେ ପାଣି ଜମି ରହିଥିବା କୁହାଯାଇଛି।

ଘଟଣା ସ୍ଥଳକୁ ରାୟଗଡା ରେଳ ଡିଭିଜନର ଡିଆରଏମ ଅମିତାଭ ସିଂଘଲଙ୍କ ସମେତ ଅନ୍ୟାନ୍ୟ ସୁରକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଁଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି।

ବିଶାଖାପାଟଣା କୋରାପୁଟ ଡିଏମୟୁ ୪ଘଣ୍ଟା ବିଳମ୍ବରେ ଚାଲୁଥିବା ସୂଚନାରୁ ଜଣାପଡିଛି।

କିଛି ମାସ ତଳେ ଲଗାଣ ବର୍ଷା ହେବା ଫଳରେ ଟିକିରି ରେଳ ଷ୍ଟେସନ ଲାଇନ ବର୍ଷା ପାଣିରେ ବୁଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

କୋରାପୁଟ-ରାୟଗଡା ରେଳ ଡିଭିଜନର ୧୬୫ କିଲୋମିଟର ଦୈର୍ଘ୍ୟରେ କେ.ଆର ଲାଇନରେ ଦ୍ବିତୀୟ ଲାଇନ ନିର୍ମାଣ କାର୍ଯ୍ୟ ଚାଲୁରହିଛି।

ପ୍ରମୁଖ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଟିକିରି ଏବଂ ଭାଲୁମାସ୍କା ଷ୍ଟେସନ ମଧ୍ୟରେ ୪୫.୪୬ କିଲୋମିଟର ଦୂରତା ବିଶିଷ୍ଟ ରେଳ ସେକ୍ସନ ମଧ୍ୟରେ ବାରମ୍ବାର ଭୁସ୍ଖଳନ ହେଉଛି।

ସୂଚନାରୁ ଜଣାପଡିଛି କୋରାପୁଟ-ରାୟଗଡା ରେଳ ମାର୍ଗରେ ୩୬ ଟି ଟନେଲ୍ ଥିବାବେଳେ ଦୋହରୀକରଣ କାର୍ଯ୍ୟରେ ୩୨ଟି ଟନେଲ ନିର୍ମାଣ କରାଯିବାକୁ ଯୋଜନା କରାଯାଇଅଛି।

ସେଥିମଧ୍ୟରେ ଟିକିରି ଏବଂ ଭାଲୁମାସ୍କା ମଧ୍ୟରେ ୧୯ ଗୋଟି, ଭାଲୁମାସ୍କା ଏବଂ ସିଙ୍ଗାପୁର ରୋଡ୍ ମଧ୍ୟରେ ୯ ଗୋଟି ଏବଂ ବାଇଗୁଡା ଏବଂ ଲକ୍ଷ୍ମୀପୁର ରୋଡ୍ ମଧ୍ୟରେ ୪ ଗୋଟି ଟନେଲ ଅନ୍ତର୍ଭୁକ୍ତ।

ଗୋଟିଏ ପାର୍ଶ୍ୱରେ ପାହାଡ ଦ୍ୱାରା ସୀମାନ୍ତ ଥିବାବେଳେ ଅନ୍ୟ ପାର୍ଶ୍ୱରେ ୧୦୦ ମିଟରରୁ ଅଧିକ ଖାଇ ଅବସ୍ଥିତ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।